ଭୋଟ ଗଣତିର ଫଳାଫଳ:ଟିଏମସି ପଛରେ,ଆଗୁଆ ବିଜେପି

କଲକାତା : ଭାଙ୍ଗିଲା ଦିଦିଙ୍କ ଗଡ଼। ଏଥର ଚାଲିବ ମୋଦୀଙ୍କ ମ୍ୟାଜିକ୍। ସୋମବାର ଭୋଟ ଗଣତିର ଫଳାଫଳ ସାମ୍ନାକୁ ଆସିଛି। ପଶ୍ଚିମବଙ୍ଗରେ ୨୯୩ରୁ ୨୮୮ ଆସନରେ ମଧ୍ୟରେ ବିଜେପି ୧୬୮ ଆସନ ହାସଲ କରିଥିବା ବେଳେ ଟିଏମସି ୧୧୩ ଓ ଅନ୍ୟାନ୍ୟ ୦୭ ରହିଛି। ଶାସକ ଟିଏମସିକୁ ପଛରେ ପକାଇ ୧୫୦ରୁ ଅଧିକ ସିଟରେ ଆଗୁଆ ଅଛି ବିଜେପି।
ପଶ୍ଚିମବଙ୍ଗରେ, ଏଥର ଦୁଇଟି ପର୍ୟ୍ୟାୟରେ ଅନୁଷ୍ଠିତ ବିଧାନସଭା ନିର୍ବାଚନରେ ​​ସ୍ୱାଧୀନତା ପରଠାରୁ ସର୍ବାଧିକ ଭୋଟର ମତଦାନ ହୋଇଛି, ଏପ୍ରିଲ ୨୩ ଏବଂ ଏପ୍ରିଲ ୨୯ରେ ଅନୁଷ୍ଠିତ ଉଭୟ ପର୍ୟ୍ୟାୟରେ ହାରାହାରି ମତଦାନ ପ୍ରତିଶତ ପ୍ରାୟ ୯୩ ପ୍ରତିଶତ ରହିଛି।

ପଶ୍ଚିମବଙ୍ଗର ୨୯୪ ବିଧାନସଭା ଆସନ ମଧ୍ୟରୁ ୨୯୩ଟି ଆସନ ପାଇଁ ନିର୍ବାଚନ ଫଳାଫଳ ବର୍ତ୍ତମାନ ଘୋଷଣା କରାଯାଉଛି। କାରଣ ଅନିୟମିତତା ରିପୋର୍ଟ ପରେ ନିର୍ବାଚନ କମିଶନ ଆସନ ପାଇଁ ପୁନଃ ନିର୍ବାଚନ ପାଇଁ ନିର୍ଦ୍ଦେଶ ଦେବାକୁ ନିଷ୍ପତ୍ତି ନେଇଥିଲେ। ଏହି ଆସନ ପାଇଁ ମେ ୨୧ରେ ପୁନଃ ଭୋଟ୍ ଗ୍ରହଣ କରାଯିବ ଏବଂ ମେ ୨୪ରେ ଭୋଟ୍ ଗଣତି ହେବ। ବର୍ତ୍ତମାନ, ସମସ୍ତଙ୍କ ନଜର କୋଲକାତାର ଭବାନୀପୁର ଆସନ ଉପରେ ରହିଛି, ଯେଉଁଠାରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏବଂ ବିଜେପିର ଶୁଭେନ୍ଦୁ ଅଧିକାରୀଙ୍କ ମଧ୍ୟରେ କଡ଼ା ପ୍ରତିଦ୍ୱନ୍ଦ୍ୱିତା ଚାଲିଛି।

  • Related Posts

    ୨୪ ଘଣ୍ଟାରେ ଦୁଇ ଥର ରାଜ୍ୟପାଳଙ୍କୁ ଭେଟିଲେଣି ବିଜୟ

    ରୋଚକ ମୋଡରେ ତାମିଲନାଡୁ ରାଜନୀତି। ସଂଖ୍ୟା ଖେଳକୁ ନେଇ ବଢୁଛି ସସପେନ୍ସ। ଆଜି ‘ବିଜୟ’ଙ୍କ ଶପଥ ସମାରୋହ ନହେବା ସମ୍ଭାବନା। ରାଜ୍ୟପାଳ ରାଜେନ୍ଦ୍ର ଆର୍ଲେକରଙ୍କୁ ଭେଟିଛନ୍ତି ବିଜୟ। ଲୋକଭବନରେ ପହଞ୍ଚିଛନ୍ତି ଟିଭିକେ ମୁଖ୍ୟ ବିଜୟ। ୨୪ ଘଣ୍ଟା ମଧ୍ୟରେ ରାଜ୍ୟପାଳଙ୍କ ସହ…

    Continue reading
    ବେଙ୍ଗଲ ନିର୍ବାଚନ: ସୁପ୍ରିମକୋର୍ଟଙ୍କ ହସ୍ତକ୍ଷେପ ଲୋଡ଼ିଲେ ଅଖିଲେଶ

    ନୂଆଦିଲ୍ଲୀ: ପଶ୍ଚିମବଙ୍ଗ ନିର୍ବାଚନ ପ୍ରକ୍ରିୟା ଓ ଗଣତିର ସ୍ୱଚ୍ଛତା ଉପରେ ପ୍ରଶ୍ନ ଉଠାଇଛନ୍ତି ସମାଜବାଦୀ ପାର୍ଟିର ମୁଖ୍ୟ ଅଖିଲେଶ ଯାଦବ। ସୁପ୍ରିମକୋର୍ଟ ତୁରନ୍ତ ନିଜ ଆଡ଼କୁ ବେଙ୍ଗଲ ନିର୍ବାଚନ ପ୍ରକ୍ରିୟାର ବିଚାର କରନ୍ତୁ ଓ ଭୋଟ ଗଣତି କେନ୍ଦ୍ରର ଭିଡିଓ ରେକର୍ଡିଂ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ

    ବଢ଼ୁଛି ଉପଭୋକ୍ତାଙ୍କ ଭରସା, ବୃଦ୍ଧି ପାଉଛି ବିପିସିଏଲର ପିଏନ୍‌ଜି ସଂଯୋଗୀକରଣ

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ