ଭୟ ଓ ଦୁର୍ନୀତିର ରାଜନୀତିକୁ ପ୍ରତ୍ୟାଖ୍ୟାନ କରିବେ ପଶ୍ଚିମବଙ୍ଗର ଜନତା – ଧର୍ମେନ୍ଦ୍ର ପ୍ରଧାନ

• ରୋଡ୍-ସୋ’ ଏବଂ ଶୋଭାଯାତ୍ରାରେ ସାମିଲ ହୋଇ ଦଳୀୟ ପ୍ରାର୍ଥୀଙ୍କ ପାଇଁ କଲେ ପ୍ରଚାର
• ଟିଏମସି ଯେତେ ଚେଷ୍ଟା କଲେ ମଧ୍ୟ ବିଜେପିର ସଂକଳ୍ପକୁ ନେଇ ଲୋକଙ୍କୁ ବିଭ୍ରାନ୍ତ କରିପାରିବ ନାହିଁ
• ପଶ୍ଚିମବଙ୍ଗର ସୁରକ୍ଷା, ସୁଯୋଗ ଏବଂ ସାମଗ୍ରିକ ବିକାଶ ପାଇଁ ବିଜେପି ପ୍ରତିଶ୍ରୁତିବଦ୍ଧ
• ବରନଗର ସ୍ଥିତ ଶ୍ରୀ ଜଗନ୍ନାଥ ମନ୍ଦିରରେ ଦର୍ଶନ କଲେ କେନ୍ଦ୍ରମନ୍ତ୍ରୀ

କୋଲକାତା, ୨୧ ଏପ୍ରିଲ, ୨୦୨୬ – ପଶ୍ଚିମବଙ୍ଗ ପରିବର୍ତ୍ତନ ମୁହାଁ । ବଙ୍ଗଳାର ଜନସାଧାରଣ ଏଥର ଭୟ, ଭ୍ରଷ୍ଟାଚାର ଏବଂ ବିଭାଜନର ରାଜନୀତିକୁ ଶେଷ କରି ବିକାଶ ଓ ସ୍ୱାଭିମାନର ସରକାର ଗଢ଼ିବାକୁ ନିଷ୍ପତ୍ତି ନେଇସାରିଛନ୍ତି ବୋଲି ଆଜି ବରନଗର ଓ ତାଲଡାଙ୍ଗରା ବିଧାନସଭା ନିର୍ବାଚନମଣ୍ଡଳୀରେ ରୋଡ୍-ସୋ’ ଏବଂ ଶୋଭାଯାତ୍ରାରେ ସାମିଲ ହେବା ଅବସରରେ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ପଶ୍ଚିମବଙ୍ଗ ଗସ୍ତରେ ଥିବା ଶ୍ରୀ ପ୍ରଧାନ ଶ୍ରୀ ସଜଲ ଘୋଷଙ୍କ ସମର୍ଥନରେ ଆୟୋଜିତ ଶୋଭାଯାତ୍ରାରେ ସାମିଲ ହୋଇଥିଲେ । ଏହି ଜନସ୍ରୋତ ବଙ୍ଗଳାରେ ପରିବର୍ତ୍ତନର ସ୍ପଷ୍ଟ ସଙ୍କେତ ସେ କହିଥିଲେ । ଶ୍ରୀ ପ୍ରଧାନ କହିଛନ୍ତି ଯେ, ଟିଏମସି ଯେତେ ଚେଷ୍ଟା କଲେ ମଧ୍ୟ ବିଜେପିର ସଂକଳ୍ପକୁ ନେଇ ଲୋକଙ୍କୁ ବିଭ୍ରାନ୍ତ କରିପାରିବ ନାହିଁ। ମମତା ଦିଦିଙ୍କ ଡରାଇବା ଓ ଧମକାଇବା ରାଜନୀତି ଏବେ ବିଫଳ ହେବାକୁ ଯାଉଛି । ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଜୀ ଏବଂ ଗୃହମନ୍ତ୍ରୀ ଶ୍ରୀ ଅମିତ ଶାହ ଜୀ ପଶ୍ଚିମବଙ୍ଗର ସୁରକ୍ଷା, ସୁଯୋଗ ଏବଂ ସାମଗ୍ରିକ ବିକାଶ ପାଇଁ ସଂକଳ୍ପବଦ୍ଧ । ବଙ୍ଗଳାର ହଜିଯାଇଥିବା ଗୌରବକୁ ଫେରାଇ ଆଣିବା ଏବଂ ଏକ ଆତ୍ମନିର୍ଭରଶୀଳ ରାଜ୍ୟ ଗଠନ କରିବା ପାଇଁ ବିଜେପି ପ୍ରତି ଜନସାଧାରଣଙ୍କ ଭରସା ବଢ଼ିବାରେ ଲାଗିଛି ।

ପଶ୍ଚିମବଙ୍ଗର ଯୁବପିଢ଼ି ଆଜି ରୋଜଗାର ଏବଂ ଭଲ ସୁଯୋଗ ପାଇବା ପାଇଁ ଇଚ୍ଛୁକ । ବିଜେପିର ସଂକଳ୍ପ ପତ୍ରରେ ଥିବା ଷ୍ଟାର୍ଟଅପ୍ ପ୍ରୋତ୍ସାହନ ଓ ନିଯୁକ୍ତି ସୁଯୋଗ ଏହି ଆଶାକୁ ପୂରଣ କରିବା ପାଇଁ ଏକମାତ୍ର ମାର୍ଗ । ଯେଉଁ ଭୟ ଓ ଘୃଣାର ରାଜନୀତି ପାଇଁ ବେଙ୍ଗଲବାସୀ ଦିନେ ବାମପନ୍ଥୀଙ୍କୁ ପ୍ରତ୍ୟାଖ୍ୟାନ କରିଥିଲେ, ଆଜି ସମାନ କାରଣ ପାଇଁ ଟିଏମସିକୁ ମଧ୍ୟ ବିଦା କରିବାକୁ ମନସ୍ଥ କରିଛନ୍ତି ।

କେନ୍ଦ୍ରମନ୍ତ୍ରୀ ଆଜି ବରନଗର ସ୍ଥିତ ଶ୍ରୀ ଜଗନ୍ନାଥ ମନ୍ଦିରରେ ଦର୍ଶନ କରିବା ସହ ସମସ୍ତଙ୍କର ସୁଖ, ଶାନ୍ତି ଓ ସମୃଦ୍ଧି କାମନା କରିଛନ୍ତି। ଗତକାଲି ବାଙ୍କୁଡ଼ା ଜିଲ୍ଲାର ତାଲଡାଙ୍ଗରା ଠାରେ ବିଜେପି ପ୍ରାର୍ଥୀ ସୌଭିକ ପାତ୍ରଙ୍କ ସମର୍ଥନରେ ଆୟୋଜିତ ରୋଡ୍-ସୋ’ରେ ମଧ୍ୟ ଶ୍ରୀ ପ୍ରଧାନ ସାମିଲ ହୋଇଥିଲେ

  • Related Posts

    ଦିନ 1ଟା ସୁଦ୍ଧା ପଶ୍ଚିମବଙ୍ଗରେ 62.18% ଓ ତାମିଲନାଡୁରେ 56.81% ମତଦାନ

    ଭୋଟ ଦେଉଛନ୍ତି ପଶ୍ଚିମବଙ୍ଗ ଓ ତାମିଲନାଡୁବାସୀ । ସକାଳ 7ଟାରୁ 2ଟି ରାଜ୍ୟରେ ମତଦାନ ଆରମ୍ଭ ହୋଇଛି । ପଶ୍ଚିମବଙ୍ଗରେ ଦୁଇଟି ପର୍ଯ୍ୟାୟ ନିର୍ବାଚନ ହେବାକୁ ଥିବା ବେଳେ ଆଜି ପ୍ରଥମ ପର୍ଯ୍ୟାୟ ଭୋଟିଂ ହେଉଛି । 294ଟି ଆସନ ମଧ୍ୟରୁ…

    Continue reading
    ମହିଳା ବିଲକୁ ବିରୋଧ କରି ଇଣ୍ଡି ମେଣ୍ଟର ଅସଲ ମୁଖା ଖୋଲିଗଲା : ମୁଖ୍ୟମନ୍ତ୍ରୀ

    ଭୁବନେଶ୍ବର : ଲୋକସଭା ଓ ବିଧାନସଭାରେ ମହିଳାଙ୍କୁ ୩୩ ପ୍ରତିଶତ ସଂରକ୍ଷଣର ଗ୍ୟାରେଣ୍ଟି ମିଳିଥାନ୍ତା । ୨୦୨୩ରେ ନିର୍ବାଚନ ପାଇଁ ବିରୋଧୀ ଏହାକୁ ସମର୍ଥନ କରିଥିଲେ । ଏବେ ଏହି ବିଲକୁ ବିରୋଧ କରି ଇଣ୍ଡି ମେଣ୍ଟର ଅସଲ ମୁଖା ଖୋଲିଗଲା…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ବଢ଼ୁଛି ଉପଭୋକ୍ତାଙ୍କ ଭରସା, ବୃଦ୍ଧି ପାଉଛି ବିପିସିଏଲର ପିଏନ୍‌ଜି ସଂଯୋଗୀକରଣ

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର