ମନ୍ କି ବାତ୍ : ସମୁଦ୍ର ଠାରୁ ଗଗନ ପର୍ଯ୍ୟନ୍ତ ଭାରତ ଆତ୍ମନିର୍ଭର -ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ‘ମନ କି ବାତ’ କାର୍ଯ୍ୟକ୍ରମ ଆଜି 135 ତମ ଏପିସୋଡ୍‌ରେ ପହଞ୍ଚିଛି । ଏହି ଅବସରରେ ପ୍ରଧାନମନ୍ତ୍ରୀ ଯୁବକମାନଙ୍କ ପାଇଁ ପ୍ରେରଣାଦାୟକ ବାର୍ତ୍ତା ପ୍ରଦାନ କରିବା ସହିତ ଦେଶ ଦୁନିଆରେ ଘଟୁଥିବା ସାମ୍ପ୍ରତିକ ଘଟଣାବଳୀ ଉପରେ ଆଲୋକପାତ କରିଥିଲେ । ବର୍ଷ 2026ର ଅର୍ଦ୍ଧେକ ଶେଷ ହୋଇଯାଇଛି । ଏତିକି ଦିନ ମଧ୍ୟରେ ସରକାରର ସଫଳ କାର୍ଯ୍ୟକ୍ରମ ଗୁଡିକ ଉପରେ ପ୍ରଧାନମନ୍ତ୍ରୀ ଆଲୋଚନା କରିଛନ୍ତି । ଏହା ସହିତ ଦେଶକୁ ଗୌରବାନ୍ବିତ କରିଥିବା ଘଟଣାବଳୀ ଉପରେ ସେ ନିଜର ଭାବନା ପ୍ରକାଶ କରିଛନ୍ତି ।
ଦେଶ ସୁରକ୍ଷା ଓ ଆତ୍ମନିର୍ଭରତା ଦିଗରେ ସଫଳତା ହାସଲ କରିଛି । “ନିକଟରେ କୋଲକତାରେ ଆୟୋଜିତ ଏକ ନୌବାହିନୀ କାର୍ଯ୍ୟକ୍ରମରେ ସାମିଲ ହେବାର ସୁଯୋଗ ମିଳିଥିଲା । ଯେଉଁଠାରେ INS ଦୁନାଗିରି, INS ସଂଶୋଧକ, INS ଅଗ୍ରେ ଭାରତୀୟ ନୌସେନାରେ ସାମିଲ ହୋଇଥିଲା । ଏହାର ଡିଜାଇନ ଠାରୁ ଆରମ୍ଭ କରି ନିର୍ମାଣ ବିଧି ସବୁକିଛି ସ୍ବଦେଶୀ ଅଟେ,” ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।
ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଯେ, ଦେଶ ଜୁନ ମାସରେ ଆଭିଏସନ୍‌ କ୍ଷେତ୍ରରେ ବହୁ ଉନ୍ନତି ଦେଖିଛି । C-295 ଏୟାରକ୍ରାଫ୍ଟ ମେଡ୍ ଇନ୍ ଇଣ୍ଡିଆ ଅଟେ । ଏହି ବିମାନ ନିଜର ପ୍ରଥମ ଉଡାଣ ସଫଳତାର ସହିତ ଶେଷ କରିଛି । ଏବଂ ଏଭଳି 40ଟି ବିମାନ ନିର୍ମାଣ ଚାଲୁରହିଛି । ଏହା ଦ୍ବାରା MSME ଓ ଏରୋସ୍ପେଶ୍ କ୍ଷେତ୍ରରେ ବହୁ ଉନ୍ନତି ପରିଲକ୍ଷିତ ହେଉଛି । ଗୋଜଗାର ପନ୍ଥା ବଢୁଛି । ଆତ୍ମନିର୍ଭର ଭାରତର ପରିକଳ୍ପନା ସୁଦୃଢ ହେଉଛି ।
ସେ ଆହୁରି କହିଛନ୍ତି, “ଏହି ମାସରେ, DRDO ମଧ୍ୟ ଏକ ସ୍ୱଦେଶୀ ‘ଲଙ୍ଗ ରେଞ୍ଜ ଲ୍ୟାଣ୍ଡ ଆଟାକ୍ କ୍ରୁଜ କ୍ଷେପଣାସ୍ତ୍ର’ର ସଫଳ ପରୀକ୍ଷଣ କରିଥିଲା । ଏହାକୁ DRDO ପରୀକ୍ଷାଗାର ଏବଂ ଭାରତୀୟ ଶିଳ୍ପ ଅଂଶୀଦାରମାନଙ୍କ ଦ୍ୱାରା ମିଳିତ ଭାବରେ ବିକଶିତ କରାଯାଇଛି । ଅନ୍ୟ ଶବ୍ଦରେ, ସମୁଦ୍ରରୁ ଆକାଶ ପର୍ଯ୍ୟନ୍ତ, ଭାରତ ଦ୍ରୁତ ଗତିରେ ଅଧିକ ସୁରକ୍ଷିତ ଏବଂ ଆତ୍ମନିର୍ଭରଶୀଳ ହେଉଛି ।”
ପ୍ରଧାନମନ୍ତ୍ରୀ କହିଥିଲେ,”ଆମକୁ ବର୍ଷାଜଳର ପ୍ରତ୍ୟେକ ବୁନ୍ଦା ସଂରକ୍ଷଣ କରିବାକୁ ପଡିବ । ଆମେ ‘କ୍ୟାଚ୍ ଦି ରେନ୍’ ଅଭିଯାନର ଗତିକୁ ଟିକିଏ ବି ଧୀମା ହେବାକୁ ଦେଇପାରିବୁ ନାହିଁ । ସେଥିପାଇଁ ମୁଁ ଆପଣଙ୍କୁ ଏକ ବିଶେଷ ନିବେଦନ କରୁଛି: ଆସନ୍ତୁ ଆମେ ସମସ୍ତେ ଏକାଠି ହୋଇ ପ୍ରତ୍ୟେକ ବୁନ୍ଦା ବର୍ଷାକୁ ସଂରକ୍ଷଣ କରିବା ।”
ଦେଶରେ ଜୁନ ମାସରେ ଆନ୍ତର୍ଜାତୀୟ ଯୋଗ ଦିବସ ଆୟୋଜିତ ହୋଇଥିଲା । ଯାହାକୁ ସାରା ବିଶ୍ବରେ ଲୋକ ନିଜ ଜୀବନରେ ସାମିଲ କରିବାକୁ ପ୍ରତିବଦ୍ଧ ହୋଇଥିଲେ । ଚଳିତବର୍ଷ ଦେଶ ଓ ବିଦେଶରେ 2,500 ରୁ ଅଧିକ ସ୍ଥାନରେ ଯୋଗ ପାଇଁ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ଆମ ଦେଶର କୋଟି କୋଟି ଜନତା ଯୋଗ ଦିବସ ଅବସରରେ ବିଭିନ୍ନ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ ।

ପ୍ରଧାନମନ୍ତ୍ରୀ ଆଗକୁ ଆସୁଥିବା ଗଣେଶ ପୂଜା ସମ୍ପର୍କରେ ନିଜର ମନ୍ତବ୍ୟ ରଖିଥିଲେ । ସେ କହିଥିଲେ, “ପୂଜାପାଠ ଶେଷ ହେବା ପରେ ଆମେ ମାଟିମୂର୍ତ୍ତିକୁ ପାଣିରେ ବିସର୍ଜନ କରୁ ଏବଂ ଏହା ପାଣିରେ ମିଶିଯାଇଥାଏ । ଫଳରେ ଆମେ ପ୍ରକୃତି ପ୍ରତି ଆମର ଆସ୍ଥା ଓ କର୍ତ୍ତବ୍ୟ ନିର୍ବାହ କରିଥାଉ । ଆଗାମୀ ଗଣେଶ ପୂଜାରେ ମୂର୍ତ୍ତି ନିକଟସ୍ଥ ସ୍ଥାନୀୟ କାରିଗରଙ୍କଠାରୁ ନିଶ୍ଚିତ କିଣନ୍ତୁ । ଏହା ଦ୍ବାରା ଆମେ ‘ଭୋକାଲ ଫର୍ ଲୋକଲ୍’ ହୋଇପାରିବା ଓ ନିଜର ଦାୟିତ୍ବ ନିର୍ବାହ କରିପାରିବା । ଏହା ସହିତ ମୂର୍ତ୍ତି ମାଟିରୁ ତିଆରି ହୋଇଥିବା ଆବଶ୍ୟକ । ପ୍ଲାଷ୍ଟର ଅଫ୍ ପ୍ୟାରିସ୍ ନିର୍ମିତ ମୂର୍ତ୍ତି କିଣିବାରୁ ବର୍ତ୍ତନ୍ତୁ,” ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

  • Related Posts

    ମନ୍ଦିରରେ ଦଳାଚକଟା: ୭ ଶ୍ରଦ୍ଧାଳୁଙ୍କ ମୃତ୍ୟୁ

    ବିହାରର ଲକ୍ଷୀସରାଇ ଜିଲ୍ଲାସ୍ଥିତ ଅଶୋକ ଧାମ ମନ୍ଦିରରେ ସୋମବାର ଦଳାଚକଟାରେ ୭ ଜଣ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ଘଟିଥିବା ବେଳେ ୧୨ରୁ ଅଧିକ ଗୁରୁତର ଆହତ ହୋଇଛନ୍ତି। ପ୍ରାରମ୍ଭିକ ସୂଚନା ଅନୁଯାୟୀ, ଏକ ବିଦ୍ୟୁତ୍ ତାର ଛିଣ୍ଡିଯିବାରୁ ଶ୍ରଦ୍ଧାଳୁଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିଲା…

    Continue reading
    ହୋଟେଲରେ ଅଗ୍ନିକାଣ୍ଡ, 7 ମୃତ

    କଲିକତା : ଆଜି ସକାଳୁ ପଶ୍ଚିମବଙ୍ଗ ବୀରଭୂମିର ତାରାପୀଠରେ ଏକ ଘରୋଇ ହୋଟେଲରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ଏହି ଘଟଣାରେ 7 ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନେକ ଆହତ ହୋଇଛନ୍ତି । ସେମାନଙ୍କୁ ଉଦ୍ଧାର କରାଯାଇ ରାମପୁରହାଟ ମେଡିକାଲ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ