ମହର୍ଷି କଲେଜରେ ଆତଙ୍କରାଜ; ୩ ଛାତ୍ର ଗିରଫ, ୫ଙ୍କୁ ନୋଟିସ୍, ଥାର୍ ଜବତ

ଭୁବନେଶ୍ବର: ପୁଣି ଅଶାନ୍ତ ହୋଇଛି ଭୁବନେଶ୍ବର ମହର୍ଷି କଲେଜ । କିଛି ଅଣଛାତ୍ରଙ୍କ ସମେତ ଏକ ଛାତ୍ରଗୋଷ୍ଠୀ କଲେଜ କ୍ୟାମ୍ପସ ଭିତରେ ଥାର୍ ଗାଡି ପୁରାଇ ଆତଙ୍କରାଜ ସୃଷ୍ଟି କରିଛନ୍ତି । ଗତକାଲି (ଗୁରୁବାର) ଏହି ଘଟଣାରେ ସହିଦନଗର ଥାନା ପୋଲିସ ୩ ଛାତ୍ରଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତମାନେ ହେଲେ ଲକ୍ଷ୍ମୀସାଗର ଥାନା ଅନ୍ତର୍ଗତ ଝାରପଡାରେ ରହୁଥିବା କଟକ ବକ୍ସି ବଜାର ଅଞ୍ଚଳର ଇମତ୍ୟାଜ୍ ଖାନ୍ ଓରଫ ସମୀର (୧୯), ଝାରପଡ଼ାର ସନ୍ତୋଷ ମଙ୍ଗରାଜ ଓରଫ ଶୁଭମ (୨୧) ଓ ମଞ୍ଚେଶ୍ୱର ଥାନା ଅନ୍ତର୍ଗତ ପଳାଷୁଣିରେ ରହୁଥିବା ନୟାଗଡ଼ ଜିଲ୍ଲା ଓଡ଼ଗାଁ ଅଞ୍ଚଳର ଓମ୍ ପ୍ରକାଶ ସାହୁ (୧୯) । ସମୀରର ମହିନ୍ଦ୍ରା ଥାର୍ ଗାଡ଼ିକୁ ଜବତ କରାଯାଇଛି । କିଛି ପ୍ଲାଷ୍ଟିକ ପାଇପ ମଧ୍ୟ ଜବତ କରାଯାଇଛି ।

ଅଭିଯୁକ୍ତମାନେ +୩ରେ ପଢ଼ୁଥିବା ବେଳେ ସମସ୍ତଙ୍କ ନାଁରେ ପୂର୍ବରୁ ଆପରାଧିକ ମାମଲା ମଧ୍ୟ ରହିଛି । ଅଭିଯୁକ୍ତମାନଙ୍କୁ କୋର୍ଟଚାଲାଣ କରାଯାଇଛି । ଜାମିନ ନାମଞ୍ଜୁର ପରେ ସମସ୍ତଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି । ସେହିପରି ଉକ୍ତ ଗୋଷ୍ଠୀର ୫ ଛାତ୍ରଙ୍କ ନାଁରେ ପୂର୍ବରୁ ମାମଲା ନଥିବା ବେଳେ ସମସ୍ତଙ୍କୁ ନୋଟିସ୍‌ରେ ଛଡ଼ାଯାଇଛି । ନୋଟିସ୍‌ରେ ଛଡ଼ାଯାଇଥିବା ଛାତ୍ରମାନେ ବିଜୁ ପଟ୍ଟନାୟକ କଲେଜର ବୋଲି ପୋଲିସ ସୂଚନା ମିଳିଛି । ଏହି ଘଟଣାରେ ସହିଦନଗର ଥାନା ପକ୍ଷରୁ ମାମଲା (ନଂ.୩୮୬/୨୦୨୬) ରୁଜୁ କରାଯାଇଛି ।ପୋଲିସ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, କିଛିଦିନ ତଳେ ଦୁଇ ଛାତ୍ର ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା । ଏହାକୁ ନେଇ ଏକ ଛାତ୍ର ଗୋଷ୍ଠୀ ଆତଙ୍କ ସୃଷ୍ଟି କରିବାକୁ ଯୋଜନା କରିଥିଲା । ଗୁରୁବାର ମଧ୍ୟାହ୍ନ ପ୍ରାୟ ୧୨ଟା ବେଳେ ୮ ଜଣ ଅଭିଯୁକ୍ତ ଛାତ୍ର ଥାର୍ ଗାଡ଼ିରେ ବିନା ଅନୁମତିରେ ମହର୍ଷି କଲେଜର ପରିସରରେ ପଶିଥିଲେ । ସେମାନେ ହୋହଲ୍ଲା କରିବା ସହ ଗାଳିଗୁଲଜ ଦେଇ ଆତଙ୍କ ସୃଷ୍ଟି କରିଥିଲେ । ପ୍ଲାଷ୍ଟିକ ପାଇପ ବୁଲାଇଥିଲେ । ଏପରିକି ନିର୍ଦ୍ଦିଷ୍ଟ କିଛି ଛାତ୍ରଙ୍କୁ ଆକ୍ଷେପ କରି ଧମକ ଦେଇଥିଲେ । ଯାହା ଫଳରେ ଛାତ୍ରଛାତ୍ରୀ ଓ କର୍ମଚାରୀଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଥିଲା । ଖବର ପୋଲିସ ଟିମ୍ ପହଞ୍ଚି ଅଭିଯୁକ୍ତ ଛାତ୍ରମାନଙ୍କୁ କାବୁ କରି ଥାନାକୁ ଆଣିଥିଲା । ପୂର୍ବରୁ ମଧ୍ୟ ମହର୍ଷି କଲେଜର ଏଭଳି ଏକାଧିକ ଗଣ୍ଡଗୋଳ ଘଟିଥିବା ନଜିର ରହିଛି ।

  • Related Posts

    ଡକାୟତି ଉଦ୍ୟମ ବିଫଳ ; ଘର ମାଲିକଙ୍କୁ ଗୁଳି କରି ଫେରାର

    ପାଟଣା : ଘଟଗାଁ ଥାନା ଅନ୍ତର୍ଗତ ଢେଙ୍କିକୋଟ ପୁଲିସ ବିଟ ଅଞ୍ଚଳ ତୋରାଣି ପୋଖରୀ ପଞ୍ଚାୟତ ଖୁଦୁପୁଟୁଳି ଗ୍ରାମର ଯତିନ୍ଦ୍ର ମହାନ୍ତ (୫୧)ଙ୍କ ଘରେ ପଶି ତାଙ୍କ ପେଟକୁ ଗୁଳି କରି ୪ ଜଣ ଡକାୟତ ଫେରାର ହୋଇଯାଇଛନ୍ତି। ଗତରାତି ସାଢ଼େ…

    Continue reading
    ଆଜିଠାରୁ ବୃଦ୍ଧି ପାଇବ ବଜ୍ରପାତ ଓ ବର୍ଷାର ମାତ୍ରା

    ଭୁବନେଶ୍ବର: ରାଜ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଦୁର୍ବଳ ହେଉଛି । ପ୍ରଭାବରେ ଓଡ଼ିଶାର ଅନେକ ସ୍ଥାନରେ ବିଜୁଳି ଘଡଘଡି ସହିତ ବର୍ଷା ଲାଗି ରହିଛି । ଆଜିଠାରୁ ଧୀରେ ଧୀରେ ବଜ୍ରପାତ ଓ ବର୍ଷାର ମାତ୍ରା ବୃଦ୍ଧି ପାଇବ ।…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ