ମାଆ ବିରଜାଙ୍କ ପୀଠର ଉନ୍ନତିକରଣ ଓ ସୋନ୍ଦର୍ଯ୍ୟକରଣ ଠିକ୍ ସମୟରେ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

ଯାଜପୁରର ପ୍ରସିଦ୍ଧ ମା’ ବିରଜା ପୀଠର ଉନ୍ନତିକରଣ ଓ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ଠିକ୍ ସମୟରେ ସାରିବାକୁ ଆଜି ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଆବଶ୍ୟକ ପଡ଼ିଲେ ନୂତନ ପ୍ରକଳ୍ପ ମଧ୍ୟ କାର୍ଯ୍ୟକାରୀ ହେବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ।
ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଜାରି କରାଯାଇଥିବା ପ୍ରେସ୍ ରିଲିଜ୍‌ରେ କୁହାଯାଇଛି, ଯାଜପୁରର ବିରଜା କ୍ଷେତ୍ର କେବଳ ଓଡ଼ିଶାର ନୁହେଁ, ସାରା ଦେଶର ଏକ ଗୁରୁତ୍ୱପୂର୍ଣ୍ଣ ଶକ୍ତି ପୀଠ। ଓଡ଼ିଶାର ଜନସାଧାରଣଙ୍କ ଧାର୍ମିକ ଓ ଆଧ୍ୟାତ୍ମିକ ଚେତନାରେ ଏହା ଏକ ପ୍ରମୁଖ ତୀର୍ଥ କ୍ଷେତ୍ର। ମହାଭାରତ, ଆଦି ଶଙ୍କରାଚାର୍ଯ୍ୟଙ୍କ ଶକ୍ତି ପୀଠ ସ୍ତବ ଏବଂ ବାମନ ପୁରାଣରେ ମଧ୍ୟ ମା’ ବିରଜାଙ୍କ ସମ୍ପର୍କରେ ବର୍ଣ୍ଣନା ରହିଛି। ନାଭି ଗୟା ଭାବରେ ବିରଜା ପୀଠର ପ୍ରସିଦ୍ଧି ରହିଛି। ମା’ ବିରଜାଙ୍କ ପ୍ରତି ସାରା ଓଡ଼ିଶାର ଜନସାଧାରଣଙ୍କ ପ୍ରଗାଢ଼ ଭକ୍ତି ଓ ନିଷ୍ଠା ରହିଛି। ଏହି ପ୍ରାଚୀନ ପ୍ରସିଦ୍ଧ ଶକ୍ତି ପୀଠର ଉନ୍ନତିକରଣ ଓ ସୌନ୍ଦର୍ଯ୍ୟକରଣ ପାଇଁ ରାଜ୍ୟ ସରକାର ସମ୍ପୂର୍ଣ୍ଣ ପ୍ରତିଶ୍ରୁତିବଦ୍ଧ। ଏଥିପାଇଁ ମଞ୍ଜୁର କରାଯାଇଥିବା ପ୍ରକଳ୍ପ ଗୁଡ଼ିକ ଜାରି ରହିଛି। ଏହା ସହିତ ମନ୍ଦିରର ସର୍ବାଙ୍ଗୀନ ବିକାଶ ପାଇଁ ଆବଶ୍ୟକ ପଡ଼ିଲେ ନୂତନ ପ୍ରକଳ୍ପ ମଧ୍ୟ କାର୍ଯ୍ୟକାରୀ କରାଯିବ। ବିରଜା ମନ୍ଦିର ଓ ପାରିପାର୍ଶ୍ୱିକ ଉନ୍ନୟନ ପାଇଁ ଯେଉଁ ସବୁ ପ୍ରକଳ୍ପ ହାତକୁ ନିଆ ଯାଇଛି, ସେ ସବୁ ପ୍ରକଳ୍ପ ଠିକ୍ ସମୟରେ ସମ୍ପୂର୍ଣ୍ଣ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।

Related Posts

ନ୍ୟାସନାଲ ଅର୍ବାନ କନକ୍ଲେଭ, ୨୩ରେ ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଭୁବନେଶ୍ୱରରେ ହେବ ନ୍ୟାସନାଲ  ଅର୍ବାନ କନକ୍ଲେଭ୍‌ (ଜାତୀୟ ସହରାଞ୍ଚଳ  ସମ୍ମେଳନ) । ଆସନ୍ତା ୨୩ରୁ ୨୫ ତାରିଖ  ଯାଏ ଏହି ସମ୍ମେଳନ ହେବ । ଏଥିରେ  ସବୁ ମହାନଗର ନିଗମର ମେୟର ଓ  କମିଶନର ଯୋଗ ଦେବାର କାର୍ଯ୍ୟକ୍ରମ  ରହିଛି…

Continue reading
ବେକ କାଟି ଯୁବକଙ୍କୁ ହତ୍ୟା, ଅଭିଯୁକ୍ତ ଅଟକ

ବ୍ରହ୍ମପୁର: ପାର୍ବଣ ପୂର୍ବରୁ ରକ୍ତରଞ୍ଜିତ ହେଲା ବ୍ରହ୍ମପୁର ସହର। ଉପକଣ୍ଠ ନିମଖଣ୍ଡି ଅଞ୍ଚଳରେ ଘଟିଛି ଏକ ନୃଶଂସ ହତ୍ୟାକାଣ୍ଡ ଘଟିଛି। ଦୁର୍ଦ୍ଦାନ୍ତ ଟୁନା ନାୟକଙ୍କ ବେକ କାଟି ହତ୍ୟା କରାଯାଇଛି। ଘଟଣାରେ ତାଙ୍କ ବନ୍ଧୁ ବିଟୁ ସାହୁଙ୍କୁ ପୁଲିସ ଅଟକ ରଖି…

Continue reading

Leave a Reply

Your email address will not be published. Required fields are marked *

You Missed

ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ