ମୁମ୍ବାଇ: ନାଗିନ୍ ଫ୍ରେମ୍ ତଥା ଅଭିନେତ୍ରୀ ମୌନୀ ରୟ ଏବଂ ବ୍ୟବସାୟୀ ସୂରଜ ନାମ୍ବିଆର ଉଭୟ ସୋସିଆଲ୍ ମିଡ଼ିଆରେ ବିବାହ ବିଚ୍ଛେଦର ଖବର ଦେଇଛନ୍ତି । ମୌନୀ ଜଣେ ଲୋକ ପ୍ରିୟ ଅଭିନେତ୍ରୀ । ଉଭୟ ଛୋଟ ପରଦା ଏବଂ ବଡ଼ ପରଦାରେ ନିଜର ଅଭିନୟର ଯାଦୁ ଦେଖାଇଛନ୍ତି । କଲର୍ସ ଟିଭିରେ ପ୍ରସାରିତ ‘ନାଗିନ୍’ ଧାରାବାହିକ ତାଙ୍କୁ ସ୍ୱତନ୍ତ୍ର ପରିଚୟ ଦେଇଥିଲା । ଏହି ଠାରୁ ସେ ବଲିଉଡରେ ପାଦ ଥାପି ଥିଲେ । ସୂରଜ ନାମ୍ବିଆର ଜଣେ ବ୍ୟବସାୟୀ । ସେ ଦୀର୍ଘ ବର୍ଷ ଧରି ଦୁବାଇରେ ରହିଆସୁଥିଲେ । ୨୦୧୮ ମସିହାରେ ମୌନି ରୟ ଏବଂ ସୂରଜ ନାମ୍ବିଆର ପ୍ରଥମ ଥର ପାଇଁ ଦୁବାଇରେ ଏକ ନୂତନ ବର୍ଷ ପାଳନ ସମୟରେ ଦେଖା ହୋଇଥିଲେ। ଏହି ଠାରୁ ଉଭୟଙ୍କ ମଧ୍ୟରେ ବନ୍ଧୁତ୍ୱର ସମ୍ପର୍କ ସ୍ଥାପନ ହୋଇଥିଲା । ଜାନୁଆରୀ ୨୭, ୨୦୨୨ରେ ଗୋଆରେ ପରିବାର ସଦସ୍ୟ ଏବଂ ନିକଟତମ ବନ୍ଧୁମାନଙ୍କ ଉପସ୍ଥିତିରେ ଭବ୍ୟ ସମାରୋହରେ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ। ସେମାନଙ୍କ ବିବାହ ବଙ୍ଗାଳୀ ଏବଂ ମାଲାୟାଲୀ ପରମ୍ପରାର ଝଲକ ଦେଖିବାକୁ ମିଳିଥିଲା ।
ସମୀର ରଞ୍ଜନ ଦାଶଙ୍କ ଅଧ୍ୟକ୍ଷତାରେ ନିମାପଡାରେ ପ୍ରେରଣା ଦିବସ ପାଳିତ
ନିମାପଡ଼ା,୧୪।୦୫।୨୬: ନିମାପଡାର ଗାନ୍ଧୀ ତଥା ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ପଦ୍ମଶ୍ରୀ ସ୍ୱର୍ଗତ ଭବାନୀ ଚରଣ ପଟ୍ଟନାୟକଙ୍କ ଶ୍ରାଦ୍ଧ ଦିବସକୁ ନିମାପଡ଼ା ରେ ପ୍ରେରଣା ଦିବସ ଭାବେ ପାଳନ କରାଯାଇ ଆସୁଛି। ସ୍ୱର୍ଗତ ଭବାନୀ ଚରଣ ପଟ୍ଟନାୟକଙ୍କ ଷଷ୍ଠ ଶ୍ରାଦ୍ଧ ଦିବସ ଅବସରରେ…
