ଯେତେ ବଡ଼ ନେତା ହେଲେ ମଧ୍ୟ କ୍ଷେତ୍ରକୁ ଯିବାକୁ ହେବ: ଲାଲଜୀ

ଭୁବନେଶ୍ୱର : କଂଗ୍ରେସ ଭବନ ଠାରେ ଅଖିଳ ଭାରତୀୟ କଂଗ୍ରେସ କମିଟିର ନୂତନ ନିଯୁକ୍ତ ଓଡ଼ିଶା କଂଗ୍ରେସ ପ୍ରଭାରୀଙ୍କ ପ୍ରଥମ ଓଡ଼ିଶା ଗସ୍ତ ପରିପ୍ରେକ୍ଷୀରେ ପ୍ରଦେଶ କଂଗ୍ରେସର ରାଜନୈତିକ ବ୍ୟାପର କମିଟି ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ଯୋଗ ଦେଇ ଶ୍ରୀ ଦେଶାଇ କହିଲେ ଯେ, ଦଳ ଅନୁଶାସନ ହିସାବରେ ଚାଲିବ। ଯେତେ ବରିଷ୍ଠ ହେଲେ ମଧ୍ୟ ସଭାପତିଙ୍କ ପରାମର୍ଶ କ୍ରମେ କାର୍ଯ୍ୟ ନିର୍ଣ୍ଣୟ ହେବ। ଯେତେ ବଡ଼ ନେତା ହେଲେ ମଧ୍ୟ କ୍ଷେତ୍ରକୁ ଯିବାକୁ ହେବ। ସେ କଂଗ୍ରେସର ଆଗାମୀ କାର୍ଯ୍ୟପନ୍ଥା ଉପରେ ପ୍ରକାଶ କରି କହିଲେ ଯେ, ବିଜେପି ସରକାର ସବୁଠାରୁ ଦୁର୍ନୀତିଗ୍ରସ୍ତ ସରକାର। ଓଡ଼ିଶା ରାଜ୍ୟ ଖଣି ଖାଦାନରେ ଭରପୂର। କିନ୍ତୁ ବାହାର ରାଜ୍ୟରୁ କମ୍ପାନୀ ଆସି ଏଠାରେ ଲକ୍ଷ ଲକ୍ଷ କୋଟି ଉପାର୍ଜନ କରୁଥିବାବେଳେ ଓଡ଼ିଶାର ଯୁବକ ଯୁବତୀ ଆମ ଗୁଜୁରାଟ ଓ ଅନ୍ୟାନ୍ୟ ରାଜ୍ୟକୁ ମୁଲ ଖଟି ଯିବା ପାଇଁ ବାଧ୍ୟ ହେଉଛନ୍ତି। ଆମକୁ ଓଡ଼ିଶାର ଗର୍ବ ଓ ଗୌରବ ପ୍ରତି ଦୃଷ୍ଟି ଦେବାକୁ ପଡିବ। କଂଗ୍ରେସ ଦଳକୁ ପ୍ରଥମେ ଓଡ଼ିଶାବାସୀଙ୍କ ହୃଦୟ ଜିତିବାକୁ ପଡିବ, ପରେ ନିର୍ବାଚନ ବିଷୟ। ବିଜେପି ସରକାରର ପ୍ରତ୍ୟେକ ଦୁର୍ନୀତି ବିରୁଦ୍ଧରେ ଏକ ବଡ ଧରଣର ଲମ୍ବା ଆନ୍ଦୋଳନ କଂଗ୍ରେସ କରିବ ବୋଲି ସମ୍ୟକ ସୂଚନା ଦେଇଥିଲେ । ଆଜିର ପିଏସି ବୈଠକରେ ପିସିସି ସଭାପତି ଭକ୍ତ ଚରଣ ଦାସ କାର୍ଯ୍ୟକ୍ରମକୁ ପରିଚାଳନା କରିବା ସହ ବିଭିନ୍ନ ପ୍ରସଙ୍ଗ ବିଷୟରେ ସୂଚନା ଦେଇଥିଲେ। ଦଳଠାରୁ ଊର୍ଦ୍ଧ୍ବରେ କେହି ନୁହନ୍ତି, ତେଣୁ ଦଳର ଅନୁଶାସନ ସମସ୍ତଙ୍କ ପାଇଁ ଅଗ୍ରାଧିକାର ବୋଲି ସହପ୍ରଭାରୀ ଜେଟି କୁସୁମ କୁମାର କହିଥିଲେ। ବିଜେଡି ଏବେ ନିମ୍ନଗାମୀ ହେଉଥିବାରୁ କଂଗ୍ରେସ ପାଇଁ ବଡ଼ ସୁଯୋଗ ଆସିଛି ବୋଲି ଅନ୍ୟତମ ସହପ୍ରଭାରୀ ମୟୂର ଜୟକୁମାର ମତ ଦେଇଥିଲେ।

ବରିଷ୍ଠ କଂଗ୍ରେସ ନେତା ନିରଂଜନ ପଟ୍ଟନାୟକ ଓଡ଼ିଶା ରାଜନୀତିରେ ସୃଷ୍ଟ ଶୂନ୍ୟସ୍ଥାନକୁ ପୂରଣ କରିବାକୁ ହେଲେ କଂଗ୍ରେସକୁ ବହୁତ ପରିଶ୍ରମ କରିବାକୁ ପଡ଼ିବ ବୋଲି କହିଥିଲେ। ବ୍ଲକ୍ ସଭାପତିମାନଙ୍କୁ ନେଇ ଏକ ସମାବେଶ ଆୟୋଜନ କରିବାକୁ ପୂର୍ବତନ ପିସିସି ସଭାପତି ଶରତ ପଟ୍ଟନାୟକ ପ୍ରସ୍ତାବ ଦେଇଥିଲେ। କେନ୍ଦୁଝର ଡିଏମ୍‌ଏଫ୍ ପାଣ୍ଠିରେ ଥିବା ୧୪,୦୦୦ କୋଟି ଟଙ୍କାର ଏକ ଅଂଶ ଜନଜାତିଙ୍କ ବିକାଶ ପାଇଁ ବିନିଯୋଗ କରିଥିଲେ ଦାଦନ ସମସ୍ୟା ଦୂର ହୋଇଥା’ନ୍ତା ଓ ତେଲକୋଇର ୧୪ ମହିଳାଙ୍କୁ ତାମିଲନାଡ଼ୁରେ ମରିବାକୁ ପଡ଼ି ନ ଥା’ନ୍ତା ବୋଲି ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା କହିଥିଲେ। ଖଣି ଉତ୍ତୋଳନ ଉପରେ ୫୦% ସେସ୍ ଲଗାଇଲେ ରାଜ୍ୟକୁ ବର୍ଷକୁ ଦେଢ଼ ଲକ୍ଷ କୋଟି ମିଳିପାରନ୍ତା ବୋଲି ସେ ମତ ଦେଇଥିଲେ। ବାହାରକୁ ଦାଦନ ଖଟିବାକୁ ଯାଇଥିବା ୧.୨୫ କୋଟି ଓଡ଼ିଆଙ୍କ ବିଷୟରେ ସରକାର ଶ୍ବେତପତ୍ର ପ୍ରକାଶ କରିବାକୁ ପୂର୍ବତନ ସାଂସଦ ରାମଚନ୍ଦ୍ର ଖୁଣ୍ଟିଆ ଦାବି କରିଥିଲେ। ତେଲକୋଇର ପ୍ରତି ମୃତ ମହିଳାଙ୍କ ପରିବାରକୁ ୨୫ ଲକ୍ଷ ଦେବାସହ ଜଣକୁ ଚାକିରୀ ଦେବାକୁ ଦାବି କରିଥିଲେ। ଓଡ଼ିଶାର ବିଦ୍ୟୁତ ଶୁଳ୍କ ନେଇ ଲବଣ ସତ୍ୟାଗ୍ରହ ପରି ଏକ ଆନ୍ଦୋଳନ ଆବଶ୍ୟକ ବୋଲି ପୂର୍ବତନ ଅର୍ଥମନ୍ତ୍ରୀ ପଂଚାନନ କାନୁନଗୋ କହିଥିଲେ। ପୂର୍ବତନ ପିସିସି ସଭାପତି ଜୟଦେବ ଜେନା ଏକାଧିକ ପ୍ରସଙ୍ଗରେ କଂଗ୍ରେସର ସ୍ବର ଆହୁରି ଶାଣିତ ହେବା ଦରକାର ବୋଲି ମତ ଦେଇଥିଲେ। ଦଳରେ ଅଧିକ ସଂଖ୍ୟକ ମହିଳା କାର୍ଯ୍ୟକର୍ତ୍ତା ଲୋଡ଼ା ବୋଲି କୋରାପୁଟ ସାଂସଦ ସପ୍ତଗିରି ଉଲାକା ମତ ଦେଇଥିଲେ। ଓଡ଼ିଶା କଂଗ୍ରେସରେ ଏକ ନବଚିଂତନ ବୈଠକ କରିବାକୁ ପୂର୍ବତନ ପିସିସି ସଭାପତି ପ୍ରସାଦ ହରିଚନ୍ଦନ ପ୍ରସ୍ତାବ ଦେଇଥିଲେ। ରାଜ୍ୟର ଜନସଂଖ୍ୟାର ୯୦ ପ୍ରତିଶତ ଆଦିବାସୀ-ଦଳିତ-ଓବିସି; ସେମାନଙ୍କ ପାଇଁ ସ୍ବତନ୍ତ୍ର କାର୍ଯ୍ୟକ୍ରମ ସପକ୍ଷରେ କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡ଼ାମ ଯୁକ୍ତି ବାଢ଼ିଥିଲେ।

ପିଏସି କମିଟିର ବହୁ ସଦସ୍ୟ ନିଜ ମତାମତ ଉପସ୍ଥାପନ କରିଥିଲେ। ଉପସ୍ଥିତ ଥିବା ସଦସ୍ୟଗଣ ପୂର୍ବତନ ମନ୍ତ୍ରୀ ନରେନ୍ଦ୍ର ପ୍ରଧାନ, ଜଗନ୍ନାଥ ପଟ୍ଟନାୟକ, ଅମରନାଥ ପ୍ରଧାନ, ଶରତ ରାଉତ, ପୂର୍ବତନ ସାଂସଦ ଅନନ୍ତ ପ୍ରସାଦ ସେଠୀ, ନକୁଳ ନାୟକ, ଡ. ସି.ଏସ୍‌.ରାଜନ ଏକ୍କା, ଅଶୋକ ଦାସ, ପ୍ରଫୁଲ ଚନ୍ଦ୍ର ପ୍ରଧାନ, ସାଗର ଚରଣ ଦାସ, ସତ୍ୟଜିତ ଗମାଙ୍ଗୋ, ନିଳମାଧବ ହିକ୍କକା, ପବିତ୍ର ସାଉଁତା, ମଙ୍ଗୁ ଖିଲ, ପୂର୍ବତନ ବିଧାୟକ ସମୀର କୁମାର ରାଉତରାୟ, ସନ୍ତୋଷ ସିଂ ସାଲୁଜା, ଲଲାଟେନ୍ଦୁ ମହାପାତ୍ର, କିଶୋର ଚନ୍ଦ୍ର ପଟେଲ, ବିଜୟଲକ୍ଷ୍ମୀ ସାହୁ, ସୁରେଶ କୁମାର ରାଉତରାୟ, ଶିବାନନ୍ଦ ରାୟ, ସୁଜୀତ ପାଢ଼ୀ, ନିମାଇଁ ସରକାର, ଚିନ୍ମୟ ପ୍ରସାଦ ବେହୁରିଆ, ଯାକବ ପ୍ରଧାନ, ଅଭିମନ୍ୟୁ ବେହେରା, ସାଧୁ ନେପାକ, ରବିନ୍ଦ୍ର ମଲ୍ଲିକ, ରାଘବ ପରିଡା, ତ୍ରିନାଥ ବେହେରା, ରବିନ୍ଦ୍ର କୁମାର ମଲ୍ଲିକ, ଗଣମାଧ୍ୟମ ଅଧ୍ୟକ୍ଷ ଅରବିନ୍ଦ ଦାସ, କୋଷାଧ୍ୟକ୍ଷ ସିଦ୍ଧାର୍ଥ ସ୍ୱରୂପ ଦାସ, ସଂଖ୍ୟାଲଘୁ ବିଭାଗ ଅଧ୍ୟକ୍ଷ ଜିଆଉଲ୍ ହକ୍କ, ଅନୁସୂଚୀତ ଜାତି ବିଭାଗ ଅଧ୍ୟକ୍ଷ ମାନସ ମଲ୍ଲିକ, ଅନୁୂସୂଚୀତ ଜନଜାତି ଅଧ୍ୟକ୍ଷ ଯଶୋବନ୍ତ ସିଂ ଲାଗୁରୀ, ଯୁବ କଂଗ୍ରେସ ସଭାପତି ରଞ୍ଜିତ ପାତ୍ର, ସେବାଦଳ ଅଧ୍ୟକ୍ଷ ଶୁଭେନ୍ଦୁ ମହାନ୍ତି, ସତ୍ୟବ୍ରତ ପାତ୍ର, କିଶୋର ଜେନା, ମାନସ ଚୌଧୁରୀ, ନବଜ୍ୟୋତି ପଟ୍ଟନାୟକ, ମନୋଜ ରାଉତ, ମନୋରଞ୍ଜନ ତ୍ରିପାଠୀ, ଦୁର୍ଗା ପ୍ରସାଦ ପଣ୍ଡା, ନଟବର ବାରିକ, ସୁରେଶ ମହାପାତ୍ର, ସୁରେଶ୍ୱର ମିଶ୍ର, ମନୋରଞ୍ଜନ ଦାସ, ହମିଦ୍ ହୁସେନ, ଅସିତ ପଟ୍ଟନାୟକ, ରାଘବ ପରିଡ଼ା, ତ୍ରିନାଥ ବେହେରା ପ୍ରମୁଖ ଏହି ବୈଠକରେ ଅଂଶ ଗ୍ରହଣ ଆଗାମୀ ଦିନରେ କଂଗ୍ରେସରେ ଏକତା ପ୍ରତିଷ୍ଠା କରି ଏକ ଶକ୍ତିଶାଳୀ ରାଜନୈତିକ ଦଳ ଭାବରେ ରାଜ୍ୟ ଗଢି ତୋଳିବାକୁ ନିଜ ନିଜର ମତାମତ ଉପସ୍ଥାପନ କରିଥିଲେ ।

  • Related Posts

    ସଂସଦର ସମୟ ନଷ୍ଟ ହେବା ଯୋଗୁଁ ୨୧୬ କୋଟି କ୍ଷତି : ଅପରାଜିତା

    ସଂସଦରେ ହଙ୍ଗାମା ଓ କାର୍ଯ୍ୟଦିବସ ନଷ୍ଟକୁ ନେଇ ବଡ଼ ବୟାନ ଦେଇଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ । ସଂସଦ ଯେଉଁଭଳି ଭାବେ ଚାଲିଲା, ତାହା ଅତ୍ୟନ୍ତ ନୈରାଶ୍ୟଜନକ ବୋଲି କହିଛନ୍ତି ଅପରାଜିତା । ତାଙ୍କ କହିବା ଅନୁସାରେ, ସଂସଦର ମୂଲ୍ୟବାନ…

    Continue reading
    ବିଜେପି ବିଧାୟକଙ୍କ ଦୋଷକୁ ରାଜ୍ୟ ସରକାର ଘଣ୍ଟ ଘୋଡାଉଛନ୍ତି: ବିଜେଡି

    ଭୁବନେଶ୍ୱର: କଟକ ସଦର ବିଧାୟକ ପ୍ରକାଶ ସେଠୀଙ୍କ ଦ୍ୱାରା ଦୁର୍ବ୍ୟବହାର ଅଭିଯୋଗ ଆଣି ରେଭେନ୍ସା ବିଶ୍ୱ ବିଦ୍ୟାଳୟରେ ସମୂହ ଇସ୍ତଫା ଦେଇଥିବା ତିରିଶ ଜଣ ୱାର୍ଡେନ ଓ ଡେପୁଟି “ୱାର୍ଡେନଙ୍କ ସ୍ଥାନରେ ନୂତନ ଚିପ୍ ୱାଡେନ, ୱାର୍ଡେନ ଓ ଡେପୁଟି ୱାର୍ଡେନ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ