ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଘୋଷଣା

ଭୁବନେଶ୍ୱର: ଘୋଷଣା ହୋଇଛି ଦୁଇ ବର୍ଷର ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର । ୨୦୨୩ ଓ ୨୦୨୪ ମସିହାର ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଘୋଷଣା କରିଛନ୍ତି ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗର ମନ୍ତ୍ରୀ ସୁରଜ ସୂର୍ଯ୍ୟବଂଶୀ । ଚଳିତବର୍ଷ ୩୫ ତମ ରାଜ୍ୟ ପୁରସ୍କାର ଦିଆଯାଉଥିବା ବେଳେ ୩୨ଟି ବର୍ଗ ବା ବିଭାଗ ସହ ଜୀବନବ୍ୟାପି ସାଧନା ପୁରସ୍କାର ଘୋଷଣା ହୋଇଛି । ୨୩ ପାଇଁ ‘ପୁଷ୍କରା’ ଓ ‘ମାଇଁ ସୁଇଟ୍ ହାଉସଓ୍ୱାଇଫ୍’ ଏବଂ ୨୪ ପାଇଁ ‘ଆଶ୍ରମ’ ଶ୍ରେଷ୍ଠ ଚଳଚ୍ଚିତ୍ର ଘୋଷଣା ହୋଇଛି । ୨୦୨୩ ପାଇଁ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାରର ସର୍ବଶ୍ରେଷ୍ଠ ବା ମର୍ଯ୍ୟାଦାଜନକ ପୁରସ୍କାର ‘ମୋହନ ସୁନ୍ଦରଦେବ ଗୋସ୍ୱାମୀ ପୁରସ୍କାର’ ଅଭିନେତା ଶ୍ୟାମଳେନ୍ଦୁ ଭାଟାଚାର୍ଯ୍ୟଙ୍କୁ ମିଳିଥିବା ବେଳେ ୨୦୨୪ ପାଇଁ ଅଭିନେତ୍ରୀ ନମ୍ରତା ଦାସଙ୍କୁ ମିଳିଛି ପୁରସ୍କାର । ୭ ଜଣ ବିଚାରକ ମଣ୍ଡଳୀ ସଦସ୍ୟଙ୍କୁ ନେଇ ଏହି ଚୟନ କରାଯାଇଛି । ଆସନ୍ତାକାଲି ମନୋନୀତ ବ୍ୟକ୍ତିବିଶେଷ ପୁରସ୍କୃତ ହେବେ ।

ଓଡ଼ିଶା ସିନେ ଜଗତର ବହୁପ୍ରତୀକ୍ଷିତ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଆଜି ଘୋଷଣା ହୋଇଯାଇଛି । ଚଳିତ ବର୍ଷ ଏକକାଳୀନ ଦୁଇ ବର୍ଷ ଅର୍ଥାତ ୨୦୨୩ ଏବଂ ୨୦୨୪ ମସିହା ପାଇଁ ପୁରସ୍କାର ଘୋଷଣା ହୋଇଛି । ଚଳଚ୍ଚିତ୍ର ଜଗତରେ ଉଲ୍ଲେଖନୀୟ ଅବଦାନ ପାଇଁ ବିଶିଷ୍ଟ କଳାକାର ଓ ସିନେମାଗୁଡ଼ିକୁ ବିଭିନ୍ନ ବିଭାଗରେ ସମ୍ମାନିତ କରାଯାଇଛି । ୨୦୨୩ ବର୍ଷ ପାଇଁ ଶ୍ରେଷ୍ଠ ଚଳଚ୍ଚିତ୍ର ବିଭାଗରେ ଦୁଇଟି ସିନେମା ଯୁଗ୍ମ ଭାବେ ଶୀର୍ଷ ସ୍ଥାନ ହାସଲ କରିଛନ୍ତି । ସେହିପରି ଅଭିନେତ୍ରୀ ବିଭାଗରେ ମଧ୍ୟ ଦୁଇ ଜଣଙ୍କୁ ପୁରସ୍କାର ମିଳିଛି ।

ଶ୍ରେଷ୍ଠ ଚଳଚ୍ଚିତ୍ର: ‘ପୁଷ୍କରା’ ଏବଂ ‘ମାଇଁ ସୁଇଟ୍ ହାଉସ୍ ୱାଇଫ୍’ (ଯୁଗ୍ମ)
ଶ୍ରେଷ୍ଠ ନିର୍ଦ୍ଦେଶକ: ପିନାକୀ ସିଂହ ଓ ଶିଶିର କୁମାର ସାହୁ
ଶ୍ରେଷ୍ଠ ମୁଖ୍ୟ ଅଭିନେତା: ହରିହର ମହାପାତ୍ର
ଶ୍ରେଷ୍ଠ ମୁଖ୍ୟ ଅଭିନେତ୍ରୀ: ନୈନା ଦାସ ତିୱାରୀ ଏବଂ ସୁପ୍ରିୟା ନାୟକ (ଯୁଗ୍ମ)
ମୋହନ ସୁନ୍ଦର ଦେବ ଗୋସ୍ୱାମୀ ପୁରସ୍କାର (ଜୀବନବ୍ୟାପୀ ସାଧନା): ଅଭିନେତା ଶ୍ୟାମଳେନ୍ଦୁ ଭଟ୍ଟାଚାର୍ଯ୍ୟ

୨୦୨୪ ମସିହା ପାଇଁ ପୁରସ୍କାର ବିଜେତାଙ୍କ ତାଲିକା-
୨୦୨୪ ବର୍ଷ ପାଇଁ ଚଳଚ୍ଚିତ୍ର ‘ଆଶ୍ରମ’ ବାଜିମାତ କରିଥିବା ବେଳେ ଓଲିଉଡର ଚକୋଲେଟ୍ ବୟ ବାବୁସାନ୍‌ ଓ ଅଭିନେତ୍ରୀ ଦେବଜାନୀ ଶ୍ରେଷ୍ଠ ବିବେଚିତ ହୋଇଛନ୍ତି ।
ଶ୍ରେଷ୍ଠ ଚଳଚ୍ଚିତ୍ର: ‘ଆଶ୍ରମ’
ଶ୍ରେଷ୍ଠ ନିର୍ଦ୍ଦେଶକ: ଅଶୋକ ପତି
ଶ୍ରେଷ୍ଠ ମୁଖ୍ୟ ଅଭିନେତା: ବାବୁଶାନ ମହାନ୍ତି
ଶ୍ରେଷ୍ଠ ମୁଖ୍ୟ ଅଭିନେତ୍ରୀ: ଦେବଜାନୀ
ମୋହନ ସୁନ୍ଦର ଦେବ ଗୋସ୍ୱାମୀ ପୁରସ୍କାର (ଜୀବନବ୍ୟାପୀ ସାଧନା): ବରିଷ୍ଠ ଅଭିନେତ୍ରୀ ନମ୍ରତା ଦାସ

ତେବେ ‘ପୁଷ୍କରା’ର ଅଭିନେତ୍ରୀ ସୁପ୍ରିୟା ୨୦୨୩ର ଶ୍ରେଷ୍ଠ ଅଭିନେତ୍ରୀ । ମାଇଁ ସୁଇଟ୍ ହାଉସ୍‌ ୱାଇଫ୍ ପାଇଁ ନୈନା ଦାସ ଶ୍ରେଷ୍ଠ ଅଭିନେତ୍ରୀ । ଡେଲିଭରୀ ବୟ ପାଇଁ ସୂର୍ଯ୍ୟମୟୀ ମହାପତ୍ର ଶ୍ରେଷ୍ଠ ପାର୍ଶ୍ବ ଅଭିନେତ୍ରୀ । ‘ଧୋରେ ବାବୁ ଧୋ’ ପାଇଁ ହରିହର ମହାପାତ୍ର ୨୦୨୩ର ଶ୍ରେଷ୍ଠ ଅଭିନେତା । ୨୦୨୪ ପାଇଁ ‘ଆଶ୍ରମ’ ଶ୍ରେଷ୍ଠ ଚଳଚ୍ଚିତ୍ର । ‘ପାବାର’ ଚଳଚ୍ଚିତ୍ର ପାଇଁ ବାବୁସାନ୍‌ ଶ୍ରେଷ୍ଠ ଅଭିନେତା । ‘ଭଗିଆ ଭାରିଜା’ ଚଳଚ୍ଚିତ୍ର ପାଇଁ ଦେବଯାନୀ ଦେହୁରିଆ ଶ୍ରେଷ୍ଠ ଅଭିନେତ୍ରୀ ।

  • Related Posts

    ବାପ ଝିଅଙ୍କ ଉପରେ ଚଢିଗଲା ଆମ ବସ

    ଭୁବନେଶ୍ୱର: ସ୍ମାର୍ଟସିଟିର ଲାଇଫ ଲାଇନ୍ କୁହାଯାଉଥିବା ‘ଆମ ବସ’ ଏବେ ସରକାରଙ୍କ ପାଇଁ ମୁଣ୍ଡ ବିନ୍ଧାର କାରଣ ପାଲଟିଛି । ଆମ ବସ୍‌ର ପୁଣି ଆତଙ୍କ । ମଞ୍ଚେଶ୍ୱର ଅଞ୍ଚଳରେ ବାପ ଝିଅଙ୍କ ଉପରେ ଚଢିଗଲା ଆମ ବସ। ସ୍କୁଲ ସାରି…

    Continue reading
    ତାମିଲନାଡୁ ଗ୍ୟାସ ଲିକ୍‌ ଅଘଟଣ : ସୁରକ୍ଷିତ ଫେରିଲେ ୬୨ ଓଡ଼ିଆ ଶ୍ରମିକ

    ଭୁବନେଶ୍ୱର: ତାମିଲନାଡୁ ଗ୍ୟାସ୍ ଟ୍ରାଜେଡି ପରେ ଭୟ ଓ ଅନିଶ୍ଚିତତା ମଧ୍ୟରେ ରହିଥିବା ଓଡ଼ିଆ ପ୍ରବାସୀ ଶ୍ରମିକଙ୍କୁ ସୁରକ୍ଷିତ ଭାବେ ରାଜ୍ୟକୁ ଫେରାଇ ଆଣିବାରେ ସଫଳ ହୋଇଛନ୍ତି ସରକାର। ଚେନ୍ନାଇରୁ ଟ୍ରେନ୍‌ ଯୋଗେ ୬୨ ଜଣ ଓଡ଼ିଆ ପ୍ରବାସୀ ଶ୍ରମିକ ଆଜି…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ

    ବଢ଼ୁଛି ଉପଭୋକ୍ତାଙ୍କ ଭରସା, ବୃଦ୍ଧି ପାଉଛି ବିପିସିଏଲର ପିଏନ୍‌ଜି ସଂଯୋଗୀକରଣ

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ