ରାଜ୍ୟସଭା ନିର୍ବାଚନରେ ଘୋଡ଼ାବେପାର ପ୍ରସଙ୍ଗ: ପ୍ରଣବ-ପ୍ରଭାତ ମୁହାଁମୁହିଁ

ଭୁବନେଶ୍ବର : ସରିଛି ରାଜ୍ୟସଭା ନିର୍ବାଚନ ତଥାପି କ୍ରସଭୋଟିଂକୁ ନେଇ ରାଜନୀତି ଥମିବାର ନାଁ ନେଉନି । ଏବେ ମଧ୍ୟ ଚାଲିଛି କାଦୁଆଫିଙ୍ଗା ରାଜନୀତି । ଦୀର୍ଘଦିନ ପରେ ମୁହଁ ଖୋଲିଛନ୍ତି ବିଜେଡିର ବରିଷ୍ଠ ନେତା ପ୍ରଣବ ପ୍ରକାଶ ଦାସ । ରାଜ୍ୟସଭାରେ କ୍ରସ ଭୋଟିଂକୁ ନେଇ ବବି ପ୍ରଭାତ ବିଶ୍ବାଳ ଏବଂ ପୁଅ ସୌଭିକଙ୍କୁ ଟାର୍ଗେଟ କରିଛନ୍ତି । ଯାହାର ଜବାବ ପ୍ରଭାତ ରଖିଥିବା ମଧ୍ୟ ଦେଖିବାକୁ ମିଳିଛି । ଏକ ସଭା ମଞ୍ଚରୁ ପ୍ରଣବ ପ୍ରଭାତଙ୍କୁ ସମାଲୋଚନା କରିଥିବାବେଳେ ଏହା ବେଶ ଭାଇରାଲ ମଧ୍ୟ ହୋଇଛି । ଆଉ ଏବେ ଏହାର ଗଣମାଧ୍ୟମରେ ରଖିଛନ୍ତି ପ୍ରଭାତ ।

ପ୍ରଣବ କହିଛନ୍ତି କି, କୁତା ବଫାଦାର କିନ୍ତୁ ପ୍ରଭାତ କୃତଘ୍ନ । ରାଜ୍ୟସଭା ନିର୍ବାଚନରେ ବିଜେଡି ପ୍ରାର୍ଥୀଙ୍କୁ ଭୋଟ୍ ଦେବାକୁ ୮ କୋଟି ଟଙ୍କା ମାଗିଥିଲେ ପ୍ରଭାତ । ବାକି ଶୁଝିବା ପାଇଁ ଏହି ଟଙ୍କା ମାଗିଥିବାବେଳେ ବିଧାୟକ ଦ୍ରୁବ ସାହୁ ଏହାର ସାକ୍ଷୀ ରହିଥିବା ମଧ୍ୟ କହିଛନ୍ତି । ୨୪ ଘଣ୍ଟା ସେ ନିଜର ସ୍ବାର୍ଥରେ ରୁହନ୍ତି । ଆଉ ଏବେ ନିଜକୁ ସାଧୁ ବୋଲି କହୁଛନ୍ତି । ଭଲ ସାଧୁ କେବେ ଏତେ କଥା କୁହନ୍ତି ନାହିଁ । ସେ ଭଣ୍ଡ ସାଧୁ । ସେ କହୁଛନ୍ତି ଖଇରିଆ ପିନ୍ଧିଛି ? କିଏ ତୁମକୁ କହୁଥିଲା ବୋଲି ମଧ୍ୟ ପ୍ରଶ୍ନ କରିଛନ୍ତି ।

ଏହାସହ ମିଡନାଇଟ୍ ଅପରେସନ ସମ୍ପର୍କରେ କହିଛନ୍ତି କି, ଯଦି ମୁଁ ଥିଲି ତାହେଲେ ଆଜି କେମିତି ବିଜେଡିରେ ସଂଗଠନ ସମ୍ପାଦକ ରହିଛି । ତୁ ଯଦି ଠିକ୍ ଥିଲୁ କାହିଁକି ଦଳରୁ ବିଦା ହୋଇଛୁ । ଏହାସହ ପୁଅ ସୌଭିକ ଯେଉଁଦିନ ବାପାଙ୍କୁ ଟିକେଟ ଦିଆଗଲା ନାହିଁ ସେ ସେଦିନ ବାପାଙ୍କୁ କହିଲେନି ଚାଲନ୍ତୁ ସ୍ବାଧିନ ଲଢ଼ିବା । ଏବେ ବିଜେଡି ଟିକେଟରେ ଜିତିବା ପରେ କହୁଛନ୍ତି ଆମେ ସ୍ବାଧିନ । ୨୦୧୯ ଏବଂ ୨୦୨୪ରେ ବିଜେଡି ଟିକେଟରେ ଜିତିଲେ । ସେମାନେ ମୋ ପାଖକୁ ଆସି ବହୁକିଛି ନେଇଛନ୍ତି ଯାହା କହିହେବନି । ଯଦି ଆବଶ୍ୟକ ପଡ଼େ ଡକ୍ୟୁମେଣ୍ଟ ସହ ଦେଖାଇବି । ମୁଁ ଜାଣିଛି ଏକଥାକୁ ନେଇ ସେ ମୁହଁ ଖୋଲିବେ କାରଣ ସେ ଜଣେ ପାଗଳ ।

ଏହାସହ ବବି କହିଛନ୍ତି କି, ସଂନ୍ତୃପ୍ତ ମିଶ୍ର ତୁମର କଣ ଖାଇଲେ ବୋଲି ମଧ୍ୟ ପ୍ରଶ୍ନ କରିଛନ୍ତି । ସେ ଜଣେ ଭଦ୍ର ଲୋକ ତାଙ୍କୁ ବିରୋଧ କଲ । କଟକ ଚୌଦ୍ବାର ହେଉଛି ବିଜୁବାବୁଙ୍କ ଜାଗା । ଯେତେବେଳେ ବିଜୁବାବୁଙ୍କ ବିରୋଧରେ ବିଜେପି ସାଂସଦ କହିଲେ ସେତେବେଳେ ବାପା ପୁଅ କୋଉଠି ଥିଲ ? ଏହାସହ ଆପଣ ଯାଇ ଧ୍ରୁବ ସାହୁଙ୍କୁ ପଚାରନ୍ତୁ ପ୍ରଭାତ ୮ କୋଟି ମାଗିଥିଲେ କି ନାହିଁ ? ବାପାଙ୍କ ପାଇଁ ଓକିଲାତି କରୁଥିବା ପୁଅ ୨୦୧୯ରେ ଟିକେଟ ନେଲା କାହିଁକି ?

ସେପଟେ ବବିଙ୍କ ଏଭଳି କଟାକ୍ଷ ପରେ ଜବାବ ରଖିଛନ୍ତି ପ୍ରଭାତ ବିଶ୍ବାଳ । ସେ କହିଛନ୍ତି କି, ମୁଁ ଫେବୃଆରୀ ୨୮ ତାରିଖରୁ ବହିସ୍କାର ହେଲିଣି । ବବିବାବୁ କଣ କରୁଥିଲେ ? ସେ କଣ ଖଜୁରୀ ରସ ପିଇ ଶୋଇଥିଲେ କି ? ଏବେ ଉଠିଲେ ଆଉ ବାଉଳି ହେଉଛନ୍ତି । ଆଉ ଟିକେ ତାଙ୍କ ନିଶା ଛାଡ଼ୁ ସବୁ କହିବି ବୋଲି କହିଛନ୍ତି ପ୍ରଭାତ ବିଶ୍ବାଳ । ମୁଁ କେବେ ମଧ୍ୟ ୮ କୋଟି ମାଗିନାହିଁ । ମୁଁ ୧୭ରେ ମା’ଙ୍କ ପାଖକୁ ଯାଉଛି । ୧୮ କି ୧୯ରେ ଫେରିଲେ ରାଜ୍ୟବାସୀଙ୍କୁ ସବୁ କହିବି । ମୁଁ ଫେରିଲେ ପୁଣି ଧଳା ପୋଷାକ ପିନ୍ଧିବି । ମୁଁ ଦୁଇ ଜଣଙ୍କ ପାଇଁ ଖଇରିଆ ପିନ୍ଧିଥିଲି । ମୁଁ କେବେ କୃତଘ୍ନ ନୁହେଁ କାହାକୁ ଟଙ୍କାଟେ ମଧ୍ୟ ମାଗିନାହିଁ ବୋଲି କହିଛନ୍ତି ପ୍ରଭାତ ବିଶ୍ବାଳ ।

  • Related Posts

    କଂଗ୍ରେସ-ବିଜେଡି ଏକ ଅସାଧୁ ମେଣ୍ଟ: ପ୍ରଦୀପ ପୁରୋହିତ

    ଭୁବନେଶ୍ୱର: ଆସନ୍ତା ପଞ୍ଚାୟତ ନିର୍ବାଚନରେ ବିଜେଡ଼ି-କଂଗ୍ରେସ ମେଣ୍ଟ ହୋଇପାରେ ଚର୍ଚ୍ଚା ଜୋର ଧରିଥିବା ବେଳେ କଂଗ୍ରେସ ବିଜେଡିର ମେଣ୍ଟ ହେଉଛି ଏକ ଅସାଧୁ ମେଣ୍ଟ ବୋଲି କହିଛନ୍ତି ସାଂସଦ ପ୍ରଦୀପ ପୁରୋହିତ । ପ୍ରଦୀପ କହିଛନ୍ତି, କୌଣସି ଅସାଧୁ ମେଣ୍ଟ ବିଜେପିକୁ…

    Continue reading
    ସବୁ ବିରୋଧୀ ଏକ ହୁଅନ୍ତୁ: ମନମୋହନ

    ଭୁବନେଶ୍ୱର: ମେଣ୍ଟ ଚର୍ଚ୍ଚାକୁ ନେଇ ବିଜେପି ରାଜ୍ୟ ସଭାପତି ମନମୋହନ ସାମାଲ କହିଛନ୍ତି ଗଣତନ୍ତ୍ର ବ୍ୟବସ୍ଥାରେ ସମସ୍ତଙ୍କର ସବୁ ଅଧିକାର ଅଛି। ଯେଉଁମାନେ କରୁଛନ୍ତି, ସେମାନେ ତାଙ୍କ ରାସ୍ତାରେ ଯାଉଛନ୍ତି। କିଛି ଭାବିକି ସେମାନେ ଏମିତି କରୁଥିବେ। ଆମେ ବ୍ୟସ୍ତ, ବିବ୍ରତ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ