ଲୋୟର ପିଏମଜିରେ ସିଆର୍‌ପି ସିଏମ୍‌ଙ୍କ ବିକ୍ଷୋଭ

ଭୁବନେଶ୍ବର: ଇନସେନଟିଭ ନୁହେଁ ସ୍ଥାୟୀ ଦରମା ଦରକାର। ୬ ହଜାର ଶହେ ବଦଳରେ ଦିଆଯାଉ ୧୦ ହଜାର ଟଙ୍କାର ଦରମା । ଏଭଳି ୫ ଦଫା ଦାବି ନେଇ ଶୁକ୍ରବାର ରାଜ ରାସ୍ତାକୁ ଓହ୍ଲାଇଛନ୍ତି ସିଆର୍‌ପି ସିଏମ୍ ଆସୋସିଏସନର କର୍ମଚାରୀ। ବିଭିନ୍ନ ଜିଲ୍ଲାର ହଜାର ହଜାର କର୍ମଚାରୀ ଲୋୟର ପିଏମଜିରେ ଧାରଣା ଦେଇଛନ୍ତି। ସେମାନଙ୍କ ଦାବି ଭିଆରଏଫ୍‌ କାମ ବାବଦକୁ ୫ ହଜାର ଟଙ୍କା, ଅନଲାଇନ୍ କାମ, ଫୋନ୍ ବିଲ ଏବଂ ଟିଏ. ଡିଏ ବାବଦକୁ ୩ ହଜାର ଟଙ୍କା ଆଦି ମୋଟ ୧୮ ହଜାର ଟଙ୍କା ପ୍ରଦାନ କରାଯାଉ । ସେହିପରି ଅନଲାଇନ୍ କାର୍ୟ୍ୟ ପାଇଁ ଟାବଲେଟ ମେସିନ, ସିଆର୍‌ପି ସିଏମ୍‌ମାନଙ୍କୁ ପରିଚୟ ପତ୍ର ପ୍ରଦାନ ମଧ୍ୟ ଦାବି ରଖିଛନ୍ତି ସିଆର୍‌ପି ସିଏମ୍ ଆସୋସିଏସନର କର୍ମଚାରୀ।

ରାଜ୍ୟରେ ୬୦ ହଜାରରୁ ଉର୍ଦ୍ଧ୍ବ ସିଆରିପି ସିଏମ୍ କର୍ମଚାରୀ କାର୍ୟ୍ୟ କରୁଥିବାବେଳେ, ଏବେ ନିଜ ସାମାଜିକ ସୁରକ୍ଷା ପାଇଁ ସରକାରଙ୍କୁ ଖୋଲା ଚାଲେଞ୍ଜ ଦେଇଛନ୍ତି। ଯଦି ସରକାର ଦାବି ନ ଶୁଣିବେ ଅନିର୍ଦ୍ଧିଷ୍ଟ କାଳ ପାଇଁ କାର୍ୟ୍ୟରୁ ବିରତି ନେବୁ ବୋଲି ସଂଘ କହିଛି।

  • Related Posts

    ସନ୍ଥ ଗୁରୁ ଶ୍ରୀ ରବିଦାସ ମହାରାଜଙ୍କ ଜୀବନ, ଦର୍ଶନ ବ୍ୟାପକ ଭାବେ ପ୍ରଚାର କରାଯିବ: ମନମୋହନ

    ଭୁବନେଶ୍ୱର,: ତ୍ରୟୋଦଶ – ଚତୁର୍ଦ୍ଦଶ ଶତାଦ୍ଦୀ ବେଳକୁ ବାହ୍ୟ ଶତୃଙ୍କ ଆକ୍ରମଣ ଏବଂ ଧର୍ମାନ୍ତୀରଣ ପ୍ରକ୍ରିୟା କାରଣରୁ ସାମାଜିକ ବୈଷମ୍ୟ ଓ ଜାତିଭେଦର ଅସ୍ପୃଶ୍ୟତା ପ୍ରମୁଖ ଶିଖରରେ ପହଁଚିଥିଲା । ସାମଗ୍ରିକ ଭାବେ ସତାନତ ଧର୍ମ ମଧ୍ୟ ବହୁ ଆହ୍ୱାନର ସମ୍ମୁଖୀନ…

    Continue reading
    ‘ଓଡ଼ିଶା ଫୁଡ୍ ପ୍ରୋ 2026:ମୋଟ ୬୬,୩୯୨ କୋଟି ଟଙ୍କାର ପୁଞ୍ଜିନିବେଶ

    ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ବିଭିନ୍ନ କ୍ଷେତ୍ରର ଶିଳ୍ପ ପ୍ରତିନିଧିମାନଙ୍କ ସହିତ ନିବେଶ ସମ୍ପ୍ରସାରଣ ସମ୍ପର୍କରେ ଆଲୋଚନା ଉତ୍ପାଦନ, ବୟନଶିଳ୍ପ, ଇଞ୍ଜିନିୟରିଂ ଏବଂ ଆଲୁମିନିୟମ କ୍ଷେତ୍ରରେ ବିପୁଳ ସୁଯୋଗ ‘ଓଡ଼ିଶା ଫୁଡ୍ ପ୍ରୋ 2026’ ରୋଡ୍‌ସୋ ସହିତ ୪୬ଟି ଉଚ୍ଚସ୍ତରୀୟ ବୈଠକ, ମୋଟ ୨୦୮ଟି…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ