ଶନିବାରଠାରୁ ପୁଣି ଆଇପିଏଲ୍‌ ଆରମ୍ଭ

ନୂଆଦିଲ୍ଲୀ: ଭାରତ ଓ ପାକିସ୍ତାନ ମଧ୍ୟରେ ଉତ୍ତେଜନା ଯୋଗୁଁ ସ୍ଥଗିତ ରହିଥିବା ଆଇପିଏଲ୍‌-୧୮ ସଂସ୍କରଣର ଅବଶିଷ୍ଟ ୧୩ଟି ଲିଗ୍‌ ମ୍ୟାଚ୍‌ ଆସନ୍ତା ଶନିବାରଠାରୁ ଆରମ୍ଭ ହେବ। ଧର୍ମଶାଳାରେ ମେ’ ୮ତାରିଖରେ ଦିଲ୍ଲୀ କ୍ୟାପିଟାଲ୍ସ ଓ ପଞ୍ଜାବ କିଙ୍ଗ୍‌ସ ମଧ୍ୟରେ ସ୍ଥଗିତ ରହିଥିବା ମ୍ୟାଚ୍‌କୁ ପୁନର୍ବାର ଆୟୋଜନ କରାଯିବାକୁ ନିଷ୍ପତ୍ତି ହୋଇଛି। ଏହି ମ୍ୟାଚ୍‌ଟି ମେ ୨୪ରେ ଖେଳାଯିବ। ଆଇପିଏଲ୍‌-୧୮ ସ୍ଥଗିତ ରହିବା ପୂର୍ବରୁ ୭୦ଟି ଲିଗ୍‌ ମ୍ୟାଚ୍‌ ମଧ୍ୟରୁ ୫୭ଟି ଖେଳାଯାଇଥିଲା। ଅବଶିଷ୍ଟ ୧୩ଟି ଲିଗ୍‌ ମ୍ୟାଚ୍‌ ମେ ୧୭ରୁ ଆରମ୍ଭ ହେବ। ପ୍ଲେ ଅଫ୍‌ର ୪ଟି ମୁକାବିଲାକୁ ମିଶାଇ ଚଳିତ ଆଇପିଏଲ୍‌ରେ ଆଉ ୧୭ଟି ମ୍ୟାଚ୍‌ ଖେଳାଯିବ। ମେ ୨୭ରେ ଲିଗ୍‌ ମ୍ୟାଚ୍‌ ଶେଷ ହେବା ପରେ ମେ ୨୯ରେ କ୍ୱାଲିଫାୟର-୧, ୩୦ରେ ଏଲିମିନେଟର, ଜୁନ୍‌-୧ରେ କ୍ୱାଲିଫାୟର-୨ ଓ ଜୁନ୍‌ ୩ରେ ଫାଇନାଲ ଖେଳାଯିବ। ପ୍ଲେ ଅଫ ମ୍ୟାଚ୍‌ଗୁଡିକର ଭେନ୍ୟୁ ପରେ ଘୋଷଣା କରାଯିବ। ଏହା ମଧ୍ୟରୁ ଦୁଇଟି ଡବଲ ହେଡର ମୁକାବିଲା ମେ ୧୮ ଓ ୨୫ରେ ଖେଳାଯିବାର କାର୍ୟ୍ୟକ୍ରମ ରହିଛି।
ଏହା ମଧ୍ୟରେ ବିଭିନ୍ନ ଦେଶର ଖେଳାଳିମାନେ ସେମାନଙ୍କ ଫ୍ରାଞ୍ଚାଇଜ୍‌ ସହ ଯୋଗଦେଇଛନ୍ତି। କିନ୍ତୁ ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍‌ ଫାଇନାଲ ଖେଳିବା ଲାଗି ଯୋଗ୍ୟତା ଅର୍ଜନ କରିଥିବା ଦକ୍ଷିଣ ଆଫ୍ରିକାର ଓ ଅଷ୍ଟ୍ରେଲିଆର କିଛି ଖେଳାଳି ପ୍ଲେ ଅଫ୍‌ ଖେଳିବେ ନାହିଁ ବୋଲି ସ୍ପଷ୍ଟ ହୋଇଛି। ଦକ୍ଷିଣ ଆଫ୍ରିକା ଟେଷ୍ଟ ଦଳରେ ସ୍ଥାନ ପାଇଥିବା ୮ଜଣ ଖେଳାଳି ମେ ୨୭ ଲିଗ୍‌ ମ୍ୟାଚ୍‌ ପରେ ସ୍ୱଦେଶ ଫେରିଯିବେ। ଏଣୁ ସେମାନେ ପ୍ଲେ ଅଫ୍‌ରେ ଖେଳିପାରିବେ ନାହିଁ ବୋଲି ଜଣାଯାଇଛି। ଆଇପିଏଲ୍‌ ଖେଳୁଥିବା କାଗିସୋ ରାବାଡା, ଆଇଡେନ୍‌ ମାର୍କରାମ, ମାର୍କୋ ଜାନସେନ, ଟ୍ରିଷ୍ଟାନ ଷ୍ଟବ୍ସ, ୱିଆନ୍‌ ମୁଲ୍ଡର, ଲୁଙ୍ଗି ଏନ୍‌ଗିଡି, ରିୟାନ ରିକେଲଟନ୍‌ ଓ କର୍ବିନ ବୋଶ୍ଚ ଟେଷ୍ଟ ଦଳରେ ସ୍ଥାନ ପାଇଛନ୍ତି। ବିଶ୍ୱ ଟେଷ୍ଟ ଚାମ୍ପିଅନସିପ ପୂର୍ବରୁ ଜିମ୍ବାୱେ ସହ ଜୁନ୍‌ ୩ରେ ଖେଳାଯିବାକୁ ଥିବା ୱାର୍ମ ଅପ୍‌ ମ୍ୟାଚ୍‌ରେ ଭାଗ ନେବାକୁ ଏହି ଖେଳାଳିମାନେ ମେ ୩୦ରେ ଲଣ୍ଡନ ଯିବେ। କିନ୍ତୁ ଅନ୍ୟ ଦକ୍ଷିଣ ଆଫ୍ରିକୀୟ ଖେଳାଳିମାନେ ଆଇପିଏଲ୍‌ ଶେଷଯାଏ ଖେଳିବେ। ଲର୍ଡ୍ସରେ ଜୁନ୍‌ ୧୧ରୁ ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍‌ ଫାଇନାଲ ଖେଳାଯିବ।

  • Related Posts

    ଏସୀୟ କ୍ରୀଡା ; ହାରିଲା ପାକିସ୍ତାନ; ଟିମ୍ ଇଣ୍ଡିଆ ଜିତିଲା ସ୍ୱର୍ଣ୍ଣ ପଦକ

    ନୂଆଦିଲ୍ଲୀ : ଏସୀୟ କ୍ରୀଡାରେ ଇତିହାସ ରଚିଲା ଭାରତ। କ୍ରିକେଟରେ ସ୍ୱର୍ଣ୍ଣ ପଦକ ଜିତିଲା ଭାରତ। ଫାଇନାଲରେ ପାକିସ୍ତାନକୁ ହରାଇ ସୁନା ଜିତିଲା ଟିମ୍ ଇଣ୍ଡିଆ। ଲଗାତାର ୨ୟ ଥର ପାଇଁ ସ୍ୱର୍ଣ୍ଣ ପଦକ ହାତେଇଲା ଭାରତ। ୧୯ ରନରେ ପାକିସ୍ତାନକୁ…

    Continue reading
    ଲଭଲିନା ରଚିଲେ ଇତିହାସ, ମେରି କମଙ୍କ ପରେ ସ୍ବର୍ଣ୍ଣ ଜିତିଥିବା ଦ୍ବିତୀୟ ଭାରତୀୟ

    ଭାରତୀୟ ବକ୍ସର ଲଭଲିନା ବୋରଗୋହେନ ୨୦୨୬ ଏସୀୟ କ୍ରୀଡ଼ାରେ ଦେଶ ପାଇଁ ସ୍ୱର୍ଣ୍ଣ ପଦକ ଜିତି ଇତିହାସ ରଚିଛନ୍ତି । ମହିଳା ୭୫ କିଲୋଗ୍ରାମ ବର୍ଗର ଫାଇନାଲରେ ଚୀନର ବକ୍ସର ବାଓ ଜିୟିଙ୍କୁ ୫-୦ରେ ପରାସ୍ତ କରିଛନ୍ତି । ପ୍ରଥମ ଦୁଇ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ବାପା ହେବେ ଅନୁଭବ, ଖୁସି ଖବର ଦେଲେ ଜାଗୃତି

    ବାପା ହେବେ ଅନୁଭବ, ଖୁସି ଖବର ଦେଲେ ଜାଗୃତି

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ