ଶିବୁ ସୋରେନଙ୍କୁ ଭାରତ ରତ୍ନ ପାଇଁ ସୁପାରିସ

ରାଞ୍ଚି: ଜେଏମଏମ (ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା) ପ୍ରତିଷ୍ଠାତା ତଥା ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବୁ ସୋରେନଙ୍କୁ ଦେଶର ସର୍ବୋଚ୍ଚ ବେସାମରିକ ପୁରସ୍କାର ‘ଭାରତ ରତ୍ନ’ ପ୍ରଦାନ କରିବାକୁ ସୁପାରିସ କରାଯାଇଛି। ଏହି ମର୍ମରେ ଏକ ପ୍ରସ୍ତାବ ମଧ୍ୟ ଝାଡ଼ଖଣ୍ଡ ବିଧାନସଭାରେ ଗୃହୀତ ହୋଇଥିବା ଜଣାପଡିଛି। ଗୁରୁବାର ପରିବହନ ମନ୍ତ୍ରୀ ଦୀପକ ବିରୁଆ ଗୃହରେ ଏହି ପ୍ରସ୍ତାବ ଆଗତ କରିଥିଲେ। ଏହି ପ୍ରସ୍ତାବ ବାଚନିକ ଭୋଟରେ ଗୃହୀତ ହୋଇଛି। ବିରୋଧୀ ଦଳ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ବାବୁଲାଲ ମାରାଣ୍ଡି ମଧ୍ୟ ଏହି ପ୍ରସ୍ତାବକୁ ସମର୍ଥନ କରିଛନ୍ତି। ତେବେ ଝାଡ଼ଖଣ୍ଡ ଆନ୍ଦୋଳନରେ ଗୁରୁତ୍ବପୂର୍ଣ୍ଣ ଭୂମିକା ତୁଲାଇଥିବା ଅନ୍ୟ ଦୁଇ ନେତା ମାରାଙ୍ଗ ଗୋମ୍‌କେ ଜୟପାଲ ସିଂହ ମୁଣ୍ଡା ଓ ବିନୋଦ ବିହାରୀ ମାହାତୋଙ୍କୁ ମଧ୍ୟ ଭାରତ ରତ୍ନ ପାଇଁ ସୁପାରିସ କରିବାକୁ ସେ ପ୍ରସ୍ତାବ ଦେଇଛନ୍ତି।

ଶିବୁ ୧୯୭୩ରେ ଜେଏମଏମ ପ୍ରତିଷ୍ଠା କରିଥିଲେ। ୧୯୮୦ରୁ ୨୦୧୯ ପର୍ୟ୍ୟନ୍ତ ସେ ଡୁମ୍‌କା ଆସନରୁ ତିନିଥର ଲୋକସଭାକୁ ନିର୍ବାଚିତ ହୋଇଥିଲେ। ୨୦୨୦ରୁ ମୃତ୍ୟୁ ପର୍ୟ୍ୟନ୍ତ ସେ ରାଜ୍ୟସଭା ସଦସ୍ୟ ରହିଥିଲେ। ମନମୋହନ ସିଂହଙ୍କ ପ୍ରଧାନମନ୍ତ୍ରିତ୍ବ କାଳରେ ଶିବୁ କୋଇଲା ମନ୍ତ୍ରୀ ଭାବେ ମଧ୍ୟ କାର୍ୟ୍ୟ କରିସାରିଛନ୍ତି। ୨୦୦୫ରୁ ୨୦୧୦ ପର୍ୟ୍ୟନ୍ତ ସେ ତିନି ଥର ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ଦାୟିତ୍ବ ତୁଲାଇଥିଲେ। ୨୦୨୫ ଅଗଷ୍ଟ ୪ରେ ତାଙ୍କର ପରଲୋକ ଘଟିଛି।

  • Related Posts

    ଡ୍ରାଗନ ଏବଂ ହାତୀ ଏକା ସାଥୀରେ ରହିବା ଜରୁରୀ: ଜିନପିଙ୍ଗ

    ଚୀନ, 01/09: ଚୀନର ତିଆନଜିନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ମଧ୍ୟରେ ରବିବାର ଦ୍ଵିପାକ୍ଷିକ ଆଲୋଚନା ସମ୍ପନ୍ନ ହୋଇଛି। ୪୦ ମିନିଟ ଧରି ଦୁଇ ନେତାଙ୍କ ମଧ୍ୟରେ ହୋଇଥିବା ଆଲୋଚନା କାଳରେ ବିଶେଷକରି ଉଭୟ ଦେଶର…

    Continue reading
    ମନ୍‌ କି ବାତ୍‌ରେ ଏମିତି କହିଲେ ପ୍ରଧାନମନ୍ତ୍ରୀ

    ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମାସିକ ରେଡିଓ କାର୍ୟ୍ୟକ୍ରମ ‘ମନ୍‌ କି ବାତ୍‌’ର ୧୨୫ତମ ଏସିସୋଡରେ ସମ୍ବୋଧନ କରିଛନ୍ତି । ଏହି ଅବସରରେ ସେ ଓଡ଼ିଶା ଝିଅ ରଶ୍ମିତା ସାହୁଙ୍କ ସହ କଥା ହେବା ସହିତ ସ୍ୱଦେଶୀ ଉତ୍ପାଦ ଉପଯୋଗ କରିବାକୁ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଖଣି ମାଲିକ ଘରେ ଇଡି ରେଡ୍ ୧୦କାର୍, ୩ ସୁପର ବାଇକ୍ ଓ କୋଟିଏ ଟଙ୍କାର ଗହଣା ଜବତ

    ସାର୍ବଜନୀନ ଅଧିକାରର ସୁନିଶ୍ଚିତତା ଓ ଅନ୍ତର୍ଭୁକ୍ତୀକରଣ ସମାଜ ପାଇଁ ଓଡ଼ିଶା ସରକାରଙ୍କ ସହ ଟାଟା ଷ୍ଟିଲ ଫାଉଣ୍ଡେସନର ଏମଓୟୁ

    ଗାଁରେ ବାଘ ପାଦଚିହ୍ନ : ସତର୍କ ସୂଚନା ଜାରି କଲା ବନବିଭାଗ

    ଚାକିରି ନାଁରେ ଘରୁ ଆଣି ଗଣଦୁଷ୍କର୍ମ ଅଭିଯୋଗ ଏକ ନାଟକ: ଉଦଳା ପୋଲିସ

    ଡ୍ରାଗନ ଏବଂ ହାତୀ ଏକା ସାଥୀରେ ରହିବା ଜରୁରୀ: ଜିନପିଙ୍ଗ

    ୨୦୨୬ ଏପ୍ରିଲ ସୁଦ୍ଧା ରାଜ୍ୟର ସମସ୍ତ ପୌରାଞ୍ଚଳକୁ ଗର୍ତ୍ତମୁକ୍ତ ହେବ : ମୁଖ୍ୟମନ୍ତ୍ରୀ