ଶିମିଳିପାଳରେ ଅଛନ୍ତି ୪୦ ମହାବଳ

ଭୁବନେଶ୍ୱର: ଶିମିଳିପାଳ ଜାତୀୟ ଉଦ୍ୟାନରେ ୪୦ ମହାବଳ ଅଛନ୍ତି।ଶୁକ୍ରବାର ବନ୍ୟପ୍ରାଣୀ ପିସିସିଏଫ ପ୍ରେମ କୁମାର ଝା ଦେଇଥିବା ସୂଚନା ଅନୁଯାୟୀ ଜିନତ ଓ ଯମୁନାକୁ ମିଶାଇ ଅଛନ୍ତି ୪୦ ମହାବଳ ବାଘ। ତେବେ ଏହି ୪୦ରୁ ୬ ଶାବକ, ୧୭ଟି ବାଘୁଣୀ ରହିଛନ୍ତି। ସେହିଭଳି ଶିମିଳିପାଳରେ ଥିବା ମହାବଳ ମଧ୍ୟରେ ୧୮ ଟି କଳା ମହାବଳ ଅଛନ୍ତି। ଆଗାମୀ ୧୦ ବର୍ଷରେ ମହାବଳ ସଂଖ୍ୟା ଶହେକୁ ପହଞ୍ଚାଇବାକୁ ଲକ୍ଷ୍ୟ ଥିବା ପ୍ରେମ କୁମାର ପ୍ରକାଶ କରିଛନ୍ତି। ଗତବର୍ଷ ଶିମିଳିପାଳରେ ୨୭ ମହାବଳ ସହ ୮ ଶାବକ ଥିଲେ।
ଅନ୍ୟପଟେ ମୟୂରଭଞ୍ଜ ଜିଲାର ଏହି ପ୍ରସିଦ୍ଧ ଶିମିଳିପାଳ ଅଭୟାରଣ୍ୟକୁ ଗୁରୁବାରଠାରୁ ଜାତୀୟ ଉଦ୍ୟାନ ମାନ୍ୟତା ମିଳିଛି। ଗୁରୁବାର କେନ୍ଦୁଝର ଜିଲା ଗସ୍ତରେ ଆସିଥିବା ଜଙ୍ଗଲ, ପରିବେଶ ତଥା ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଗଣେଶରାମ ଖୁଣ୍ଟିଆ ଏନେଇ ସୂଚନା ଦେଇଥିଲେ। ଏହାକୁ ଜାତୀୟ ଉଦ୍ୟାନ ଘୋଷଣା ପରେ ଏହା ଭାରତର ୧୦୭ ଓ ଓଡିଶାର ୨ ନମ୍ବର ଜାତୀୟ ପାର୍କ ହୋଇଛି। ଆଜି ଠାରୁ ଏହା ଶିମିଳିପାଳ ଜାତୀୟ ଉଦ୍ୟାନ ବା ନ୍ୟାଶନାଲ ପାର୍କ ଭାବରେ ପରିଗଣିତ ହୋଇଛି ବୋଲି ଜଙ୍ଗଲ ମନ୍ତ୍ରୀ ଗଣେଶରାମ କହିଛନ୍ତି।
ଏହା ଦ୍ୱାରା ସ୍ବତନ୍ତ୍ର ବଜେଟ କେନ୍ଦ୍ରରୁ ମିଳିବ। ସେହିପରି ବନ୍ୟପ୍ରାଣୀ ଓ ଜଙ୍ଗଲର ଅଧିକ ସୁରକ୍ଷା ହୋଇ ପାରିବ ବୋଲି ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି। ଶିମିଳିପାଳ ସଂରକ୍ଷିତ ଜଙ୍ଗଲର ପରିସୀମା ୨୭୫୦ ବର୍ଗ କିଲୋମିଟର ରହିଥିବା ବେଳେ ସେଥିରୁ ୮୪୫.୭୦ ବର୍ଗ କିଲୋମିଟରକୁ ଘୋଷଣା କରାଯାଇଛି। ଏହା ବହୁ ଆଗରୁ ପେଣ୍ଡିଂ ଥିଲା ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି।

  • Related Posts

    ପବନ ଶକ୍ତି କ୍ଷେତ୍ରରେ ଓଡ଼ିଶାକୁ ମିଳିଲା ‘ୱିଣ୍ଡ ଇଣ୍ଡିଆ ୨୦୨୬’ ପୁରସ୍କାର

    ଭୁବନେଶ୍ବର: ପବନ ଶକ୍ତି କ୍ଷେତ୍ରରେ ଓଡ଼ିଶାକୁ ମିଳିଛି ଜାତୀୟସ୍ତରର ସମ୍ମାନ । ‘ୱିଣ୍ଡର୍ଜି ଇଣ୍ଡିଆ ୨୦୨୬’ ସମ୍ମିଳନୀରେ ପବନ ଶକ୍ତି କ୍ଷେତ୍ରରେ ନିବେଶଜନିତ ବିପଦ ହ୍ରାସ ଓ ନେତୃତ୍ୱ ପାଇଁ ରାଜ୍ୟକୁ ‘ଲିଡରସିପ୍ ଇନ୍ ୱିଣ୍ଡ ଏନର୍ଜି ଡି-ରିସ୍କିଂ’ ପୁରସ୍କାର ପ୍ରଦାନ…

    Continue reading
    +୨ ପରୀକ୍ଷା: ବଢ଼ିଲା ଏକ୍ସ-ରେଗୁଲାର ପରୀକ୍ଷାର୍ଥୀଙ୍କ ଅନଲାଇନ୍ ଫର୍ମ ଫିଲ୍‌ଅପ୍ ଅବଧି

    ଭୁବନେଶ୍ବର: ଓଡ଼ିଶା, ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (CHSE), ବାର୍ଷିକ ଯୁକ୍ତ ଦୁଇ (+2) 2027 ପରୀକ୍ଷା ପାଇଁ ଏକ୍ସ-ରେଗୁଲାର (Ex-Regula) ପରୀକ୍ଷାର୍ଥୀଙ୍କ ଅନଲାଇନ୍ ଫର୍ମ ପୂରଣର ଶେଷ ତାରିଖକୁ ବୃଦ୍ଧି କରିଛି । କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ