ଶିଳ୍ପାୟାନ ନାମରେ ସରକାର ପ୍ରକୃତି ସହ ଖେଳୁଛନ୍ତି:ଭକ୍ତ

ଭୁବନେଶ୍ବର: ସରକାରୀସ୍ତରରେ ବନ୍ୟା ନିୟନ୍ତ୍ରଣ ପାଇଁ ଅନେକ ଅର୍ଥ ଖର୍ଚ୍ଚ ହୋଇଛି। ହେଲେ ଏହାର ସ୍ଥାୟୀ ସମାଧାନ ହୋଇପାରୁନାହିଁ। ଶିଳ୍ପାୟାନ ନାମରେ ସରକାର ପ୍ରକୃତି ସହ ଖେଳୁଛନ୍ତି। ନଦୀଜଳକୁ ନିୟନ୍ତ୍ରଣ କରିବାକୁ ସରକାରଙ୍କ ସଠିକ ଯୋଜନା କିମ୍ବା ଆଗତ ଦୂରଦୃଷ୍ଟି ନାହିଁ। ୩ଟି ନୁହେଁ, ୫ଟି ଜିଲ୍ଲାରେ ବନ୍ୟା ସ୍ଥିତି ଉପୁଜିଛି। ସରକାର ମୟୂରଭଞ୍ଜଜିଲ୍ଲା କଥା କହୁନାହାନ୍ତି। କିନ୍ତୁ ସେ ଜିଲ୍ଲାରେ ମଧ୍ୟ ବନ୍ୟା ସ୍ଥିତି ଉପୁଜୁଛି। ପିସିସି ସଭାପତି ଭକ୍ତ ଚରଣ ଦାସ ଶୁକ୍ରବାର ଏହା କହିଛନ୍ତି। କଂଗ୍ରେସ ଭବନରେ ଆୟୋଜିତ ସାମ୍ବାଦିକ ସମିଳନୀରେ ପିସିସି ସଭାପତି ମୁଖ୍ୟମନ୍ତ୍ରୀଙ୍କୁ ମଧ୍ୟ ଟାର୍ଗେଟ୍‌ କରିଛନ୍ତି। ସେ କହିଛନ୍ତି, ମୁଖ୍ୟମନ୍ତ୍ରୀ କହିଲେ- ବନ୍ୟାରେ ୩୦ ହାଜର ଲୋକ ପ୍ରଭାବିତ ହୋଇଛନ୍ତି। ୮ଟି ବ୍ଲକ ମଧ୍ୟ ପ୍ରଭାବିତ ହୋଇଛି। ୭ଦିନରେ ୧୦ ହାଜର ଲୋକଙ୍କୁ ରନ୍ଧା ଖାଦ୍ୟ ପ୍ରଦାନ କରାଯାଇଛି। ମୁଖ୍ୟମନ୍ତ୍ରୀ ସମସ୍ତ ଅଧିକାରୀଙ୍କ ସହ ସମୀକ୍ଷା ବୈଠକ କରିଛନ୍ତି କି? ପ୍ରତେକ ଜିଲ୍ଲାରେ ମନ୍ତ୍ରୀ ସମୀକ୍ଷା ବୈଠକ କରିଛନ୍ତି କି ବୋଲି ପ୍ରଶ୍ନ କରିଛନ୍ତି? ବନ୍ୟାରେ କ୍ଷୟକ୍ଷତିର ସମ୍ପୂର୍ଣ ତଥ୍ୟ, ମୃତଙ୍କ ସଂଖ୍ୟା ଏବଂ କେତେ ଚାଷଜମି ନଷ୍ଟ ହୋଇଛି ତାହାର ସମୀକ୍ଷା ହୋଇଛି କି? ବନ୍ୟା କ୍ଷୟକ୍ଷତି ପାଇଁ କେନ୍ଦ୍ର ସରକାର ଆର୍ଥିକ ସହାୟତା କେତେ ପ୍ରଦାନ କରିଛନ୍ତି ଏବଂ ରାଜ୍ୟ ସରକାର କେତେ ଅର୍ଥ ଖର୍ଚ୍ଚ କରିଛନ୍ତି ତାହାର ହିସାବ ଦିଅନ୍ତୁ।କଂଗ୍ରେସ ଦାବି କରୁଛି ଯେ, ବନ୍ୟାରେ ଏକ ଲକ୍ଷ ଲୋକ ପ୍ରଭାବିତ ହୋଇଛନ୍ତି, ସେଥିପାଇଁ ଗୋଟିଏ ମାସ ରିଲିଫ ପ୍ରଧାନ କରାଯାଉ। ଚାଷୀ ଏବଂ ଭାଗଚାଷୀଙ୍କୁ ସ୍ୱତନ୍ତ୍ର ପ୍ୟାକେଜ ପ୍ରଦାନ କରାଯାଉ। ଚାଷୀଙ୍କୁ ଶସ୍ୟ ବୀମା ପ୍ରଦାନ କରାଯାଉ। ୩ ଜିଲ୍ଲା ନୁହେଁ ସମ୍ପୂର୍ଣ ୫ ଜିଲ୍ଲାରେ ସମସ୍ତ ବ୍ଲକର କ୍ଷୟକ୍ଷତି ଆକଳନ କରି ଭରଣା ପ୍ରଦାନ କରାଯାଉ। ବନ୍ୟାଜଳ ନିୟନ୍ତ୍ରଣ ପାଇଁ ସ୍ଥାୟୀ ସମାଧାନ କରାଯାଉ।

  • Related Posts

    ଆଜି ନୂଆ ଟିମ୍ ଘୋଷଣା କରିପାରନ୍ତି ନୀତିନ ନବୀନ

    ନୂଆଦିଲ୍ଲୀ : ବିଜେପିର ସଙ୍ଗଠନରେ ବଡ ଧରଣର ପରିବର୍ତ୍ତନ ହେବାକୁ ଯାଉଛି । ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ ତାଙ୍କ ନୂଆ ଟିମ୍‌ ଚୂଡାନ୍ତ କରିସାରିଛନ୍ତି । କେବଳ ଔପଚାରିକ ଘୋଷଣାକୁ ବାକି ଅଛି । କୁହାଯାଉଛି କି ସୋମବାର…

    Continue reading
    ଜାତୀୟ ପ୍ରତୀକ ଓ ଗାନ ପ୍ରତି ଅବମାନନା ଓ ବାଧା ସୃଷ୍ଟି କରି ଦଣ୍ଡନୀୟ ଅପରାଧ କରଛନ୍ତି ସୋନିଆ: ଅଭିଳାଷ ପଣ୍ଡା

    ଭୁବନେଶ୍ୱର: ଅଗଷ୍ଟ ୧୫ ତାରିଖ ଦିନ ସମଗ୍ର ଦେଶବାସୀ ଅତ୍ୟନ୍ତ ଆନନ୍ଦ ଓ ଉଲ୍ଲାସର ସହ ୮୦ତମ ସ୍ୱାଧୀନତା ଦିବସ ପାଳନ କରିଛନ୍ତି । ଅନ୍ୟପଟେ ଭାରତୀୟ ଜାତୀୟ କଂଗ୍ରେସ ମୁଖ୍ୟାଳୟରେ ଅନୁଷ୍ଠିତ ସ୍ୱାଧୀନତା ଦିବସ ସମାରୋହ ପାଳନ ଅବସରରେ ବନ୍ଦେ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ