ଷ୍ଟାରଲିଙ୍କ ବିବାଦରେ ଏଲନ ମସ୍କଙ୍କୁ ଜବାବ ଦେଲା ରିଲିଆନ୍ସ

ମୁମ୍ବାଇ: ଏଲନ ମସ୍କଙ୍କ ଷ୍ଟାରଲିଙ୍କ୍‌ ବିବାଦରେ ଜବାବ ଦେଇଛି ରିଲିଆନ୍ସ ଇଣ୍ଡଷ୍ଟ୍ରିଜ୍‌ । ‘କମ୍ପାନୀ କଦାପି ନିଜ ପ୍ରତିଯୋଗୀକୁ ନେଇ ଡରେ ନାହିଁ । ବଂର ସେମାନଙ୍କୁ ସ୍ବାଗତ କରୁଛୁ ।’ ଆଜି(ଶୁକ୍ରବାର) ରିଲିଆନ୍ସ ଇଣ୍ଡଷ୍ଟ୍ରିଜ୍‌ ପକ୍ଷରୁ ନେଇ ବିବୃତ୍ତି ଜାରି ଏହା କୁହାଯାଇଛି ।ରିଲିଆନ୍ସ ଇଣ୍ଡଷ୍ଟ୍ରିଜ୍‌ ପକ୍ଷରୁ କୁହାଯାଇଛି, ‘ସାଟେଲାଇଟ କମ୍ୟୁନିକେସନରେ ପ୍ରତିଯୋଗୀଙ୍କୁ ସ୍ବାଗତ କରୁଛୁ । ଯେଉଁଥିରେ ଷ୍ଟାରଲିଙ୍କ ମଧ୍ୟ ସାମିଲ ରହିଛି । ଜିଓ ସମେତ ପ୍ରତ୍ୟେକ କମ୍ପାନୀ ଭାରତର ଲୋକଙ୍କ ସେବା କରିବା ଉଚିତ୍‌ । ଏଥିସହ ଦେଶର ଆଇନକାନୁନ ନୀତି ନିୟମକୁ ପାଳନ କରିବା ଆବଶ୍ୟକ ।

ନିକଟରେ ଭାରତୀୟ ବଜାର ଓ ରିଲିୟାନ୍ସ, ମୁକେଶ ଅମ୍ବାନୀଙ୍କୁ ନେଇ ଏଲନ ମସ୍କ ଟିପ୍ପଣୀ କରିଥିଲେ । ଏହାକୁ ନେଇ ରିଲିଆନ୍ସ ପକ୍ଷରୁ ବୟାନ ଜାରି କରାଯାଇଛି । ଦେଶରେ ବିଦେଶୀ ନିବେଶକୁ ଆମେ ସମର୍ଥନ କରୁଛୁ । କିନ୍ତୁ ସେମାନେ ଦେଶର ନିୟମ କାନୁନକୁ ପାଳନ କରିବା ଆବଶ୍ୟକ ।

ରିଲିଆନ୍ସ ବିବୃତିରେ କହିଛି, ‘ଭାରତ ସରକାରଙ୍କ କହିବାନୁଯାୟୀ, ପ୍ରତେକ ଆବେଦନକାରୀଙ୍କ ପାଇଁ ପ୍ରକ୍ରିୟା ସମାନ । ତାହା ଭାରତୀୟ କମ୍ପାନୀ ହେଉକି ବିଦେଶୀ କମ୍ପାନୀ । ଜିଓ ମଧ୍ୟ ସାଟେଲାଇଟ ସେବାର ମଞ୍ଜୁରୀ ପାଇଁ ଅପେକ୍ଷା କରିଛି ।’ଗ୍ରାହକଙ୍କୁ ସେବା କରିବା ପାଇଁ ଆମ ପାଇଁ ଗୁରୁତ୍ବପୂର୍ଣ୍ଣ ଅଟେ । ଜିଓକୁ 2016 ମସିହାରେ ରିଲିଆନ୍ସ ଟେଲିକମ ସେକ୍ଟରରେ ଏଣ୍ଟ୍ରି କରାଇଥିଲା । ତେଣୁ ପ୍ରତିଯୋଗୀଙ୍କୁ ଆମେ ଡରୁନୁ ସେମାନଙ୍କ ଠାରୁ ଶିଖୁଛୁ । ଗ୍ରାହକଙ୍କୁ ଉତ୍ତମ ସେବା ପ୍ରଦାନ କରିବା ପାଇଁ ଆମେ ପ୍ରତିବଦ୍ଧ ବୋଲି ରିଲିଆନ୍ସ ପକ୍ଷରୁ କୁହାଯାଇଛି ।

ତେବେ ଭାରତୀୟ ସାଟେଲାଇଟ ବ୍ରଡବ୍ୟାଣ୍ଡ ବଜାରରେ ଷ୍ଟାରଲିଙ୍କ୍‌ ଓ ଜିଓ ନିଜର ସ୍ଥାନ ସୃଷ୍ଟି କରିବାକୁ ଚେଷ୍ଟା ଜାରି ରଖିଛନ୍ତି । ଭାରତୀୟ ସରକାରଙ୍କ ନିୟମ ଅନୁପାଳନ କରନଥିବାରୁ ଷ୍ଟାରଲିଙ୍କକୁ ଭାରତରେ ଅନୁମତି ମିଳିନାହିଁ । ଏହାକୁ ନେଇ ଏଲନ ମସ୍କ ରିଲିୟାନ୍ସ ଓ ମୁକେଶ ଅମ୍ବାନୀକୁ ଟାର୍ଗେଟ କରି ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ । ଏହାକୁ ସମର୍ଥନ କରିଥିଲେ ରାହୁଲ ଗାନ୍ଧୀ । ଯାହାକୁ ନେଇ ସୋସିଆଲ ମିଡିଆରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା ।

  • Related Posts

    ସାମ୍ବାଦିକଙ୍କ ପାଇଁ ଗାଇଡଲାଇନ ଜାରି

    ଆନ୍ଦୋଳନ ସମୟରେ ସାମ୍ବାଦିକଙ୍କ ସୁରକ୍ଷାକୁ ନେଇ ଚିନ୍ତା ପ୍ରକାଶ କରିଛି ପ୍ରେସ୍ କାଉନସିଲ୍ ଅଫ୍ ଇଣ୍ଡିଆ (ପିସିଆଇ)। ଏଭଳି ସମ୍ବେଦନଶୀଳ ପରିସ୍ଥିତିରେ ଖବର ସଂଗ୍ରହ କରୁଥିବା ସାମ୍ବାଦିକମାନେ କିପରି ନିଜର ସୁରକ୍ଷା ବଜାୟ ରଖିବେ, ବୃତ୍ତିଗତ ନିରପେକ୍ଷତା ଅବଲମ୍ବନ କରିବେ ଏବଂ…

    Continue reading
    ବୋନସ ଘୋଷଣା କଲେ କେନ୍ଦ୍ର ସରକାର

    ନୂଆଦିଲ୍ଲୀ: କେନ୍ଦ୍ର ସରକାର ୨୦୨୫-୨୬ ଆର୍ଥିକ ବର୍ଷ ପାଇଁ କେନ୍ଦ୍ରୀୟ କର୍ମଚାରୀଙ୍କୁ ୩୦ ଦିନର ‘ନନ-ପ୍ରଡକ୍ଟିଭିଟି ଲିଙ୍କଡ’ (ଆଡ-ହକ) ବୋନସ ପ୍ରଦାନ ପାଇଁ ଅନୁମୋଦନ ଦେଇଛନ୍ତି। ଏହି ବୋନସର ହିସାବ ମାସିକ ୭,୦୦୦ ଟଙ୍କାର ଦରମା ସୀମା ଆଧାରରେ କରାଯାଏ। ଅର୍ଥାତ୍‌…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ମୁଁ ବି ଖୁବ୍‌ଶୀଘ୍ର ପିତା ହେବି କହିଲେ ସଲମାନ୍‌ ଖାନ୍‌

    ବାପା ହେବେ ଅନୁଭବ, ଖୁସି ଖବର ଦେଲେ ଜାଗୃତି

    ବାପା ହେବେ ଅନୁଭବ, ଖୁସି ଖବର ଦେଲେ ଜାଗୃତି

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି