ସଂସଦର ସ୍ୱତନ୍ତ୍ର ଅଧିବେଶନ: ୩ ଗୁରୁତ୍ୱପୂର୍ଣ୍ଣ ସ୍ବତନ୍ତ୍ର ବିଲ୍ ଆଗତ

ନୂଆଦିଲ୍ଲୀ: ସଂସଦର ସ୍ୱତନ୍ତ୍ର ଅଧିବେଶନରେ ୩ଟି ଗୁରୁତ୍ୱପୂର୍ଣ୍ଣ ବିଲ୍ ଆଗତ ହୋଇଛି। ୩ଟି ବିଲ୍ ଆଗତ କଲେ ଆଇନ ମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ୍। ‘ନାରୀ ଶକ୍ତି ବନ୍ଦନ ଅଧିନିୟମ’ ସଂଶୋଧନ ବିଲ୍ ଉପସ୍ଥାପିତ ହୋଇଛି। ସେହିପରି ଲୋକସଭାରେ ସୀମା ପୁନଃ ନିର୍ଦ୍ଧାରଣ ବିଲ୍ ୨୦୨୬ ଆଗତ ହୋଇଛି। କେନ୍ଦ୍ରଶାସିତ ଅଞ୍ଚଳ ଆଇନ ୨୦୨୬ ବି ଆଗତ କରାଯାଇଛି।

ଅନ୍ୟପଟେ ଏହି ବିଲ୍ ଉପରେ ପ୍ରଶ୍ନ ଉଠାଇଲେ କଂଗ୍ରେସ ସାଂସଦ କେ.ସି. ବେଣୁଗୋପାଳ। ଅପରାହ୍ଣ ୩ଟାରେ ଗୃହକୁ ସମ୍ବୋଧନ କରିପାରନ୍ତି ପ୍ରଧାନମନ୍ତ୍ରୀ। ଲୋକସଭା ଓ ରାଜ୍ୟ ବିଧାନସଭାରେ ମହିଳାଙ୍କ ପାଇଁ ୩୩% ସଂରକ୍ଷଣ ଲାଗୁ କରିବା ସରକାରଙ୍କ ମୁଖ୍ୟ ଉଦ୍ଦେଶ୍ୟ। ଏଥିପାଇଁ ୨୦୨୯ ନିର୍ବାଚନ ପୂର୍ବରୁ ସାରା ଦେଶରେ ଆସନ ସୀମା ନିର୍ଦ୍ଧାରଣ କରିବେ ସରକାର।
ଏହି ପ୍ରକ୍ରିୟାରେ ଲୋକସଭା ଆସନ ସଂଖ୍ୟା ବର୍ତ୍ତମାନର ୫୪୩ ରୁ ବୃଦ୍ଧି ପାଇ ୮୫୦ ପର୍ୟ୍ୟନ୍ତ ହେବାର ସମ୍ଭାବନା ରହିଛି। ଏଥିପାଇଁ ସ୍ୱତନ୍ତ୍ର ଅଧିବେଶନରେ ପାରିତ ହୋଇପାରେ ଡିଲିମିଟେସନ ବିଲ୍ ୨୦୨୬। ସେହି ଆଧାରରେ ଓଡିଶାରେ ମଧ୍ୟ ଲୋକସଭା ଆସନ ୨୧ରୁ ୨୯ ଏବଂ ବିଧାନସଭା ସିଟ୍ ସଂଖ୍ୟା ବି ଆଉ ୫୬ ବଢ଼ିପାରେ। ଏହା ସହ ୩୩ ପ୍ରତିଶତ ସିଟ୍ ମହିଳାଙ୍କ ପାଇଁ ସଂରକ୍ଷଣ ମଧ୍ୟ ରହିବ।

  • Related Posts

    ଓଡ଼ିଶା ସରକାର ଓ ଝାପାଇଗୋ ମଧ୍ୟରେ ଗୁଣାତ୍ମକ ସ୍ୱାସ୍ଥ୍ୟସେବା ପାଇଁ ଏମ୍ଓୟୁ

    ଭୁବନେଶ୍ବର,16/07: ନର୍ସିଂ ସେବା, ମାତୃ ଓ ଶିଶୁ ସ୍ୱାସ୍ଥ୍ୟ, ଅଣସଂକ୍ରାମକ ରୋଗ ଚିକିତ୍ସା, ପୁଷ୍ଟିସାଧନ ଏବଂ ଜରୁରୀକାଳୀନ ପ୍ରସୂତୀ ଭଳି ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରରେ ବିଶ୍ୱ ସ୍ତରୀୟ ଗୁଣାତ୍ମକ ସ୍ୱାସ୍ଥ୍ୟସେବା ଯୋଗାଇବା ପାଇଁ ଆଜି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡଃ…

    Continue reading
    ୬ ଜଣିଆ ରାଜ୍ୟସଭା ଉପାଧ୍ୟକ୍ଷଙ୍କ ପ୍ୟାନେଲରେ ସସ୍ମିତ ପାତ୍ର

    ନୂଆଦିଲ୍ଲୀ: ଗୁରୁବାର ପୁନର୍ଗଠନ କରାହୋଇଥିବା ରାଜ୍ୟସଭା ଉପାଧ୍ୟକ୍ଷଙ୍କ ପ୍ୟାନେଲର ବିଜେପି, କଂଗ୍ରେସ, ଏଆଇଏଡିଏମ୍‌କେ ଓ ବିଜେଡିର ଛଅ ଜଣ ସଦସ୍ୟ ମନୋନୀତ ହୋଇଛନ୍ତି। ପୁନର୍ଗଠିତ କମିଟିରେ ବିଜେପିର ଦୀନେଶ ଶର୍ମା, ଏସ୍ ଫାଙ୍ଗନୋନ୍ କୋନ୍ୟାକ୍ ଓ ଘନଶ୍ୟାମ ତିୱାରୀ ରହିଛନ୍ତି। କଂଗ୍ରେସରୁ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ