ଲୋକସଭାରେ ଆଗତ ବିଲ୍‌କୁ ନେଇ ୧୮ ଘଣ୍ଟା ଚାଲିବ ବିତର୍କ; କାଲି ୪ଟାରେ ଭୋଟିଂ

ନୂଆଦିଲ୍ଲୀ: ଲୋକସଭାରେ ଆଗତ ୩ ଗୁରୁତ୍ବପୂର୍ଣ୍ଣ ବିଲ୍ କୁ ନେଇ ବିତର୍କ ଜାରି। ୧୫ରୁ ୧୮ ଘଣ୍ଟା ପର୍ୟ୍ୟନ୍ତ ବିଲ୍ ଉପରେ ବିତର୍କ ଚାଲିବା ନେଇ ବାଚସ୍ପତି ସୂଚନା ଦେଇଛନ୍ତି। ତେଣୁ ବିଳମ୍ବିତ ରାତି ପର୍ୟ୍ୟନ୍ତ ଶାସକ-ବିରୋଧୀ ବିତର୍କ ଚାଲିବା ସମ୍ଭାବନା ରହିଛି। କାଲି ଅପରାହ୍ନ ୪ଟାରେ ବିଲ୍ ଉପରେ ଭୋଟିଂ ହେବ।

ସୂଚନାଯୋଗ୍ୟ, ସଂସଦର ସ୍ୱତନ୍ତ୍ର ଅଧିବେଶନରେ ୩ଟି ଗୁରୁତ୍ୱପୂର୍ଣ୍ଣ ବିଲ୍ ଆଗତ ହୋଇଛି। ୩ଟି ବିଲ୍ ଆଗତ କଲେ ଆଇନ ମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ୍। ‘ନାରୀ ଶକ୍ତି ବନ୍ଦନ ଅଧିନିୟମ’ ସଂଶୋଧନ ବିଲ୍ ଉପସ୍ଥାପିତ ହୋଇଛି। ସେହିପରି ଲୋକସଭାରେ ସୀମା ପୁନଃ ନିର୍ଦ୍ଧାରଣ ବିଲ୍ ୨୦୨୬ ଆଗତ ହୋଇଛି। କେନ୍ଦ୍ରଶାସିତ ଅଞ୍ଚଳ ଆଇନ ୨୦୨୬ ବି ଆଗତ କରାଯାଇଛି। ତେବେ ଏହି ବିଲ୍ ଉପରେ ପ୍ରଶ୍ନ ଉଠାଇଛନ୍ତି କଂଗ୍ରେସ ସାଂସଦ କେ.ସି. ବେଣୁଗୋପାଳ।

ଅନ୍ୟପଟେ ଅପରାହ୍ଣ ୩ଟାରେ ଗୃହକୁ ସମ୍ବୋଧନ କରିପାରନ୍ତି ପ୍ରଧାନମନ୍ତ୍ରୀ। ଲୋକସଭା ଓ ରାଜ୍ୟ ବିଧାନସଭାରେ ମହିଳାଙ୍କ ପାଇଁ ୩୩% ସଂରକ୍ଷଣ ଲାଗୁ କରିବା ସରକାରଙ୍କ ମୁଖ୍ୟ ଉଦ୍ଦେଶ୍ୟ। ଏଥିପାଇଁ ୨୦୨୯ ନିର୍ବାଚନ ପୂର୍ବରୁ ସାରା ଦେଶରେ ଆସନ ସୀମା ନିର୍ଦ୍ଧାରଣ କରିବେ ସରକାର। ଏହି ପ୍ରକ୍ରିୟାରେ ଲୋକସଭା ଆସନ ସଂଖ୍ୟା ବର୍ତ୍ତମାନର ୫୪୩ ରୁ ବୃଦ୍ଧି ପାଇ ୮୫୦ ପର୍ୟ୍ୟନ୍ତ ହେବାର ସମ୍ଭାବନା ରହିଛି।

ଏଥିପାଇଁ ସ୍ୱତନ୍ତ୍ର ଅଧିବେଶନରେ ପାରିତ ହୋଇପାରେ ଡିଲିମିଟେସନ ବିଲ୍ ୨୦୨୬ । ସେହି ଆଧାରରେ ଓଡିଶାରେ ମଧ୍ୟ ଲୋକସଭା ଆସନ ୨୧ରୁ ୨୯ ଏବଂ ବିଧାନସଭା ସିଟ୍ ସଂଖ୍ୟା ବି ଆଉ ୫୬ ବଢ଼ିପାରେ। ଏହା ସହ ୩୩ ପ୍ରତିଶତ ସିଟ୍ ମହିଳାଙ୍କ ପାଇଁ ସଂରକ୍ଷଣ ମଧ୍ୟ ରହିବ।

  • Related Posts

    ସଂସଦର ସ୍ୱତନ୍ତ୍ର ଅଧିବେଶନ: ୩ ଗୁରୁତ୍ୱପୂର୍ଣ୍ଣ ସ୍ବତନ୍ତ୍ର ବିଲ୍ ଆଗତ

    ନୂଆଦିଲ୍ଲୀ: ସଂସଦର ସ୍ୱତନ୍ତ୍ର ଅଧିବେଶନରେ ୩ଟି ଗୁରୁତ୍ୱପୂର୍ଣ୍ଣ ବିଲ୍ ଆଗତ ହୋଇଛି। ୩ଟି ବିଲ୍ ଆଗତ କଲେ ଆଇନ ମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ୍। ‘ନାରୀ ଶକ୍ତି ବନ୍ଦନ ଅଧିନିୟମ’ ସଂଶୋଧନ ବିଲ୍ ଉପସ୍ଥାପିତ ହୋଇଛି। ସେହିପରି ଲୋକସଭାରେ ସୀମା ପୁନଃ…

    Continue reading
    ଆଜିଠୁ ଘର ଘର ବୁଲି ଜନଗଣନା

    ଭୁବନେଶ୍ୱର: ଡିଜିଟାଲରେ ସ୍ବ-ଜନଗଣନା ସରିଛି। ଆଜିଠାରୁ ଏକ ମାସ ପର୍ୟ୍ୟନ୍ତ ଘର ଘର ବୁଲି ଜନଗଣନା କରାଯିବ। ଏଥିପାଇଁ ଜନଗଣନା ଅଧିକାରୀ, ସୁପରଭାଇଜରଙ୍କୁ ସମସ୍ତ ଉପକରଣ ଯୋଗାଇ ଦିଆଯାଇଛି ବୋଲି ଆଞ୍ଚଳିକ ଜନଗଣନା ନିର୍ଦେଶକ ନିଖିଳ ପୱନ କଲ୍ୟାଣ କହିଛନ୍ତି। ଶ୍ରୀ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ