
ଲକ୍ଷ୍ନୌ: ପଶ୍ଚିମବଙ୍ଗ ତୃଣମୂଳ କଂଗ୍ରେସ (ଟିଏମସି) ଓ ମହାରାଷ୍ଟ୍ରର ଶିବସେନା-ୟୁବିଟିରେ ଦଳବଦଳ ପ୍ରକ୍ରିୟା ଚାଲିଥିବାବେଳେ ଅନ୍ୟତମ ବିରୋଧୀ ଦଳ ସମାଜବାଦୀ ପାର୍ଟି (ଏସ୍ପି) ସାଂସଦଙ୍କ ଦଳବଦଳ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ଏସ୍ପିର ସାଂସଦମାନେ ଦଳବଦଳ କରିବାକୁ ଯୋଜନା କରିଥିବା ନେଇ ସୁହେଲଦେବ ଭାରତୀୟ ସମାଜ ପାର୍ଟି ମୁଖ୍ୟ ତଥା ଉତ୍ତରପ୍ରଦେଶ ମନ୍ତ୍ରୀ ଓମ୍ ପ୍ରକାଶ ରାଜଭର ବୁଧବାର ଦାବି କରିଛନ୍ତି। ଓମ୍ପ୍ରକାଶଙ୍କ ଏହି ଦାବି ଉତ୍ତରପ୍ରଦେଶ ରାଜନୀତିକୁ ହଟଚମଟ କରିଦେଇଛି। ଓମ୍ପ୍ରକାଶ କହିଛନ୍ତି ଯେ ଯେତେବେଳେ କେହି ଜଣେ ବିକ୍ରି ହେବାକୁ ପ୍ରସ୍ତୁତ ତେବେ ଲୋକେ ତାଙ୍କୁ ନିଶ୍ଚିତ କିଣିବେ। ଜଣେ ବ୍ୟକ୍ତି ନିଜର ବ୍ୟକ୍ତିଗତ ସ୍ବାର୍ଥ ପାଇଁ ରାଜନୀତିରେ ଯୋଗ ଦେଇଥାଏ। ଆଉ ଏହି ସ୍ବାର୍ଥ ଯେତେବେଳେ ବାଧାପ୍ରାପ୍ତ ହୁଏ ସେତେବେଳେ ସେ ଅନ୍ୟ ଦଳକୁ ଡିଆଁ ମାରେ। ତେବେ ଓମ୍ପ୍ରକାଶଙ୍କ ଏପରି ଦାବିକୁ ଏସ୍ପି ମୁଖ୍ୟ ଅଖିଳେଶ ଯାଦବ ବୁଧବାର ଖଣ୍ଡନ କରିଛନ୍ତି।


