ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ

ଯାଜପୁର/ଭୁବନେଶ୍ବର: ଭିଜିଲାନ୍ସ ସ୍କାନରରେ ଆଉ ଜଣେ ସରକାରୀ ଯନ୍ତ୍ରୀ । ଯାଜପୁର ଜିଲ୍ଲା ବଡ଼ଚଣା ରାସ୍ତା ଓ ଗୃହ ଉପ ବିଭାଜନର ସହକାରୀ ନିର୍ବାହୀ ଯନ୍ତ୍ରୀ (AEE) ତପନ ସେଠୀ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ନିର୍ଦ୍ଦେଶାଳୟ ପକ୍ଷରୁ ଆଜି (ଗୁରୁବାର) ତପନଙ୍କ ଘର ଓ ଅଫିସ ଆଦି ବିଭିନ୍ନ ସ୍ଥାନରେ ଏକକାଳୀନ ଚଢ଼ାଉ ହୋଇଛି । କଟକ, ଭୁବନେଶ୍ୱର, ପୁରୀ ଯାଜପୁର(ବଡ଼ଚଣା)ର ୭ଟି ସ୍ଥାନରେ ଭିଜିଲାନ୍ସ ଯାଞ୍ଚ ଆରମ୍ଭ କରିଛି।

କଟକ ଚୌଦ୍ୱାର ସ୍ଥିତ ଚାରବାଟିଆ ଆର୍‌ ଆଣ୍ଡ ବି ଡିଭିଜନ୍‌ ଅଧୀନରେ ଥିବା ତପନ ସେଠୀଙ୍କ ବିରୋଧରେ ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗ ହୋଇଥିଲା । ସ୍ୱତନ୍ତ୍ର ଭିଜିଲାନ୍ସ ଜଜ୍‌, କଟକଙ୍କ ଦ୍ୱାରା ଜାରି ସର୍ଚ୍ଚ ୱାରେଣ୍ଟ ଆଧାରରେ ୩ ଜଣ ଅତିରିକ୍ତ ଏସ୍‌ପି, ୬ ଜଣ ଡିଏସ୍‌ପି, ୩ ଜଣ ଇନ୍ସପେକ୍ଟର ଏବଂ ଅନ୍ୟାନ୍ୟ ସହଯୋଗୀ କର୍ମଚାରୀଙ୍କୁ ନେଇ ଗଠିତ ଭିଜିଲାନ୍ସ ଟିମ୍‌ ମୋଟ ୭ଟି ସ୍ଥାନରେ ଚଢ଼ାଉ ଜାରି ରଖିଛନ୍ତି । ତେବେ ଚଢ଼ାଉ ଜାରି ରହିଥିବା ବେଳେ ବିପୁଳ ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ଠାବ ହେବାର ସମ୍ଭାବନା ରହିଛି ।

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ ହେଉ କିମ୍ବା ଲାଞ୍ଚ କାରବାର ଅଭିଯୋଗ ଆସିଲେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେଉଛି ଭିଜିଲାନ୍ସ । ନିକଟରେ କେତେକ ସରକାରୀ ବାବୁ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରି ଜେଲ ଯାଇଛନ୍ତି ।

  • Related Posts

    ଦଳିଦେଲା ହାତୀ, ବୃଦ୍ଧା ମୃତ

    ବଲାଙ୍ଗିର: ଘରେ ଶୋଇଥିବା ବେଳେ ଦଳିଦେଲା ହାତୀ । ଦେଓଗାଁ ଥାନା ଡାହିମାଲ୍ ଗାଁ ରେ ଦଲିଦେଲା ହାତୀ । ହାତୀ ଦଳିଦେବାରୁ ଘଟଣା ସ୍ଥଳ ରେ ଉଡି ଗଲା ପ୍ରାଣ ବାୟୁ । ବଲାଙ୍ଗିର ଜିଲ୍ଲା ସଇଁତଳା ରେଞ୍ଜ ଅଞ୍ଚଳ…

    Continue reading
    ହସ୍ପିଟାଲରେ ଶିଶୁ ଓ ମା’ ମୃତ୍ୟୁ ଘଟଣାକୁ ନେଇ ଉତ୍ତେଜନା

    ବଲାଙ୍ଗୀର: ବଲାଙ୍ଗୀର ଜିଲା ମୁଖ୍ୟ ଚିକିତ୍ସାଳୟସ୍ଥିତ ଶିଶୁ ଓ ମାତୃ ହସ୍ପିଟାଲରେ ଗୁରୁବାର ଶିଶୁ ଓ ମା’ ମୃତ୍ୟୁ ଘଟଣାକୁ ନେଇ ଉତ୍ତେଜନା ପ୍ରକାଶ ପାଇଛି। ଗତ ରବିବାର କଣ୍ଟାବାଞ୍ଜି ଆଶ୍ରମପଡ଼ାର ଅନୀଲ ବେହେରାଙ୍କ ସ୍ତ୍ରୀ ମଞ୍ଜୁଲତାଙ୍କ ଗର୍ଭରେ ଥିବା ଶିଶୁ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ମୁଁ ବି ଖୁବ୍‌ଶୀଘ୍ର ପିତା ହେବି କହିଲେ ସଲମାନ୍‌ ଖାନ୍‌

    ବାପା ହେବେ ଅନୁଭବ, ଖୁସି ଖବର ଦେଲେ ଜାଗୃତି

    ବାପା ହେବେ ଅନୁଭବ, ଖୁସି ଖବର ଦେଲେ ଜାଗୃତି

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି