ସାମ୍ନାକୁ ଆସିଲା ପୁଣି ବଧୂ ହତ୍ୟା ଅଭିଯୋଗ

ଭୁବନେଶ୍ୱର : ସାମ୍ନାକୁ ଆସିଲା ପୁଣି ବଧୂ ହତ୍ୟା ଅଭିଯୋଗ । ଭୁବନେଶ୍ୱର ମଞ୍ଚେଶ୍ୱର ଥାନା ଅଧିନ ଧୀରୁକୁଟୀ ବସ୍ତିରେ ଜଣେ ନବବିବାହିତଙ୍କୁ ହତ୍ୟା କରିଥିବା ଅଭିଯୋଗ ଆସିଛି । ଝିଅଙ୍କୁ ଶାଶୁଘର ଲୋକେ ମାରି ଦେଇଥିବା ଅଭିଯୋଗ ଆଣିଛନ୍ତି ପରିବାର ଲୋକେ ।

ଖବର ଅନୁଯାୟୀ, ଅନ୍ଧାରୁଆ ଅଞ୍ଚଳର ତୁପ୍ତିମାଲା ନାୟକ ନାମକ ଜଣେ ମହିଳା ୭ ମାସ ତଳେ ଧୀରୁକୁଟ ବସ୍ତିର ବିକ୍ରମ ନାୟକଙ୍କୁ ବିବାହ କରିଥିଲେ । ତୁପ୍ତି ତାଙ୍କ ସ୍ୱାମୀଙ୍କ ସହିତ ଭୁବନେସ୍ୱର ଧୀରୁକୁଟ ବସ୍ତିରେ ଥିବା ଶାଶୁ ଘରେ ରହୁଥିଲେ । ହେଲେ ହଠାତ୍‌ ଶନିବାର ରାତିରେ ତୁପ୍ତିଙ୍କ ଘରକୁ ଫୋନ୍ କରି ଶାଶୁ ଘର କହିଥିଲେ କି ଆପଣଙ୍କ ଝିଅ ରଶି ଲଗାଇ ଦେଇଛି । କୌଣସି କାରଣ ନଥାଇ ତୃପ୍ତି କାହିଁକି ଆତ୍ମହତ୍ୟା କରିବେ ସନ୍ଦେହ କରି ପରିବା ଲୋକ ମଞ୍ଚେଶ୍ୱର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ତାଙ୍କ ଝିଅଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ କରିଛନ୍ତି ପରିବାର ଲୋକେ । ସେପଟେ ପରିବାର ଲୋକଙ୍କ ଅଭିଯୋଗ ପରେ ମଞ୍ଚେଶ୍ୱର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

  • Related Posts

    ସୌମ୍ୟ ମୃତ୍ୟୁ ମାମଲା ; ଆଉ ଜଣେ ଗିରଫ

    ଭୁବନେଶ୍ୱର : ବହୁ ଚର୍ଚ୍ଚିତ ସୌମ୍ୟ ମୃତ୍ୟୁ ମାମଲାରେ ବଢୁଛି ଗିରଫ ସଂଖ୍ୟା। ଏହି ମାମଲାରେ ମଙ୍ଗଳବାର ଆଉ ଜଣଙ୍କୁ କ୍ରାଇମବ୍ରାଞ୍ଚ ଗିରଫ କରିଛି। ଗିରଫ ଅଭିଯୁକ୍ତ ବାଲିଅନ୍ତା ଥାନା ବେଣୁପୁର ଗାଁର ପ୍ରଦୀପ ମଙ୍ଗରାଜ (୪୬)। ଢେଙ୍କାନାଳରୁ ପ୍ରଦୀପକୁ ଗିରଫ…

    Continue reading
    ରାଜଧାନୀରେ ପୁଣି ବୁଲିଲା ଖଣ୍ଡା

    ଭୁବନେଶ୍ୱର:ରାଜଧାନୀରେ ପୁଣି ବୁଲିଲା ଖଣ୍ଡା। ଭୁବନେଶ୍ବର ଭରତପୁର ଥାନା ଅଞ୍ଚଳ ତାରିଣୀ ବସ୍ତିରେ ସଂଘବଦ୍ଧ ଆକ୍ରମଣ। ଖଣ୍ଡା ଆକ୍ରମଣରେ ଜଣେ ଯୁବକ ଗୁରୁତର ହୋଇଛନ୍ତି । ଗୁରୁତର ଯୁବକ ହେଲେ ଦୁଃଶାସନ ନାୟକ। ପୂର୍ବ ଶତ୍ରୁତାକୁ ନେଇ ଦୁଃଶାସନଙ୍କ ସହ କିଛି…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ

    ବଢ଼ୁଛି ଉପଭୋକ୍ତାଙ୍କ ଭରସା, ବୃଦ୍ଧି ପାଉଛି ବିପିସିଏଲର ପିଏନ୍‌ଜି ସଂଯୋଗୀକରଣ

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ