
ଭୁବନେଶ୍ୱର : ବହୁ ଚର୍ଚ୍ଚିତ ସୌମ୍ୟ ମୃତ୍ୟୁ ମାମଲାରେ ବଢୁଛି ଗିରଫ ସଂଖ୍ୟା। ଏହି ମାମଲାରେ ମଙ୍ଗଳବାର ଆଉ ଜଣଙ୍କୁ କ୍ରାଇମବ୍ରାଞ୍ଚ ଗିରଫ କରିଛି। ଗିରଫ ଅଭିଯୁକ୍ତ ବାଲିଅନ୍ତା ଥାନା ବେଣୁପୁର ଗାଁର ପ୍ରଦୀପ ମଙ୍ଗରାଜ (୪୬)। ଢେଙ୍କାନାଳରୁ ପ୍ରଦୀପକୁ ଗିରଫ କଲା କ୍ରାଇମବ୍ରାଞ୍ଚ। ସୌମ୍ୟ ହତ୍ୟା ମାମଲାରେ ଗିରଫ ଅଭିଯୁକ୍ତଙ୍କ ସଂଖ୍ୟା ୧୮ରେ ପହଞ୍ଚିଛି।
ସୂଚନାନୁଯାୟୀ,ମେ’୨୮ ସକାଳେ ରାଜଧାନୀ ଭୁବନେଶ୍ୱରର ପଟିଆ ସ୍ଥିତ ଏକ ହୋଟେଲ ‘ରେଗାଲ ଷ୍ଟେ’ରୁ ଆଉ ଜଣେ ଅଭିଯୁକ୍ତକୁ କ୍ରାଇମବ୍ରାଞ୍ଚ ଗିରଫ କରିଥିଲା । ଗିରଫ ଅଭିଯୁକ୍ତ ଜଣକ କଟକ ଗଙ୍ଗେଶ୍ୱର ଗଡ଼ାର ଅଶୋକ ଜେନା ଓରଫ ଗେଡା( ୪୫) ବର୍ଷ। ପୂର୍ବରୁ ଏଥିରେ ୧୧ ଜଣଙ୍କୁ ପୁଲିସ ଓ ୫ ଜଣଙ୍କୁ ଗିରଫ କରିଥିଲା କ୍ରାଇମବ୍ରାଞ୍ଚ।




