ଓଡ଼ିଶାରେ ଏସଆଇଆର: ୨୫ ଲକ୍ଷ ୨୩ ହଜାର ୯୭୪ ଜଣ ଭୋଟରଙ୍କୁ ଫର୍ମ ବଣ୍ଟନ

ଭୁବନେଶ୍ୱର: ଓଡ଼ିଶାରେ ସ୍ୱତନ୍ତ୍ର ସଘନ ସଂଶୋଧନ (ଏସଆଇଆର)କାର୍ଯ୍ୟକ୍ରମ ଜୋରସୋରରେ ଚାଲିଛି। କୌଣସି ଯୋଗ୍ୟ ଭୋଟର ଯେପରି ବାଦ୍ ନପଡ଼ନ୍ତି, ତାହା ନିଶ୍ଚିତ କରିବା ପାଇଁ ବୁଥ୍ ସ୍ତରୀୟ ଅଧିକାରୀ (ବିଏଲଓ), ବିଏଲ୍ଓ ସୁପରଭାଇଜର, ସମସ୍ତ ନିର୍ବାଚନ ଅଧିକାରୀ, ରାଜନୈତିକ ଦଳଗୁଡ଼ିକ ଦ୍ୱାରା ନିଯୁକ୍ତ ବିଏଲ୍ଏ (ବିଏଲଏ) ମାନେ ତୃଣମୂଳ ସ୍ତରରେ ଘରକୁ ଘର ବୁଲି ସଘନ ସଂଶୋଧନ ପ୍ରକ୍ରିୟା ଜାରି ରଖିଛନ୍ତି।ଆଜି ସନ୍ଧ୍ୟା ୦୮.୦୦ ଟା ସୁଦ୍ଧା, ୨୫ ଲକ୍ଷ ୨୩ ହଜାର ୯୭୪ ଜଣ ଭୋଟରଙ୍କୁ ଫର୍ମ ବଣ୍ଟନ କରାଯାଇଛି । ୪୫ ହଜାର ୨୫୫ ଜଣ ବିଏଲ୍ଓ ଘରକୁ ଘର ବୁଲି ଭୋଟରମାନଙ୍କୁ ସେମାନଙ୍କର ଗଣନା ଫର୍ମ ପୂରଣ କରିବାରେ ଏବଂ ତାହା ସଂଗ୍ରହ କରିବାରେ ସାହାଯ୍ୟ କରୁଛନ୍ତି।ଘରକୁ ଘର ପରିଗଣନା ସମୟରେ, ପ୍ରତ୍ୟେକ ଭୋଟରଙ୍କୁ ବିଏଲଓଙ୍କ ଜରିଆରେ ଦୁଇଟି ଲେଖାଏଁ ପୂର୍ବମୁଦ୍ରିତ ପରିଗଣନା ଫର୍ମ (ସଂଲଗ୍ନ-III) ଯୋଗାଇ ଦିଆଯାଉଛି। ତୃତୀୟ ଦିନରେ ୨୫ଲକ୍ଷ ୨୩.ହଜାର ୯୭୪ଜଣ ଭୋଟର ଙ୍କୁ ବିଏଲଓ ମାନଙ୍କ ଦ୍ୱାରା ପରିଗଣନା ଫର୍ମ ବଣ୍ଟନ କରାଯାଇଛି। ପୂରଣ ହୋଇଥିବା ଫର୍ମର ଗୋଟିଏ ନକଲ ବିଏଲଓ ସଂଗ୍ରହ କରୁଛନ୍ତି ଏବଂ ଦ୍ବିତୀୟ ନକଲରେ ନିଜ ଦସ୍ତଖତ କରି ଭୋଟରଙ୍କୁ ରସିଦ ବା ସ୍ବୀକୃତି ପ‌ତ୍ର ଭାବେ ଫେରସ୍ତ କରାଯାଉଛି,ଯାହାକୁ ଭୋଟର ଭବିଷ୍ୟତ ପାଇଁ ସାଇତି ରଖିବେ ।ବିଭିନ୍ନ ରାଜନୈତିକ ଦଳ ଦ୍ୱାରା ନିଯୁକ୍ତ ୩୩ହଜାର ୨୬ ଜଣ ବୁଥ୍ ସ୍ତରୀୟ ଏଜେଣ୍ଟ ମଧ୍ୟ ଏସଆଇଆର ପ୍ରକ୍ରିୟାରେ ସକ୍ରିୟ ସହଯୋଗ ପ୍ରଦାନ କରୁଛନ୍ତି।ଭୋଟରମାନେ ଚାହିଁଲେ ନିର୍ବାଚନ କମିଶନଙ୍କ ସରକାରୀ ୱେବସାଇଟ୍ (voters.eci.gov.in) ରେ ଏହି ଫର୍ମ ଡାଉନଲୋଡ୍ କରିପାରିବେ ଏବଂ ତଥ୍ୟ ପୂରଣ ପରେ ନିଜେ ଅପଲୋଡ ମଧ୍ୟ କରିପାରିବେ।ଏହି ପରିଗଣନା ଫର୍ମ ପୂରଣ ସମୟରେ ଭୋଟରମାନଙ୍କଠାରୁ କୌଣସି ପ୍ରକାରର ଅତିରିକ୍ତ ଦସ୍ତାବିଜ ସଂଗ୍ରହ (ଡକ୍ୟୁମେଣ୍ଟ) କରିବାର ଆବଶ୍ୟକତା ନାହି ବୋଲି ସ୍ପଷ୍ଟ କରାଯାଇଛି । ନିର୍ବାଚକଙ୍କ ଠାରୁ ମିଳିଥିବା ସଠିକ୍ ତଥ୍ୟ ଆଧାରରେ ହିଁ ନିର୍ବାଚକ ପଞ୍ଜିକରଣ ଅଧିକାରୀ (ଇଆରଓ) ଚିଠା ଭୋଟର ତାଲିକା ପ୍ରସ୍ତୁତ କରିବେ ।ଏହି ସଂଶୋଧନ ପ୍ରକ୍ରିୟା ଦ୍ୱାରା ରାଜ୍ୟରେ ଏକ ସ୍ୱଚ୍ଛ ଓ ସଠିକ୍ ଭୋଟର ତାଲିକା ପ୍ରସ୍ତୁତ କରାଯାଇପାରିବ। ପରିଦର୍ଶନ ସମୟରେ ସମସ୍ତ ଭୋଟର ବିଏଲଓ ମାନଙ୍କୁ ସହଯୋଗ କରିବାକୁ ଅନୁରୋଧ କରାଯାଇଛି।

  • Related Posts

    ହାଇଓ୍ବାକୁ ପଛରୁ ପିଟିଲା କାର୍, ୨ ମୃତ

    କଳାହାଣ୍ଡି: କଳାହାଣ୍ଡି ଜିଲା ଭବାନୀପାଟଣା ବାଇପାସ ରାସ୍ତାରେ ଭୟଙ୍କର ଦୁର୍ଘଟଣା। ବିଳମ୍ବିତ ରାତି ରାସ୍ତାରେ ଠିଆ ହୋଇଥିବା ହାଇଓ୍ବାକୁ ପଛରୁ ପିଟିଲା ଦ୍ରୁତଗାମୀ ବିଏମ୍ଡବ୍ଲୁ କାର୍। ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଚାଲିଗଲା ୨ ଜଣଙ୍କ ଜୀବନ। ମୃତକ ହରିୟାଣାର ବୋଲି ଜଣାପଡିଛି।…

    Continue reading
    ଓଏଏସ୍ ପ୍ରେମିକ ଭୀମ୍‌ସେନ ଟୁଡୁ ଗିରଫ

    କଟକ/ବାରଙ୍ଗ: ବାଲେଶ୍ୱର ମେଡିକାଲ୍ କଲେଜ ଛାତ୍ରୀ ମୟୂରଭଞ୍ଜର ଚନ୍ଦ୍ରିକା ଭଞ୍ଜବାଳା ହେମ୍ବ୍ରମ୍ଙ୍କ ମୃତ୍ୟୁ ଘଟଣାରେ ଅଭିଯୁକ୍ତ ଓଏଏସ୍ ପ୍ରେମିକ ଭୀମ୍‌ସେନ ଟୁଡୁ ଗିରଫ। ତେବେ କେଉଁ ପରିସ୍ଥିତି ଚନ୍ଦ୍ରିକାଙ୍କ ମୃତ୍ୟୁ ଘଟିଥିଲା। ଚନ୍ଦ୍ରିକା ମୃତ୍ୟୁ କଣ ରହସ୍ୟ ? ଚନ୍ଦ୍ରିକାଙ୍କୁ ମାନସିକ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ

    ବଢ଼ୁଛି ଉପଭୋକ୍ତାଙ୍କ ଭରସା, ବୃଦ୍ଧି ପାଉଛି ବିପିସିଏଲର ପିଏନ୍‌ଜି ସଂଯୋଗୀକରଣ

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ