ଓଏଏସ୍ ପ୍ରେମିକ ଭୀମ୍‌ସେନ ଟୁଡୁ ଗିରଫ

କଟକ/ବାରଙ୍ଗ: ବାଲେଶ୍ୱର ମେଡିକାଲ୍ କଲେଜ ଛାତ୍ରୀ ମୟୂରଭଞ୍ଜର ଚନ୍ଦ୍ରିକା ଭଞ୍ଜବାଳା ହେମ୍ବ୍ରମ୍ଙ୍କ ମୃତ୍ୟୁ ଘଟଣାରେ ଅଭିଯୁକ୍ତ ଓଏଏସ୍ ପ୍ରେମିକ ଭୀମ୍‌ସେନ ଟୁଡୁ ଗିରଫ। ତେବେ କେଉଁ ପରିସ୍ଥିତି ଚନ୍ଦ୍ରିକାଙ୍କ ମୃତ୍ୟୁ ଘଟିଥିଲା। ଚନ୍ଦ୍ରିକା ମୃତ୍ୟୁ କଣ ରହସ୍ୟ ? ଚନ୍ଦ୍ରିକାଙ୍କୁ ମାନସିକ ନିର୍ଯ୍ୟାତନା ଦେଉଥିଲେ କି? ଆତ୍ମହତ୍ୟା ପାଇଁ ଭୀମସେନ୍ ଟୁଡୁ ଉସକାଇଥିଲେ କି ? ଏମିିତି ଅନେକ ପ୍ରଶ୍ନ ଉପର ପରଦା ହଟାଇବାକୁ ଓଏଏସ୍ ପ୍ରେମିକଙ୍କୁ ଜେରା କରିବ ପୁଲିସ। ପରବର୍ତ୍ତୀ ସମୟରେ କଟକ ଡିସିପି ଏକ ପ୍ରେସ୍ ମିଟ୍ କରିପାରନ୍ତି ବୋଲି ସୂଚନା ମିଳିଛି।
ଚନ୍ଦ୍ରିକାଙ୍କ ମୃତଦେହ ଗତ ୪ ତାରିଖ ସକାଳୁ କାଠଯୋଡ଼ିର ନେତାଜୀ ସେତୁ ତଳୁ ମିଳିବା ପରଠୁ ଭୀମ୍‌ସେନ୍ ଫେରାର୍ ଥିଲେ । ତାଙ୍କୁ ବାରଙ୍ଗ ଥାନା ପୁଲିସ କଟକ ନେଇ ଆସୁଛି । ଝିଅ ଚନ୍ଦ୍ରିକାଙ୍କ ମୃତ୍ୟୁ ପାଇଁ ଭୀମ୍ସେନ୍ ଦାୟୀ ବୋଲି ମାଆ ହୀରାମଣି ହାଂସଦା ଏତଲାରେ ଉଲ୍ଲେଖ କରିଥିଲେ । ଭୀମ୍‌ସେନ୍‌ଙ୍କୁ ଧରିବା ପାଇଁ ତାଙ୍କର ତାଲିମ ସେଣ୍ଟର୍, ଭୁବନେଶ୍ୱର ମେସ୍, ମୟୂରଭଞ୍ଜ ଘରେ ମଧ୍ୟ ପୁଲିସ ଚଢ଼ଉ କରିଥିଲା । ମାତ୍ର ଭୀମ୍ସେନ୍ ଧରାପଡ଼ିନଥିଲେ । ଦୁଇ ଦିନ ତଳେ ଭୀମ୍ସେନ୍ ଆଗୁଆ ଜାମିନ୍ ପାଇଁ ଓଡ଼ିଶା ହାଇକୋର୍ଟରେ ଆବେଦନ କରିଥିଲେ । ମାତ୍ର ଶୁକ୍ରବାର ସନ୍ଧ୍ୟାରେ ମୟୂରଭଞ୍ଜରେ ଥିବା ଏକ ପୁଲିସ ଟିମ୍ ଭୀମ୍‌ସେନ୍‌ ଧରିବାରେ ସଫଳ ହୋଇଛି ।

ପୁଲିସ କହିଛି ଯେ, ଭୀମସେନ୍ ଭୁବନେଶ୍ୱରରୁ ଫେରାର୍ ପରେ ଏକାଧିକ ସ୍ଥାନରେ ଲୁଚିଥିଲେ । ଏପରିକି ସେ କିଛିଦିନ ପାଇଁ ଜାମସେଦପୁର ମଧ୍ୟ ପଳାଇଥିଲେ । ସେହିପରି ମୟୂରଭଞ୍ଜର ଝାରପୋଖରିଆ ଅଞ୍ଚଳର ଜାନକୀଦେଇପୁର, ବାଦାମପାହାଡ଼ର ତଳପତି ଅଞ୍ଚଳରେ ନିଜର କିଛି ସମ୍ପର୍କୀୟଙ୍କ ଘରେ ଲୁଚିଥିଲେ । ଏହା ପୁଲିସ ଟିମ୍ ଜାଣିବା ପରେ ଭୀମ୍‌ସେନ୍‌ଙ୍କୁ ଶରଣ ଦେଇଥିବା ୩ ଯୁବକଙ୍କୁ ଶୁକ୍ରବାର ଗିରଫ ପରେ କୋର୍ଟ ଚାଲାଣ କରାଯାଇଛି ।

ଅଭିଯୁକ୍ତ ହେଉଛନ୍ତି ଝାରପୋଖରିଆର ମାନୁ ସୋରେନ୍(୪୫), ଜାମସେଦପୁରର ସୁନିଲ୍ ମୁର୍ମୁ(୩୩) ଓ ବାଦାମପାହାଡ଼ର ଲୁଚ୍‌ମୋହନ ହେମ୍ବ୍ରମ୍(୨୯) । ସମସ୍ତଙ୍କୁ ବିଏନ୍ଏସ୍ର ଧାରା ୧୦୮, ୨୪୯(ବି), ୩(୫)ରେ ଗିରଫ କରାଯାଇଛି । ମୂଳ ମାମଲାଟି ବିଏନ୍ଏସ୍ର ୧୦୮ ଧାରା ଅର୍ଥାତ୍ ଆତ୍ମହତ୍ୟା ପାଇଁ ପ୍ରର୍ବତ୍ତାଇବା ପାଇଁ ହୋଇଥିବା ବେଳେ ଏଥିରେ ୨୪୯(ବି) ଅର୍ଥାତ୍ କୌଣସି ଅଭିଯୁକ୍ତକୁ ଶରଣ ଦେବା ଧାରା ଯୋଡ଼ାଯାଇଛି ।

ପ୍ରକାଶଯୋଗ୍ୟ, ଗତ ୪ତାରିଖ ସକାଳେ ନେତାଜୀ ସୁଭାଷ ସେତୁ ତଳୁ ବାରଙ୍ଗ ଥାନା ପୁଲିସ ଚନ୍ଦ୍ରିକାଙ୍କ ମୃତଦେହ ଜବତ କରିଥିଲା । ମୃତଦେହ ମିଳିବା ପରେ ପରିବାର ଲୋକ ଏହି ମୃତ୍ୟୁ ପାଇଁ ଚନ୍ଦ୍ରିକାଙ୍କ ଓଏଏସ୍ ପ୍ରେମିକ ଭୀମସେନ୍ ଟୁଡୁ ଓ ତାଙ୍କର ଜଣେ ଝିଅ ସାଙ୍ଗକୁ ଦାୟୀ କରିଥିଲେ ।

  • Related Posts

    ମିଥ୍ୟା ସମ୍ପତ୍ତି ତଥ୍ୟ ଦେଲେ ବାବୁଙ୍କୁ ମିଳିବ ଦଣ୍ଡ

    ଭୁବନେଶ୍ୱର:ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗରେ କାର୍ଯ୍ୟରତ କର୍ମଚାରୀ ନିଜ ସମ୍ପତ୍ତି ବିବରଣୀ ଦେବାରେ ବିଳମ୍ବ କରୁଥିବାରୁ ଏହାକୁ ନେଇ ଶୁକ୍ରବାର ରାଜ୍ୟ କ୍ୟାବିନେଟ୍‌ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛି। ଯେଉଁ ଅଧିକାରୀ କିମ୍ବା କର୍ମଚାରୀ ସମ୍ପତ୍ତି ସଂକ୍ରାନ୍ତୀୟ ମିଥ୍ୟା ତଥ୍ୟ ଦେବେ…

    Continue reading
    ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ସରପଞ୍ଚ ଚାମେଲୀ

    କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଜିଲା ମହାକାଳପଡା ବ୍ଲକ ତିଖିରି ପଞ୍ଚାୟତର ମହିଳା ସରପଞ୍ଚ ଚାମେଲୀ ଓଝା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଏକ ଚିଠି ଶୁକ୍ରବାର ଇ-ମେଲ୍‌ ଯୋଗେ ପଠାଇଛନ୍ତି। ଏଥିରେ ପଞ୍ଚାୟତର ଉନ୍ନୟନ କାର୍ଯ୍ୟ ପାଇଁ ବ୍ଲକ ଅଫିସ୍‌ ଯାଇଥିବା ସମୟରେ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ

    ବଢ଼ୁଛି ଉପଭୋକ୍ତାଙ୍କ ଭରସା, ବୃଦ୍ଧି ପାଉଛି ବିପିସିଏଲର ପିଏନ୍‌ଜି ସଂଯୋଗୀକରଣ

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ