ଆଜି ସଜବାଜ, ରବିବାର ପହିଲି ରଜ

ଭୁବନେଶ୍ୱର: ଶନିବାର ସଜବାଜ, ରବିବାର ପହିଲି ରଜ । ସେଥିପାଇଁ ଉତ୍ସବ ମୁଖର ହୋଇ ଉଠିଲାଣି ପୂରା ରାଜଧାନୀ । କିଏ ଡ୍ରେସ୍‌ କିଣିବାରେ ବ୍ୟସ୍ତ ତ କିଏ ବିଭିନ୍ନ ପ୍ରସାଧନ ସାମଗ୍ରୀ । ରଜ ୩ ଦିନ କିଏ କେଉଁ ଢଙ୍ଗରେ ପାଳିବେ ସେଥିପାଇଁ ସରିଲାଣି ଯୋଜନା । ଖାଲି ସେତିକି ନୁହେଁ ରଜ ପାନ ବିକ୍ରି ହେବା ପାଇଁ ବିଭିନ୍ନ ଛକରେ ଅସ୍ଥାୟୀ ଟେଣ୍ଟ୍‌ ବନ୍ଧା ହେଲାଣି । ଅନେକ ଦୋକାନୀ ପିଠା ପାଇଁ ଆଗୁଆ ବୁକିଂ ନେବା ମଧ୍ୟ ଆରମ୍ଭ କରିଦେଲେଣି । ରଜ ପାଇଁ ସପିଙ୍ଗ୍‌ ମଲ୍‌ଠାରୁ ଆରମ୍ଭ କରି ଛୋଟ ବଡ଼ ଦୋକାନରେ କିଣାକିଣି ପାଇଁ ଝିଅମାନଙ୍କ ଗହଳି ଜମୁଛି । ଗ୍ରାହକମାନଙ୍କୁ ଆକର୍ଷିତ କରିବା ଲାଗି ବିଭିନ୍ନ ମଲ୍‌, ଅଳଙ୍କାର ଦୋକାନରେ ସୁନ୍ଦର ସାଜସଜ୍ଜା ସହିତ ଦୋଳି ବନ୍ଧା ହୋଇଛି ।

ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ… । “ରଜ ଦୋଳି କଟମଟ, ମୋ ଭାଇ ମୁଣ୍ଡରେ ସୁନା ମୁକୁଟ ଲୋ ଦିଶୁଥାଇ ଝଟ ଝଟ… । ରଜ ଦୋଳି ଝୁଲିଲାଣି ଖେଳିବାକୁ ଯିବା ସାଙ୍ଗ ଭଉଣୀ ବଉଳ ଲୋ… । ଆଦି ନାନା ଗୀତ ଭାସିଆସେ ଗାଁ ଆମ୍ବତୋଟରୁ । ଯାହା ଶୁଣି ମନରେ ଆନନ୍ଦ ଉଲ୍ଲାସର ଲହରି ଖେଳିଯାଏ । ଛୋଟଠୁ ନେଇ ବଡ଼ ସଭିଏଁ ମଜିଯାଆନ୍ତି ରଜ ମଉଜରେ । ଗୀତର ତାଳେ ତାଳେ ମିଠାପାନ ଓ ପିଠା ଖାଇ ସଭିଁଏ ପାଳନ୍ତି ପର୍ବ । ପାଦରେ ଅଳତା, ହାତରେ ମେହେନ୍ଦି ଓ ଗଭାରେ ଗଜରା ଲଗାଇ ଝିଅମାନେ ଖେଳନ୍ତି ଦୋଳି । ଏହା ଝିଅମାନଙ୍କ ପର୍ବ କୁହାଯାଉଥିଲେ ହେଁ, ଏହାକୁ ସବୁ ବର୍ଗର ଲୋକେ ପାଳନ କିରନ୍ତି । ଏହାକୁ ଗଣପର୍ବ ବୋଲି ମଧ୍ୟ କୁହାଯାଏ ।
ରଜରେ ନିଜକୁ ଟିକେ ଆହୁରି ସୁନ୍ଦର କରିବା ପାଇଁ ଝିଅମାନଙ୍କ ଗହଳି ଲାଗୁଛି ପାର୍ଲରେ । କିଏ ଫେସିଆଲ ହେବାକୁ ଯାଉଛନ୍ତି ତ କିଏ ବ୍ଲିଚ୍‌ କରିବାକୁ ତ କିଏ ହେୟାର ସ୍ମୁଦ୍‌ନିଂ । ସେଥିପାଇଁ ପାର୍ଲରେ ମିଳୁଛି ଅଫର । କେଉଁ ପାର୍ଲର ୧୫ ପ୍ରତିଶତ ରିହାତି ଦେଉଛନ୍ତି ତ କେଉଁଠି ୩୦ ପ୍ରତିଶତ । ଏହି ସୁଯୋଗକୁ ହାତଛଡ଼ା ନ କରିବା ପାଇଁ ଝିଅମାନେ ସାଙ୍ଗସାଥୀ ଧରି ପାର୍ଲରେ ପହଞ୍ଚୁଛନ୍ତି ।
ରଜରେ ସମସ୍ତେ ପାନ ଖଣ୍ଡିଏ ଖାଇଥାନ୍ତି । ପାନ କେବଳ ଏକ ପତ୍ର ନୁହେଁ ଏହା ହେଉଛି ଏକ ପରମ୍ପରା । ଯାହାର ଆଦର ରଜ ୩ ଦିନରେ ବେଶ୍‌ ଅଧିକ । ରଜ ଆସିଲେ ପାନ ଦୋକାନୀଙ୍କ ବେପାରରେ ଭଲ ହୋଇଥାଏ । ଚଳିତ ବର୍ଷ ରଜରେ ସବୁଠାରୁ ଅଧିକ ଚାହିଦାରେ ରହିଛି ହର୍ବାଲ ଓ ଆୟୁର୍ବେଦିକ୍‌ ପାନ । ଯେଉଁଥିରେ ଦେହକୁ ସୁସ୍ଥ ରଖିବାରେ ସାହାଯ୍ୟ କରୁଥିବା ବିଭିନ୍ନ ଜଡ଼ିବୁଟି ପିପଳି, ଅଁଳା, ଅଦା, ପୋଦିନାଗୁଣ୍ଡ, ଲବଙ୍ଗ…..ଆଦି ବିଭିନ୍ନ ପ୍ରକାର ମସଲା ଦିଆଯାଇଥାଏ । ଚଳିତ ବର୍ଷ ରଜରେ ‘ଡାଇଜେଷ୍ଟିଭ୍‌’ ପାନ ସାଜିବ ମୁଖ୍ୟ ଆକର୍ଷଣ । ସେହିପରି ହ୍ୱାଇଟ୍‌ ଚକ୍‌ଲେଟ୍‌ ପାନ, ଡାର୍କ ଚକୋଲେଟ୍‌ ପାନ, ମ୍ୟାଙ୍ଗୋ ପାନ, ଗୁପ୍‌ଚୁପ୍‌ ପାନ, ପାଇନ୍‌ଆପୁଲ ପାନ, ଲଡ୍ଡୁ ପାନ, ମିଠା ପାନ, ଆୟୁର୍ବେଦିକ୍‌ ପାନ, ମହାରାଜା ପାନ, ଶତରଙ୍ଗୀ ପାନ ଓ ଫାୟାର ପାନ ଭଳି ୧୦୦ରୁ ଅଧିକ ପ୍ରକାରର ପାନ ମିଳୁଛି । ଏହି ପାନର ମୂଲ୍ୟ ୨୦ ଟଙ୍କାରୁ ଆରମ୍ଭ ହୋଇ ହଜାରେ ଟଙ୍କା ପର୍ୟ୍ୟନ୍ତ ।

​​​​​ସେହିଭଳି ଛୋଟପିଲାମାନଙ୍କ ପାଇଁ କିଟ୍‌କାଟ୍‌ ପାନ, ଚୋକୋଚିପ୍‌ ପାନ, ଡେରିମିଲ୍କ ପାନ ରହିଛି । ବିଶେଷକରି କର୍ପୋରେଟ୍‌ ସେକ୍ଟର ଓ ସରକାରୀ କ୍ଷେତ୍ରରେ କାମ କରୁଥିବା ଲୋକମାନଙ୍କ ପାଇଁ ସ୍ୱତନ୍ତ୍ର ଭାବେ ପ୍ୟାକିଙ୍ଗ୍‌ ହୋଇଥିବା ପାନର ବରାଦି ମଧ୍ୟ ରହୁଛି । ଯାହର ମୂଲ୍ୟ ୨୦୦ ଟଙ୍କାରୁ ଆରମ୍ଭ ହୋଇ ୫ ହଜାର ଟଙ୍କା ପର୍ୟ୍ୟନ୍ତ ରହିଛି । ଏପରିକି ଏହି ପାନଗୁଡ଼ିକୁ ଅନଲାଇନ୍‌ରେ ମଧ୍ୟ ଅଡର କରିହେଉଛି । ସହିଦନଗରରେ ଥିବା ବନାରସୀ ପାନ ଭଣ୍ଡାର ଦୋକାନୀ ରମାକାନ୍ତ ସେନାପତି କୁହନ୍ତି, ପ୍ରତ୍ୟେକ ବର୍ଷ ରଜ ଆସିଲାକ୍ଷଣି ଲୋକମାନେ ଖଣ୍ଡେ ହେଉ ପଛେ ପାନ ଖାଇବାକୁ ପସନ୍ଦ କରନ୍ତି । ଛୋଟ ପିଲାମାନେ ମଧ୍ୟ ଏଥିରୁ ବାଦ୍‌ ପଡ଼ନ୍ତି ନାହିଁ । ତେଣୁ ଛୋଟ ପିଲାମାନଙ୍କ ନିମନ୍ତେ ପାନ ମଧ୍ୟ ରଖିଛୁ । ବିଭିନ୍ନ କର୍ପୋରେଟ୍‌ ଅଫିସ୍‌ରୁ ପାନର ବରାଦି ଆସିସାରିଲାଣି ।

  • Related Posts

    ଚାକିରୀ ପାଇଁ : ଖାଲି ପାଦରେ ଶାଢ଼ୀ ପିନ୍ଧି ୧୬୦୦ ମିଟର ଦୌଡିଲେ ବିଧବା

    ସୋସିଆଲ ମିଡିଆରେ ଆଜି ଗୋଟିଏ ଭିଡିଓ ଖୁବ୍‌ ଭାଇରାଲ ହୋଇଛି । ପିନ୍ଧାଶାଢ଼ୀକୁ ଅଣ୍ଟାରେ ଖୋସି ଖାଲି ପାଦରେ ୮ ମିନିଟ୍‌ରେ ସେ ଦୌଡିଛନ୍ତି ୧୬୦୦ ମିଟର । କେବଳ ନିଜର ପେଟପାଟଣା ପାଇଁ । ଝାଡଖଣ୍ଡର ଜଣେ ବିଧବା ମହିଳା…

    Continue reading
    ରିଲିଜ୍‌ର ଦିନକ ପୂର୍ବରୁ ଦର୍ଶକ ଦେଖିପାରିବେ ‘ରାମାୟଣ’ ସିନେମା

    ଭାରତରେ ‘ରାମାୟଣ ପାର୍ଟ ୧’ର ଅଫିସିଆଲ୍‌ ରିଲିଜ୍‌ ନଭେମ୍ବର ୫ରେ ହେବ ଜଣାପଡ଼ିଥିବା ବେଳେ, ଦର୍ଶକ କିନ୍ତୁ ପେଡ୍‌ ପ୍ରିଭ୍ୟୁ ଜରିରଆରେ ନଭେମ୍ବର ୪ ତାରିଖ ବୁଧବାର ଠାରୁ ଏହି ସିନେମା ଦେଖିବାକୁ ପାଇବେ । ଅର୍ଥାତ୍‌ ଦର୍ଶକମାନେ ଟିକେଟ୍‌ ବୁକ୍‌…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ