ଓରମାସ ପକ୍ଷରୁ “ମ୍ୟାଙ୍ଗୋ ଫେଷ୍ଟିଭାଲ-୨୦୨୬”

ଭୁବନେଶ୍ୱର: ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ଅଧୀନସ୍ଥ ଓଡ଼ିଶା ଗ୍ରାମୀଣ ବିକାଶ ଏବଂ ମାର୍କେଟିଂ ସୋସାଇଟି (ଓରମାସ) ପକ୍ଷରୁ ଆୟୋଜିତ “ମ୍ୟାଙ୍ଗୋ ଫେଷ୍ଟିଭାଲ-୨୦୨୬”ର ଆଜି ଭୁବନେଶ୍ୱରସ୍ଥିତ ନନ୍ଦନକାନନ ରୋଡ୍, ଶିଶୁ ବିହାର, ପଟିଆଠାରେ ଉଦ୍ଘାଟନ ହୋଇଯାଇଛି। ଗ୍ରାମ୍ୟ ଉନ୍ନୟନ ତଥା ପଞ୍ଚାୟତିରାଜ ଓ ପାନୀୟ ଜଳ ମନ୍ତ୍ରୀ ଶ୍ରୀ ରବି ନାରାୟଣ ନାଏକ ଏହି ଉତ୍ସବର ଶୁଭାରମ୍ଭ କରିଥିଲେ।ରାଜ୍ୟର ଆମ୍ବ ଚାଷୀମାନଙ୍କୁ ସିଧାସଳଖ ବଜାର ସୁବିଧା ଯୋଗାଇବା ସହ ପ୍ରାକୃତିକ ଭାବେ ପାଚିଥିବା ଆମ୍ବକୁ ପ୍ରୋତ୍ସାହନ ଦେବା ଉଦ୍ଦେଶ୍ୟରେ ଏହି ମହୋତ୍ସବ ଆୟୋଜନ କରାଯାଇଛି। ଏହା ମାଧ୍ୟମରେ ଚାଷୀମାନେ ସିଧାସଳଖ ଗ୍ରାହକଙ୍କୁ ବିକ୍ରୟ କରି ନିଜ ଉତ୍ପାଦର ଉଚିତ ମୂଲ୍ୟ ପାଇପାରିବେ।

ଭୁବନେଶ୍ୱରର ଚାରିଟି ସ୍ଥାନରେ ଏହି ମ୍ୟାଙ୍ଗୋ ଫେଷ୍ଟିଭାଲ ଆୟୋଜିତ ହେଉଛି। ଏସ୍.ଆଇ.ଆର୍.ଡି. କ୍ୟାମ୍ପସ ସମ୍ମୁଖ, ସହିଦ ନଗର ଦୁର୍ଗା ମଣ୍ଡପ, ପୋଖରିପୁଟସ୍ଥିତ ମଧୁସୂଦନ ପାର୍କ ସମ୍ମୁଖ ଏବଂ ନନ୍ଦନକାନନ ରୋଡ୍, ଶିଶୁ ବିହାର, ପଟିଆରେ ଏହି ବିକ୍ରୟ କେନ୍ଦ୍ରଗୁଡ଼ିକ ଖୋଲାଯାଇଛି। ରାଜଧାନୀ ବ୍ୟତୀତ ଅନୁଗୁଳ, ବଲାଙ୍ଗୀର, ବାଲେଶ୍ୱର, ଏବଂ ସୁନ୍ଦରଗଡ଼ ପରି ରାଜ୍ୟର ୧୮ ଜିଲ୍ଲାରେ ମଧ୍ୟ ଓରମାସ ପକ୍ଷରୁ ମ୍ୟାଙ୍ଗୋ ଫେଷ୍ଟିଭାଲ ଆୟୋଜନ କରାଯାଉଛି, ଯାହା ଚାଷୀ ଓ ଗ୍ରାହକଙ୍କ ମଧ୍ୟରେ ସିଧାସଳଖ ବଜାର ସଂଯୋଗ ସୃଷ୍ଟି କରୁଛି। ଭୁବନେଶ୍ୱରର ବିଭିନ୍ନ ଅଞ୍ଚଳରେ ପହଞ୍ଚିବା ପାଇଁ ଦୁଇଟି “ମ୍ୟାଙ୍ଗୋ ଅନ୍ ହ୍ୱିଲ୍ସ” ନାମକ ବିକ୍ରି ଗାଡିର ସୁବିଧା ମଧ୍ୟ ଆରମ୍ଭ କରାଯାଇଛି, ଯାହା ନିର୍ଦ୍ଧାରିତ ରାସ୍ତାରେ ବୁଲି ଗ୍ରାହକଙ୍କ ନିକଟରେ ସତେଜ ଆମ୍ବ ପହଞ୍ଚାଇପାରିବ ।

ଏହି ମହୋତ୍ସବରେ ଓଡ଼ିଶାର ୧୬ଟି ଜିଲ୍ଲାରୁ ସଂଗ୍ରହ କରାଯାଇଥିବା ବିଭିନ୍ନ ପ୍ରଜାତିର ଉନ୍ନତମାନର ଆମ୍ବ ଉପଲବ୍ଧ ରହିଛି। ଆମ୍ରପାଲି, ଦଶେରୀ, ଲାଲ ସୁନ୍ଦରୀ, ହିମସାଗର, ମଲ୍ଲିକା, ତୋତାପୁରୀ, ବମ୍ବେ ଗ୍ରୀନ୍, ଲାଙ୍ଗରା ଏବଂ ବଙ୍ଗନପାଲି ସମେତ ବିଭିନ୍ନ ଲୋକପ୍ରିୟ କିସମର ଆମ୍ବ ଏଠାରେ ବିକ୍ରୟ କରାଯାଉଛି।

ଓରମାସ ପକ୍ଷରୁ ଆୟୋଜିତ ଏହି ମ୍ୟାଙ୍ଗୋ ଫେଷ୍ଟିଭାଲ ଚାଷୀ ଓ ଗ୍ରାହକଙ୍କ ମଧ୍ୟରେ ସେତୁ ଭାବେ କାର୍ଯ୍ୟ କରି ଓଡ଼ିଶାର ବିଭିନ୍ନ ପ୍ରଜାତିର ଆମ୍ବକୁ ଅଧିକ ଲୋକପ୍ରିୟ କରିବ ବୋଲି ମାନ୍ୟବର ମନ୍ତ୍ରୀ ଦୃଢୋକ୍ତି ପ୍ରକାଶ କରିଥିଲେ। ଏହି ଉଦ୍ଘାଟନୀ ଉତ୍ସବରେ ଓରମାସ ଅତିରିକ୍ତ କାର୍ଯ୍ୟ ନିର୍ବାହୀ ଅଧିକାରୀ (ଅର୍ଥ) ଶ୍ରୀ ସଞ୍ଜୀବ କୁମାର ସିଂହଙ୍କ ସମେତ ବିଭାଗର ବହୁ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ ।

“ମ୍ୟାଙ୍ଗୋ ଫେଷ୍ଟିଭାଲ-୨୦୨୬” ଆସନ୍ତା ଜୁନ ୧୦ ତାରିଖ ପର୍ଯ୍ୟନ୍ତ ଚାଲିବ। ଓରମାସ ପକ୍ଷରୁ ସମସ୍ତ ନାଗରିକଙ୍କୁ ଏହି ମହୋତ୍ସବ ପରିଦର୍ଶନ କରି ଓଡ଼ିଶାର ଚାଷୀମାନଙ୍କୁ ପ୍ରୋତ୍ସାହନ ଦେବା ସହ ବିଭିନ୍ନ ପ୍ରଜାତିର ଉତ୍ତମମାନର ଆମ୍ବ କ୍ରୟ କରିବାକୁ ଆହ୍ୱାନ କରାଯାଇଛି।

  • Related Posts

    ପ୍ରଶ୍ନପତ୍ର ଲିକ୍ ଘଟଣା: ଏମ୍‌କେସିଜିରେ ପହଞ୍ଚିଲା ସ୍ୱାସ୍ଥ୍ୟ ବିଭାଗର ଉଚ୍ଚସ୍ତରୀୟ ଟିମ୍

    ଏମ୍‌କେସିଜି ମେଡିକାଲ କଲେଜରେ ମେଡିକାଲ ପିଜି ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ମାମଲା । ଘଟଣାର ତଦନ୍ତ କରିବା ପାଇଁ ଆଜି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଏକ ୩ ଜଣିଆ ସ୍ୱତନ୍ତ୍ର ଟିମ୍ ଏମ୍‌କେସିଜି ମେଡିକାଲ କଲେଜରେ ପହଞ୍ଚିଛନ୍ତି…

    Continue reading
    ପ୍ରଥମ ଶ୍ରେଣୀ ସାହିତ୍ୟ ବହିରେ ଗୁରୁତର ତ୍ରୁଟି

    ଭୁବନେଶ୍ବର,: ପ୍ରଥମ ଶ୍ରେଣୀ ସାହିତ୍ୟ ବହିରେ ଗୁରୁତର ତ୍ରୁଟି । ଝୁଲଣା-୧ବହିରେ ‘ଅ’ ବଦଳରେ ‘ଚ’ରୁ ଆରମ୍ଭ ହୋଇଛି ବର୍ଣ୍ଣମାଳା । ସେହିପରି ‘ବନ୍ଦେ ଉତ୍କଳ ଜନନୀ’ରେ ବି ଭୁଲ୍ । ଜାତୀୟ ସଙ୍ଗୀତରେ ବି ଗୁରୁତର ତ୍ରୁଟି ଦେଖାଦେଇଛି ।…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ