ମୁମ୍ବାଇ: ଆମେରିକା ଓ ଏସିଆର ବିଭିନ୍ନ ଦେଶରେ ସେୟାର କାରବାର ଉତ୍ସାହଜନକ ରହିବା ପ୍ରଭାବରେ ମଙ୍ଗଳବାର ଭାରତର ଦୁଇ ଷ୍ଟକ୍ ବଜାରରେ ଭଲ କାରବାର ହୋଇଥିଲା। ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜର ସେନ୍ସେକ୍ସ ୭୫୩ ପଏଣ୍ଟ ବୃଦ୍ଧି ପାଇ ୭୯,୨୭୩ ପଏଣ୍ଟ୍ରେ ବନ୍ଦ ହୋଇଥିଲା। ସେହିପରି ନ୍ୟାସନାଲ୍ ଷ୍ଟକ୍ ଏକ୍ସଚେଞ୍ଜର ନିଫ୍ଟି ୨୧୨ ପଏଣ୍ଟ୍ ବୃଦ୍ଧି ସହ ୨୪,୫୭୭ ପଏଣ୍ଟ୍ରେ ବନ୍ଦ ହୋଇଛି। ଆଜି ଏଫ୍ଏମ୍ସିଜି ଓ ରିଅଲ ଇଷ୍ଟେଟ୍ କ୍ଷେତ୍ରର ସେୟାରକୁ ନିବେଶକମାନେ ଅଧିକ ସଂଖ୍ୟାରେ କିଣିଥିଲେ ଓ ଫାର୍ମା କ୍ଷେତ୍ରର ସେୟାରଗୁଡ଼ିକୁ ବିକ୍ରି କରିଥିଲେ। ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ମୂଲ୍ୟରେ ହ୍ରାସ ପାଇଁ ସାରା ବିଶ୍ବର ସେୟାର ବଜାର କାରବାରରେ ଉତ୍ସାହ ଫେରିଛି। ଭାରତରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍, ଏଚ୍ଡିଏଫ୍ସି ବ୍ୟାଙ୍କ ଓ ଆଇସିଆଇସିଆଇ ବ୍ୟାଙ୍କ ଭଳି ପ୍ରମୁଖ ସଂସ୍ଥାର ସେୟାରକୁ ନିବେଶକମାନେ ଅଧିକ କିଣିଥିଲେ। ଆମେରିକୀୟ ବଣ୍ଡ୍ର ୟିଲ୍ଡ ହ୍ରାସ ପାଇଥିବାରୁ ବିଦେଶୀ ନିବେଶକମାନଙ୍କ ପାଇଁ ଭାରତୀୟ ବଜାର ପୁଣି ଥରେ ଆକର୍ଷଣୀୟ ହୋଇପାରିଛି। ତେଣୁ ସେମାନେ ଭାରତରେ ପୁନର୍ବାର ନିବେଶ କରିବେ ବୋଲି ଆଶା କରାଯାଉଛି। ଚଳିତ ବର୍ଷ ବର୍ତ୍ତମାନ ସୁଦ୍ଧା ସେମାନେ ୧.୮ ଲକ୍ଷ କୋଟି ଟଙ୍କାରୁ ଅଧିକ ପାଣ୍ଠି ପ୍ରତ୍ୟାହାର କରିସାରିଛନ୍ତି।
ନୂଅ ଦଳ ଗଠନ ନେଇ ଘୋଷଣା କଲେ ଆନ୍ନାମଲାଇ:ନାମ ‘ଆମେ ନେତା’
ନୂଆଦିଲ୍ଲୀ: ତାମିଲନାଡୁ ଭାଜପାର ପୂର୍ବତନ ରାଜ୍ୟ ସଭାପତି କେ. ଆନ୍ନାମଲାଇ ଶୁକ୍ରବାର (ଜୁନ ୫) ଭାରତୀୟ ଜନତା ପାର୍ଟିରୁ ଇସ୍ତଫା ଘୋଷଣା କରିବା ସହିତ ଏକ ନୂତନ ରାଜନୈତିକ ଯାତ୍ରା ଆରମ୍ଭ ଘୋଷଣା କରିଛନ୍ତି। ସେ କହିଛନ୍ତି ଯେ ସେ ଏକ…

