ସୌମ୍ୟ ହତ୍ୟା: ଆଜି ଅପରାଧସ୍ଥଳକୁ ଯିବ ଏନ୍ଏଚ୍ଆରସି ଟିମ୍‌

ଭୁବନେଶ୍ୱର: ବହୁଚର୍ଚ୍ଚିତ କନଷ୍ଟେବଳ ସୌମ୍ୟରଞ୍ଜନ ସ୍ୱାଇଁ ହତ୍ୟା ମାମଲାରେ ଜାତୀୟ ମାନବାଧିକାର ଆୟୋଗ (ଏନ୍ଏଚ୍ଆରସି) ର ତଦନ୍ତକାରୀ ଟିମ୍ ଜୋର୍‌ଦାର୍ ତଦନ୍ତ ଆରମ୍ଭ କରିଛି । ଓଡିଶା କ୍ରାଇମ୍‌ବ୍ରାଞ୍ଚର ତଦନ୍ତକାରୀ ଅଧିକାରୀଙ୍କଠାରୁ ମାମଲା ସମ୍ପର୍କୀତ ସମସ୍ତ ତଥ୍ୟ ନେଇଛନ୍ତି । କ୍ରାଇମ୍‌ବ୍ରାଞ୍ଚ ତଦନ୍ତ କେତେବାଟ ଯାଇଛି? କେଉଁ କାର୍ଯ୍ୟାନୁଷ୍ଠାନ ନିଆଯାଇଛି? କେତେଜଣ ଗିରଫ ହେଲେଣି? କେତେ ଫେରାର୍ ଅଛନ୍ତି? ସେସବୁର ବିସ୍ତୃତ ତଥ୍ୟ ସଂଗ୍ରହ କରିଛି ଟିମ୍ । ଆଜି ବାଲିଅନ୍ତାର ଅପରାଧସ୍ଥଳ ସହ ସୌମ୍ୟଙ୍କ ଗାଁକୁ ଯାଇ ପରିବାର ଲୋକଙ୍କୁ ପଚରାଉଚରା କରିପାରେ ଟିମ୍ ।
ସୋମବାର ମଧ୍ୟାହ୍ନରେ ଏନ୍ଏଚ୍ଆରସି ସଦସ୍ୟ ରାଜେଦ୍ର ସିଂ ଓ ଅବିନାଶ କୁମାର ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚି ରାଜ୍ୟ ଅତିଥି ଭବନକୁ ଯାଇଥିଲେ । ସେଠାରେ କ୍ୟାମ୍ପ କୋର୍ଟ ଲଗାଇ ତଦନ୍ତ ପ୍ରକ୍ରିୟା ଆରମ୍ଭ କରିଛନ୍ତି । ତତ୍କାଳୀନ ବାଲିଅନ୍ତା ଥାନା ଆଇଆଇସି ଅନିଲ୍ ପରିଡ଼ାଙ୍କୁ ଜେରା କରିଛି ଏନ୍ଏଚ୍ଆର୍‌ସି ଟିମ୍ । ମେ ୭’ ତାରିଖରେ ବର୍ବରକାଣ୍ଡର ପୁରା ଘଟଣାବଳୀ ପଚାରି ବୁଝିଛନ୍ତି । ଭିଡ଼ ହିଂସା କେମିତି ଘଟିଲା? ପୁଲିସ କେତେବେଳେ ପହଞ୍ଚିଥିଲା? ଭିଡ଼ ହିଂସାକୁ ରୋକିବାରେ ପୁଲିସ କାହିଁକି ବିଫଳ ହେଲା? ପୁଲିସ ଉପସ୍ଥିତିରେ ଲୋକମାନେ ସୌମ୍ୟଙ୍କୁ କାହିଁକି ପିଟିଲେ? ୨ ତଦନ୍ତକାରୀ ଅଧିକାରୀ ଅନିଲଙ୍କଠାରୁ ଏସବୁ ପ୍ରଶ୍ନର ଉତ୍ତର ଖୋଜିଥିଲେ ।ଅପରାହ୍ଣରେ କ୍ରାଇମବ୍ରାଞ୍ଚ ଏସପି ଅନିରୁଦ୍ଧ ରାଉତରାୟ ଓ ଡିଏସପି ରତ୍ନପ୍ରଭା ଶତପଥୀ ଅତିଥି ଭବନରେ ହାଜର ହୋଇ ତଥ୍ୟ ରଖିଛନ୍ତି । ଏଯାବତ ତଦନ୍ତରେ କ’ଣ ଦିଗ ସବୁ ସ୍ପଷ୍ଟ ହୋଇଛି, ତା’ର ବିସ୍ତୁତ ବିବରଣୀ ଏନ୍ଏଚ୍ଆରସିଙ୍କୁ ଦେଇଥିଲେ । ମେଡିକାଲ ରିପୋର୍ଟ ଓ ଇନଭେଷ୍ଟିଗେସନ ରିପୋର୍ଟ ସହ ପ୍ରତ୍ୟକ୍ଷଦର୍ଶୀ ପ୍ରମାଣ ଓ ତଥ୍ୟ ସବୁ କିଛି ଫାଇଲ ସହ ଏନ୍ଏଚଆରସି ନିକଟରେ ତଥ୍ୟ ରଖିଛନ୍ତି ।

ରେଲୱେ ଏସପି ଭବାନୀ ଶଙ୍କର ଉଦ୍‌ଗାତା ଓ ଜିଆରପି ରିଜର୍ଭ ଇନ୍ସପେକ୍ଟର ମଧ୍ୟ ଅତିଥି ଭବନରେ ହାଜର ହୋଇଛନ୍ତି । ସୌମ୍ୟଙ୍କ ଚାକିରି କାଳର ସବିଶେଷ ତଥ୍ୟ ସହ ତାଙ୍କ ଅନୁପସ୍ଥିତିର କାରଣ ମଧ୍ୟ ବଖାଣିଛନ୍ତି । ସୌମ୍ୟଙ୍କୁ କେବେଠାରୁ କାହିଁକି ସସପେଣ୍ଡ କରାଯାଇଥିଲା? ଟିମ୍ ତାହା ତନାଘନା କରୁଛି । ଆଗକୁ ପୁଲିସ କମିଶନର, ଭୁବନେଶ୍ୱର ୟୁପିଡି ଡିସିପି, ଅପରାଧସ୍ଥଳରେ ଉପସ୍ଥିତ ଥିବା ପୁଲିସ ଅଧିକାରୀମାନେ ଜେରା ହେବେ ।

  • Related Posts

    ଜୀବନ ଜ୍ୟୋତି ମହାବିଦ୍ୟାଳୟରେ ନବୀକରଣ ଓ ନୂତନ ଉଦ୍ୟୋଗ ପ୍ରତିଯୋଗିତା

    ରାଇକିଆ: ରାଇକିଆ ସ୍ଥିତ ଜୀବନ ଜ୍ୟୋତି ମହାବିଦ୍ୟାଳୟ ପରିସରରେ ନବୀକରଣ ଓ ନୂତନ ଉଦ୍ୟୋଗ ପ୍ରଶିକ୍ଷଣ ତଥା ପ୍ରତିଯୋଗିତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ମହାବିଦ୍ୟାଳୟ ଅଧ୍ୟକ୍ଷ ଉମାକାନ୍ତ ରଥଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଛାତ୍ରୀଛାତ୍ରମାନେ ନିଜସ୍ୱ ଉଦ୍ଭାବନ ଓ ନୂତନ…

    Continue reading
    ପାରାଦୀପ ବନ୍ଦରରେ ଜାହାଜ ଆରେଷ୍ଟ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ

    କଟକ: ଏକ ଜାହାଜକୁ ଆରେଷ୍ଟ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ସାମୁଦ୍ରିକ ବିବାଦ ସଂପର୍କିତ ଏକ ମାମଲାର ଶୁଣାଣି କରି ହାଇକୋର୍ଟ ଏପରି ନିର୍ଦ୍ଦେଶ ଦେଇଛନ୍ତି। ବ୍ୟାବସାୟିକ ବିବା‌ଦକୁ ନେଇ ବୋଇଲରମ୍ୟାନ ଲିମିଟେଡ ପକ୍ଷରୁ ଦାୟର ଆବେଦନର ହାଇକୋର୍ଟ ଶୁଣାଣି କରି…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ