ହିନ୍ଦୁ ମନ୍ଦିରରେ ଟଙ୍କା ନେଇ ଦର୍ଶନ ସମ୍ପୂର୍ଣ୍ଣ ଭୁଲ୍: ମାଡ୍ରାସ ହାଇକୋର୍ଟ

ଚେନ୍ନାଇ: ହିନ୍ଦୁ ମନ୍ଦିରରେ ଟଙ୍କା ନେଇ ଭିଆଇପି ଦର୍ଶନ କରାଯିବା ବ୍ୟବସ୍ଥା ସମ୍ପୂର୍ଣ୍ଣ ଭୁଲ ଓ ଭେଦଭାବପୂର୍ଣ୍ଣ । ମସ୍‌ଜିଦ କିମ୍ବା ଚର୍ଚ୍ଚରେ ଏଭଳି କୌଣସି ପ୍ରଥା ପ୍ରଚଳିତ ହୁଏ ନାହିଁ ବୋଲି ମାଡ୍ରାସ ହାଇକୋର୍ଟ ଟିପ୍ପଣୀ କରିଛନ୍ତି । ତାମିଲନାଡୁର ସୁବ୍ରମଣିୟ ସ୍ୱାମୀ ମନ୍ଦିରରେ ଭିଆଇପି ଦର୍ଶନ ଓ ସ୍ୱତନ୍ତ୍ର ଦର୍ଶନ ବ୍ୟବସ୍ଥାକୁ ରଦ୍ଦ କରିବା ଲାଗି ଆଗତ ଏକ ପିଟିସନ ଉପରେ ଶୁଣାଣି କରିବା ଅବସରରେ ବିଚାରପତି ଜି.ଆର ସ୍ୱାମୀନାଥନ ଓ ବିଚାରପତି ଭି. ଲକ୍ଷ୍ମୀନାରାୟଣନଙ୍କୁ ନେଇ ଗଠିତ ଖଣ୍ଡପୀଠ ମୌଖିକ ଭାବେ ଏଭଳି ମନ୍ତବ୍ୟ ଦେଇଛନ୍ତି ।
ହାଇକୋର୍ଟ କହିଛନ୍ତି ଯେ ଭଗବାନଙ୍କ ପାଖରେ ସମସ୍ତେ ସମାନ । ମନ୍ତ୍ରୀ ଓ ଅନ୍ୟ ଭିଆଇପିଙ୍କ ଦର୍ଶନ ଯୋଗୁ ସାଧାରଣ ଲୋକମାନେ ହଇରାଣ ହେବା ଉଚିତ ନୁହେଁ । ମନ୍ତ୍ରୀ ଓ ବିଧାୟକମାନେ ଏକଥା ଭାବିବା ଉଚିତ ନୁହେଁ ଯେ ସେମାନେ ଯେତେବେଳେ ଚାହିଁବେ ମନ୍ଦିରକୁ ଯାଇ ଦର୍ଶନ କରିବେ ଏବଂ ଭଗବାନ ସେମାନଙ୍କ ପାଇଁ ଅପେକ୍ଷା କରିଥିବେ । ଭିଆଇପି ଦର୍ଶନର ଆବଶ୍ୟକତା କଣ? ଭଗବାନଙ୍କ ନିକଟରେ ସମସ୍ତେ ସମାନ । ଅତିରିକ୍ତ ଆଡଭୋକେଟ ଜେନେରାଲ ଜଣାଇଥିଲେ ଯେ ଧାଡିରେ ଭିଡ କମାଇବା ସହ ମନ୍ଦିର ନିମନ୍ତେ କିଛି ଅର୍ଥ ଉପାର୍ଜନ ଲାଗି ଭିଆଇପି ଓ ସ୍ୱତନ୍ତ୍ର ଦର୍ଶନ ବ୍ୟବସ୍ଥା କରାଯାଇଛି । କିଛିଦିନ ତଳେ ମନ୍ତ୍ରୀ ସିଟିଆର ନିର୍ମଳ କୁମାର ସୁବ୍ରମଣିୟ ସ୍ୱାମୀ ମନ୍ଦିରକୁ ଦର୍ଶନ ପାଇଁ ଯିବା ବେଳେ ସାଧାରଣ ଲୋକଙ୍କୁ ଅଟକାଇ ଦିଆଯାଇଥିଲା । ଯାହାକୁ ବିରୋଧ କରି ଏହି ପିଟିସନ ଫାଇଲ କରାଯାଇଛି । ଭିଏଚ୍ପି ଉତ୍ତର ତାମିଲନାଡୁ ସଭାପତି ପି. ଚୋକାଲିଙ୍ଗମ ଏହି ପିଟିସନ ଦାଖଲ କରିଛନ୍ତି । ସେଥିରେ ସେ ଦର୍ଶାଇଛନ୍ତି ଯେ ଜାତି, ସାମାଜିକ ପ୍ରତିଷ୍ଠା ଓ ଧନ ଆଧାରରେ ଭେଦଭାବକୁ ସନାତନ ଧର୍ମ ଅନୁମତି ଦିଏନାହିଁ । ମନ୍ଦିରକୁ ଦର୍ଶନ ନିମନ୍ତେ ଆସୁଥିବା ସବୁ ଶ୍ରଦ୍ଧାଳୁଙ୍କୁ ସମାନ ଭାବେ ବ୍ୟବହାର କରାଯିବା ଉଚିତ ।

  • Related Posts

    କେରଳମ୍ ଛୁଇଁଲା ମୌସୁମୀ ବାୟୁ

    କେରଳମ୍ ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ। ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଦିଆଯାଇଛି ଏହି ସୂଚନା। ସାଧାରଣତଃ ଜୁନ୍ ୧ ତାରିଖରେ ମୌସୁମୀ ବାୟୁ କେରଳମ୍ ଛୁଇଁଥାଏ। ଚଳିତ ବର୍ଷ ମେ’ ୨୬ ତାରିଖରେ ମୌସୁମୀ ବାୟୁ କେରଳମ୍ ଛୁଇଁବ ବୋଲି…

    Continue reading
    ଦିଲ୍ଲୀ ହୋଟେଲ ନିଆଁରେ ୨୧ ମୃତ

    ଦକ୍ଷିଣ ଦିଲ୍ଲୀର ମାଲବୀୟ ନଗରର ଗୋଟିଏ ହୋଟେଲରେ ଘଟିଥିବା ଭୟଙ୍କ ଅଗ୍ନିକାଣ୍ଡ ୨୧ ଜଣଙ୍କ ଜୀବନ ନେଇଛି। ସେହିପରି ୪୦ ଜଣଙ୍କୁ ଉଦ୍ଧାର କରାଯାଇଛି। ଅଗ୍ନିକାଣ୍ଡରେ ଆହତ ହୋଇଥିବା ୮ ଜଣ ଏବେ ଭେଣ୍ଟିଲେଟରରେ ଚିକିତ୍ସିତ ହେଉଛନ୍ତି। ମୃତାହତଙ୍କ ମଧ୍ୟରେ ରହିଛନ୍ତି…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ

    ବଢ଼ୁଛି ଉପଭୋକ୍ତାଙ୍କ ଭରସା, ବୃଦ୍ଧି ପାଉଛି ବିପିସିଏଲର ପିଏନ୍‌ଜି ସଂଯୋଗୀକରଣ

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ