ୟେମେନ ରାଷ୍ଟ୍ରପତି ଭବନ ଉପରେ ହୁତିର କ୍ଷେପଣାସ୍ତ୍ର ମାଡ଼

ସନା: ୟେମେନରେ ସଂଘର୍ଷ ଜୋରଦାର ହେବାରେ ଲାଗିଛି। ଆଦେନ ସହର ସ୍ଥିତ ରାଷ୍ଟ୍ରପତି ଭବନ ଉପରେ ହୁତି ବିଦ୍ରୋହୀ ଗୁରୁବାର ୫ ବାଲିଷ୍ଟିକ କ୍ଷେପଣାସ୍ତ୍ର ମାଡ଼ କରିଛନ୍ତି। ଏହି ଆକ୍ରମଣ ସମୟରେ ପ୍ରଧାନମନ୍ତ୍ରୀ ସାୟା ମୋହସେନ ଅଲ-ଜିନ୍ଦାନୀ ଓ ଅନେକ ମନ୍ତ୍ରୀ ରାଷ୍ଟ୍ରପତି ଭବନ ପରିସରରେ ଥିଲେ। ତେବେ ସମସ୍ତେ ସୁରକ୍ଷିତ ଅଛନ୍ତି। ସୂଚନା ମନ୍ତ୍ରଣାଳୟ ଅନୁଯାୟୀ, ଏହି ଆକ୍ରମଣରେ ୪ ଜଣଙ୍କ ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ ୨ ଜଣ ସୁରକ୍ଷାକର୍ମୀ ସାମିଲ ଅଛନ୍ତି। ହୁତି ବିଦ୍ରୋହୀ କହିଛନ୍ତି ଯେ ଆଦେନରେ ଥିବା ସାଉଦି ଆରବର ସାମରିକ ଅଭିଯାନ ମୁଖ୍ୟାଳୟକୁ ନିଶାଣ କରି ଆକ୍ରମଣ କରାଯାଇଛି। ଅସ୍ତ୍ରଶସ୍ତ୍ର ଗଚ୍ଛିତ ଥିବା ଏକ ଭଣ୍ଡାରକୁ ନିଶାଣ କରାଯାଇଥିଲା ବୋଲି ହୁତି ଗଣମାଧ୍ୟମ ଦାବି କରିଛି। ତେବେ ଏହା ସତ ନା ମିଛ ତାହା ଜଣାପଡ଼ି ନାହିଁ। ସୂଚନାଯୋଗ୍ୟ ଯେ ଆଦେନ ହେଉଛି ଅନ୍ତର୍ଜାତୀୟ ମାନ୍ୟତା ପ୍ରାପ୍ତ ୟେମେନ ସରକାରଙ୍କ ଅସ୍ଥାୟୀ ରାଜଧାନୀ। ଦେଶରେ ସରକାର ଓ ଇରାନ ସମର୍ଥିତ ହୁତି ବିଦ୍ରୋହୀଙ୍କ ମଧ୍ୟରେ ଦୀର୍ଘ ଦିନ ଧରି ସଂଘର୍ଷ ଜାରି ରହିଛି। ୟେମେନ ସରକାରଙ୍କୁ ସାଉଦି ଆରବ ସମର୍ଥନ ଦେଇ ହୁତିଙ୍କ ବିରୋଧରେ ଲଢ଼ିବାକୁ ଅସ୍ତ୍ରଶସ୍ତ୍ର ସହାୟତା କରୁଛି। ଅନ୍ୟପକ୍ଷରେ ହୁତି ବିଦ୍ରୋହୀଙ୍କୁ ଇରାନ ସମର୍ଥନ ଦେଉଥିବା ଅଭିଯୋଗ ହେଉଛି। ଏହି ଆକ୍ରମଣ ଦ୍ବାରା ସଂଘର୍ଷ ଆହୁରି ବୃଦ୍ଧି ପାଇବ ବୋଲି ଆଶଙ୍କା କରାଯାଉଛି। ଏହା ମଧ୍ୟରେ ଚୀନ ସହାୟତାରେ ହୁତି ବିଦ୍ରୋହୀ କ୍ଷେପଣାସ୍ତ୍ର ନିର୍ମାଣ କରୁଥିବା ନେଇ ବ୍ରିଟେନ୍‌ର ସଂସ୍ଥା କନ୍‌ଫ୍ଲିକ୍ଟ ଆର୍ମାମେଣ୍ଟ ରିସର୍ଚ୍ଚ (ସିଏଆର) ପକ୍ଷରୁ ରିପୋର୍ଟ ପ୍ରକାଶ ପାଇଛି। ଏଥିରେ କୁହାଯାଇଛି ଯେ ବିଦ୍ରୋହୀମାନେ ଇରାନରେ ଡିଜାଇନ୍ କରାଯାଇଥିବା ଖୈବର ଶିକାନ୍ କ୍ଷେପଣାସ୍ତ୍ର ଭଳି ଏକ କ୍ଷେପଣାସ୍ତ୍ର ପ୍ରସ୍ତୁତ କରିବାକୁ ଚାହୁଁଛନ୍ତି। ଏହି କ୍ଷେପଣାସ୍ତ୍ରର ଆକ୍ରମଣ କ୍ଷମତା ପ୍ରାୟ ୧,୫୦୦ କିମି। ହୁତି ଏହା ପ୍ରସ୍ତୁତ କରିବାରେ ସଫଳ ହେଲେ ସାଉଦି ଆରବ ସହିତ ଇସ୍ରାଏଲ୍‌କୁ ସହଜରେ ଆକ୍ରମଣ କରିପାରିବେ।

  • Related Posts

    ସାମ୍ବାଦିକଙ୍କ ପାଇଁ ଗାଇଡଲାଇନ ଜାରି

    ଆନ୍ଦୋଳନ ସମୟରେ ସାମ୍ବାଦିକଙ୍କ ସୁରକ୍ଷାକୁ ନେଇ ଚିନ୍ତା ପ୍ରକାଶ କରିଛି ପ୍ରେସ୍ କାଉନସିଲ୍ ଅଫ୍ ଇଣ୍ଡିଆ (ପିସିଆଇ)। ଏଭଳି ସମ୍ବେଦନଶୀଳ ପରିସ୍ଥିତିରେ ଖବର ସଂଗ୍ରହ କରୁଥିବା ସାମ୍ବାଦିକମାନେ କିପରି ନିଜର ସୁରକ୍ଷା ବଜାୟ ରଖିବେ, ବୃତ୍ତିଗତ ନିରପେକ୍ଷତା ଅବଲମ୍ବନ କରିବେ ଏବଂ…

    Continue reading
    ବୋନସ ଘୋଷଣା କଲେ କେନ୍ଦ୍ର ସରକାର

    ନୂଆଦିଲ୍ଲୀ: କେନ୍ଦ୍ର ସରକାର ୨୦୨୫-୨୬ ଆର୍ଥିକ ବର୍ଷ ପାଇଁ କେନ୍ଦ୍ରୀୟ କର୍ମଚାରୀଙ୍କୁ ୩୦ ଦିନର ‘ନନ-ପ୍ରଡକ୍ଟିଭିଟି ଲିଙ୍କଡ’ (ଆଡ-ହକ) ବୋନସ ପ୍ରଦାନ ପାଇଁ ଅନୁମୋଦନ ଦେଇଛନ୍ତି। ଏହି ବୋନସର ହିସାବ ମାସିକ ୭,୦୦୦ ଟଙ୍କାର ଦରମା ସୀମା ଆଧାରରେ କରାଯାଏ। ଅର୍ଥାତ୍‌…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ମୁଁ ବି ଖୁବ୍‌ଶୀଘ୍ର ପିତା ହେବି କହିଲେ ସଲମାନ୍‌ ଖାନ୍‌

    ବାପା ହେବେ ଅନୁଭବ, ଖୁସି ଖବର ଦେଲେ ଜାଗୃତି

    ବାପା ହେବେ ଅନୁଭବ, ଖୁସି ଖବର ଦେଲେ ଜାଗୃତି

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି