୨୦୨୫ ଶେଷ ସୁଦ୍ଧା ‘ବୀମା ସୁଗମ ପୋର୍ଟାଲ୍‌’

ନୂଆଦିଲ୍ଲୀ:ଭାରତର ବୀମା ନିୟାମକ ଓ ବିକାଶ ପ୍ରାଧିକରଣ (ଆଇଆର୍‌ଡିଏଆଇ) ୨୦୨୫ ଶେଷ ସୁଦ୍ଧା ‘ବୀମା ସୁଗମ ପୋର୍ଟାଲ୍‌’ ଉନ୍ମୋଚନ କରିବାକୁ ଯାଉଛି, ଯେଉଁଥିରେ ଜଣେ ବ୍ୟକ୍ତି ସମସ୍ତ ପ୍ରକାର ବୀମା ପଲିସିଗୁଡ଼ିକୁ ଗୋଟିଏ ସ୍ଥାନରେ କ୍ରୟ ଓ ପରିଚାଳନା କରିପାରିବେ। ତଥ୍ୟ ଚୋରି ବା ଠକେଇ ରୋକିବା ପାଇଁ କଠୋର ଗୋପନୀୟତା କବଚ ସହିତ ଏହି ପୋର୍ଟାଲ୍‌କୁ ଡିଜାଇନ୍‌ କରାଯାଉଛି। ଏହି ପୋର୍ଟାଲ୍‌ଟି ଇ-କମର୍ସ ୱେବ୍‌ସାଇଟ୍‌ ପରି କାମ କରିବ। ଉନ୍ମୋଚିତ ହେବା ପରେ ଗ୍ରାହକମାନେ ନିଜର ଆଧାର ବା ପାନ୍‌ କାର୍ଡ ବ୍ୟବହାର କରି ଏଥିରେ ଇଲୋକ୍ଟ୍ରୋନିକ ଇନ୍‌ସ୍ୟୁରାନ୍‌ସ (ଇ-ବୀମା) ଆକାଉଣ୍ଟ ଖୋଲିପାରିବେ। ଇ-ବୀମା ଆକାଉଣ୍ଟ ଖୋଲିବା ପରେ ଏଥିରେ ସମସ୍ତ ପ୍ରକାର ଜୀବନବୀମା, ସ୍ବାସ୍ଥ୍ୟବୀମା, ମୋଟରଗାଡ଼ି ତଥା ଅନ୍ୟାନ୍ୟ ବୀମା ପଲିସିଗୁଡ଼ିକୁ ସଂଯୁକ୍ତ କରିହେବ। ବୀମା ପଲିସି ଯେଉଁ କମ୍ପାନିର ହେଉ ନା କାହିଁକି ଗୋଟିଏ ଡ୍ୟାସ୍‌ବୋର୍ଡରେ ସବୁଥିର ସ୍ଥିତି ଯାଞ୍ଚ କରିହେବ। ପ୍ରତ୍ୟେକ ପଲିସିର ପ୍ରକାରଭେଦ, ଏକ୍‌ସପାଏରି ଡେଟ୍‌, ପ୍ରିମିଅମ୍ ପୈଠ ତାରିଖ, ଇନ୍‌ସୁରାନ୍ସ ମୂଲ୍ୟ ଓ କ୍ଲେମ୍‌ ଷ୍ଟାଟସ୍‌ ଗୋଟିଏ ସ୍ଥାନରେ ହିଁ ଦେଖିପାରିବେ। ‘ସୁଗମ ପୋର୍ଟାଲ୍‌’ରେ ହିଁ ଯେକୌଣସି ବୀମାର ନବୀକରଣ, ସ୍ଥାନାନ୍ତରଣ ଆଦି କାର୍ଯ୍ୟ ସମ୍ପାଦିତ ହେବ। ଏହି ପୋର୍ଟାଲ୍‌ର ପ୍ରାୟ ସମସ୍ତ କାର୍ଯ୍ୟ ଆଧାର ଓଟିପି ଓ ଡିଜିଲକର୍‌ ଜରିଆରେ ସଂପୂର୍ଣ୍ଣ ହୋଇପାରିବ। ସମସ୍ତ ଅନୁରୋଧ ସିଧାସଳଖ ଇନ୍‌ସୁରାନ୍ସ କମ୍ପାନି ପାଖକୁ ଚାଲିଯିବ, ଯାହା ଫଳରେ ସମୟ ଓ କାଗଜପତ୍ର ସଂଚୟ ହେବ। ବୀମା ସୁଗମ ପୋର୍ଟାଲ ବିଭିନ୍ନ ବୀମା ପଲିସି ଓ କମ୍ପାନି ମଧ୍ୟରେ ତୁଳନା କରିବାର ସୁବିଧା ମଧ୍ୟ ପ୍ରଦାନ କରିବ, ଯାହା ସାହାଯ୍ୟରେ ବ୍ୟବହାରକାରୀ ସୁଚାରୁ ରୂପେ ନୂଆ ବୀମା କିଣିପାରିବେ। ଏହି ପୋର୍ଟାଲ୍‌ ପ୍ରିମିଅମ୍ ଦେୟ ଇତିହାସ ଦେଖାଇବା ସହିତ ପୈଠ ହୋଇ ନଥିବା ଦେୟ ବାବଦରେ ମଧ୍ୟ ମନେ ପକାଇଦେବ।

  • Related Posts

    ବାପା ହେବେ ଅନୁଭବ, ଖୁସି ଖବର ଦେଲେ ଜାଗୃତି

    ଖୁବଶୀଘ୍ର ଓଲିଉଡ ସୁପରଷ୍ଟାର ଅନୁଭବ ମହାନ୍ତିଙ୍କ ଘରକୁ ଆସିବେ କୁନି ଅତିଥି । ମାଆ ହେବେ ଜାଗୃତି ଶୁକ୍ଲା । ବିବାହର ବର୍ଷେ ପରେ ଏହି ଦମ୍ପତି ଖୁସି ଖବର ଦେଇଛନ୍ତି । ନବରାତ୍ରୀର ପ୍ରଥମ ଦିନରେ ଏହି ଗୁଡ୍ ନ୍ୟୁଜ୍…

    Continue reading
    ବ୍ରଶ୍‌‌ କରିବା ପରେ ତୁରନ୍ତ ଖାଆନ୍ତୁ ନାହିଁ ନହେଲେ ଦୁର୍ବଳ ହେବ ଦାନ୍ତ

    ବ୍ରଶ୍‌‌ କରିବାର ତୁରନ୍ତ ପରେ ଲୋକେ କିଛି ନା କିଛି ଖାଇଥାଆନ୍ତି। ହୁଏତ ସଭିଏଁ ଜାଣିନଥିବେ ବ୍ରଶ୍‌‌ କରିବା ପରେ ତୁରନ୍ତ ଖାଇବା ଉଚିତ ନୁହେଁ। ଏପରି କରିବା ଦ୍ୱାରା ଦାନ୍ତ ମାଢି ଉପରେ କୁପ୍ରଭାବ ପଡିବା ସହ ଦାନ୍ତ ସହ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ବାପା ହେବେ ଅନୁଭବ, ଖୁସି ଖବର ଦେଲେ ଜାଗୃତି

    ବାପା ହେବେ ଅନୁଭବ, ଖୁସି ଖବର ଦେଲେ ଜାଗୃତି

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ