୪୭.୬ ଡିଗ୍ରୀ ଛୁଇଁଲା ଉତ୍ତର ପ୍ରଦେଶର ବାନ୍ଦା ଜିଲା

ଉତ୍ତର ପ୍ରଦେଶ:ଅସହ୍ୟ ତାତିରେ ଜଳୁଛି ଦେଶର ବିଭିନ୍ନ ରାଜ୍ୟ। ୪୭.୬ ଡିଗ୍ରୀ ସେଲସିୟସ୍ ଛୁଇଁଲା ଉତ୍ତର ପ୍ରଦେଶର ବାନ୍ଦା ଜିଲା। ଉତ୍ତର ପ୍ରଦେଶର ବୁନ୍ଦେଲଖଣ୍ଡ ଅଞ୍ଚଳର ବାନ୍ଦା ଜିଲା ଚଳିତ ବର୍ଷ ଗ୍ରୀଷ୍ମ ରେକର୍ଡକୁ ଲଗାତାର ଭାଙ୍ଗିବାରେ ଲାଗିଛି।ଗତ ମାସରେ ଦ୍ୱିତୀୟ ଥର ବାନ୍ଦା କେବଳ ଭାରତରେ ନୁହେଁ ବରଂ ସମଗ୍ର ବିଶ୍ୱରେ ସବୁଠାରୁ ଉତ୍ତପ୍ତ ଏବଂ ଏସିଆରେ ତୃତୀୟ ଭାବେ ଚିହ୍ନଟ ହୋଇଛି।ବାନ୍ଦା ଜିଲାରେ ଦିନର ତାପମାତ୍ରା ୪୭.୬ ଡିଗ୍ରୀ ସେଲସିୟସ୍ ରେକର୍ଡ କରାଯାଇଥିଲା। ଏହା ଗତ ୭୫ ବର୍ଷ ମଧ୍ୟରେ ୧୮ ମଇରେ ରେକର୍ଡ କରାଯାଇଥିବା ସର୍ବାଧିକ ତାପମାତ୍ରା।

ପୂର୍ବରୁ ୨୭ ଏପ୍ରିଲ, ୨୦୨୬ ରେ ବାନ୍ଦାରେ ମଧ୍ୟ ୪୭.୬ ଡିଗ୍ରୀ ସେଲସିୟସ୍ ତାପମାତ୍ରା ରେକର୍ଡ କରାଯାଇଥିଲା।ଏହି ସମୟରେ, ଗତ କିଛି ଦିନ ଧରି ଦିଲ୍ଲୀ-ଏନସିଆରର ଅନେକ ସ୍ଥାନରେ ପ୍ରବଳ ଗରମ ଏବଂ ଗ୍ରୀଷ୍ମ ପ୍ରବାହ ପରିସ୍ଥିତି ଜାରି ରହିଛି। ଫଳସ୍ୱରୂପ,ଭାରତ ପାଣିପାଗ ବିଭାଗ (IMD) ବୁଧବାର ଜାତୀୟ ରାଜଧାନୀ ପାଇଁ ଅରେଞ୍ଜ ଓ୍ବାର୍ନିଂ ଜାରି କରିଛି।ସବୁଠି ଅସହ୍ୟ ଗରମ ସାଙ୍ଗକୁ ପ୍ରବଳ ଗୁଳୁଗୁଳି।ଉପକୂଳରୁ ଉପାନ୍ତ, ଉତ୍ତରରୁ ଦକ୍ଷିଣ । ଝାଞ୍ଜି ପବନ ସାଙ୍ଗକୁ ପ୍ରବଳ ଗରମରେ ଜନଜୀବନ ଆଉଟୁପାଉଟୁ ହୋଇପଡିଲେଣି। ସକାଳ ୯ଟାରୁ ବଢିବାରେ ଲାଗିଛି ଖରାର ପ୍ରକୋପ । ତାତି ବଢିବା ସହ ରାସ୍ତାଘାଟ ଶୂନଶାନ ହୋଇପଡୁଥିବା ଦେଖାଯାଇଛି।

  • Related Posts

    କେରଳମ୍ ଛୁଇଁଲା ମୌସୁମୀ ବାୟୁ

    କେରଳମ୍ ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ। ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଦିଆଯାଇଛି ଏହି ସୂଚନା। ସାଧାରଣତଃ ଜୁନ୍ ୧ ତାରିଖରେ ମୌସୁମୀ ବାୟୁ କେରଳମ୍ ଛୁଇଁଥାଏ। ଚଳିତ ବର୍ଷ ମେ’ ୨୬ ତାରିଖରେ ମୌସୁମୀ ବାୟୁ କେରଳମ୍ ଛୁଇଁବ ବୋଲି…

    Continue reading
    ଦିଲ୍ଲୀ ହୋଟେଲ ନିଆଁରେ ୨୧ ମୃତ

    ଦକ୍ଷିଣ ଦିଲ୍ଲୀର ମାଲବୀୟ ନଗରର ଗୋଟିଏ ହୋଟେଲରେ ଘଟିଥିବା ଭୟଙ୍କ ଅଗ୍ନିକାଣ୍ଡ ୨୧ ଜଣଙ୍କ ଜୀବନ ନେଇଛି। ସେହିପରି ୪୦ ଜଣଙ୍କୁ ଉଦ୍ଧାର କରାଯାଇଛି। ଅଗ୍ନିକାଣ୍ଡରେ ଆହତ ହୋଇଥିବା ୮ ଜଣ ଏବେ ଭେଣ୍ଟିଲେଟରରେ ଚିକିତ୍ସିତ ହେଉଛନ୍ତି। ମୃତାହତଙ୍କ ମଧ୍ୟରେ ରହିଛନ୍ତି…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ

    ବଢ଼ୁଛି ଉପଭୋକ୍ତାଙ୍କ ଭରସା, ବୃଦ୍ଧି ପାଉଛି ବିପିସିଏଲର ପିଏନ୍‌ଜି ସଂଯୋଗୀକରଣ

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ