
ବେଙ୍ଗାଲୁରୁ: ଏସ୍ଆଇଆରକୁ ବିରୋଧ କରି ଆସନ୍ତା ୫ ତାରିଖରେ ବେଙ୍ଗାଲୁରୁର ଫ୍ରିଡମ ପାର୍କରେ ଇଣ୍ଡିଆ ବ୍ଲକ ତରଫରୁ ବିକ୍ଷୋଭ ଆୟୋଜିତ ହେବ। ସୂଚନାଥାଉ କି ଏସ୍ଆଇଆରକୁ ବିରୋଧ କରି ଗତ ୧ ତାରିଖରେ ଇଣ୍ଡିଆ ବ୍ଲକ ତରଫରୁ ଦିଲ୍ଲୀର ରାମଲୀଳା ମୈଦାନରେ ବିକ୍ଷୋଭ ଆୟୋଜିତ ହୋଇଥିଲା। ଏହାକୁ ଦେଶବ୍ୟାପୀ ଆୟୋଜିତ ଲକ୍ଷ୍ୟରେ ଆସନ୍ତା ୫ରେ ବେଙ୍ଗାଲୁରୁରେ ବିକ୍ଷୋଭ ଆୟୋଜିତ ହେବ ବୋଲି ମଙ୍ଗଳବାର ଘୋଷଣା ହୋଇଛି।
ମଙ୍ଗଳବାର କର୍ଣ୍ଣାଟକ ପ୍ରଦେଶ କମିଟି ତରଫରୁ ଏକ ସାମ୍ବାଦିକ ସମ୍ମିଳନୀର ଆୟୋଜିତ ହୋଇଥିଲା। ଏଥିରେ ରାଜ୍ୟ କଂଗ୍ରେସ ସଭାପତି ବିକେ ହରିପ୍ରସାଦ କହିଥିଲେ ବିଜେପି ସାମ୍ବାଧନିକ ସଂସ୍ଥାଗୁଡ଼ିର ଦୁରୁପଯୋଗ କରୁଛନ୍ତି। ଏହାକୁ ବିରୋଧ କରି ଇଣ୍ଡିଆ ବ୍ଲକ ତରଫରୁ ଅଭିଯାନ ଆରମ୍ଭ ହୋଇଛି। ଏସ୍ଆଇଆରକୁ ବାତିଲ କରିବା ସହ ମୁଖ୍ୟ ନିର୍ବାଚନ କମିସନର ପଦରୁ ଜ୍ଞାନେଶ କୁମାରଙ୍କ ବହିଷ୍କାର ପାଇଁ ଇଣ୍ଡିଆ ବ୍ଲକ ଦାବି କରିଆସୁଛି।




