୮ରୁ ୬ଟି ସ୍ଥାନରେ ହାରିଲା ବିଜେପି

ନୂଆଦିଲ୍ଲୀ: : ଉପନିର୍ବାଚନରେ ୬ଟି ସ୍ଥାନରେ ଭାରତୀୟ ଜନତା ପାର୍ଟିର ପରାଜୟ ହୋଇଛି । ଆଜି ବିହାର ନିର୍ବାଚନ ସହ ଓଡ଼ିଶା ସମେତ ୭ଟି ରାଜ୍ୟର ୮ଟି ଉପନିର୍ବାଚନର ଭୋଟ୍‌ ଗଣତି ଥିଲା । ଉପନିର୍ବାଚନର ଫଳାଫଳ ମଧ୍ୟ ବାହାରି ସରିଛି । ଭାରତୀୟ ଜନତା ପାର୍ଟି ଉପନିର୍ବାଚନରେ ସମସ୍ତ ୮ଟି ଆସନରେ ଲଢ଼ିଥିଲା । କିନ୍ତୁ ୮ଟି ଆସନରୁ ମାତ୍ର ୨ଟି ଆସନରେ ବିଜେପିର ବିଜୟ ହୋଇଛି । ଓଡ଼ିଶାର ନୂଆପଡ଼ା ସହ ଜାମ୍ମୁ-କାଶ୍ମୀରର ବୁଡ଼ଗାଁ ଓ ନଗ୍ରୋତା , ରାଜସ୍ଥାନର ଆଣ୍ଟା , ଝାଡ଼ଖଣ୍ଡର ଘଟସିଲା , ମିଜୋରାମର ଡାମ୍ପା , ପଞ୍ଜାବର ତରନ ତାରନ , ତେଲେଙ୍ଗାନାର ଜୁବିଲି ହିଲ୍ସ ବିଧାନସଭା ମଣ୍ଡଳୀରେ ଉପନିର୍ବାଚନ ହୋଇଥିଲା । ଉପନିର୍ବାଚନ ପାଇଁ ସମସ୍ତ ଆସନରେ ବିଜେପି ଲଢ଼ିଥିଲା । କିନ୍ତୁ କେବଳ ଓଡ଼ିଶାର ନୂଆପଡ଼ା ଓ ଜାମ୍ମୁ-କାଶ୍ମୀରର ନଗ୍ରୋତା ଆସନରେ ବିଜେପି ବିଜୟ ହୋଇଛି । ନୂଆପଡ଼ାରେ ବିଜେପି ପ୍ରାର୍ଥି ଜୟ ଢ଼ୋଲକିଆ ଓ ନଗ୍ରୋତାରେ ବିଜେପି ପ୍ରାର୍ଥିନୀ ଦିବ୍ୟାନି ରାନା ବିଜୟୀ ହୋଇଛନ୍ତି । ବାକି ସମସ୍ତ ଆସନରେ ବିଜେପି ପ୍ରାର୍ଥି ପରାସ୍ତ ହୋଇଛନ୍ତି । ସେହିପରି ଆଣ୍ଟା ଓ ଜୁବିଲି ହିଲ୍ସରେ କଂଗ୍ରେସ ବିଜୟୀ ହୋଇଛି ।

  • Related Posts

    ସରପଞ୍ଚରୁ ଭାଜପା ଜିଲ୍ଲା ମହିଳା ମୋର୍ଚ୍ଚା ସାଧାରଣ ସମ୍ପାଦିକା

    ଗୀତାଞ୍ଜଳିଙ୍କୁ ନୂଆ ଦାୟିତ୍ୱ, ମହିଳା ସଂଗଠନ ସୁଦୃଢ଼ କରିବାକୁ ନୂଆ ଆଶା” ରାଇକିଆ: କନ୍ଧମାଳ ଜିଲ୍ଲା ରାଇକିଆ ପଞ୍ଚାୟତ ସରପଞ୍ଚ ଶ୍ରୀମତୀ ଗୀତାଞ୍ଜଳି ନାୟକଙ୍କୁ ଭାରତୀୟ ଜନତା ପାର୍ଟି (ଭାଜପା) କନ୍ଧମାଳ ଜିଲ୍ଲା ମହିଳା ମୋର୍ଚ୍ଚାର ସାଧାରଣ ସମ୍ପାଦିକା ଭାବେ ଦାୟିତ୍ୱ…

    Continue reading
    ବିଜୟଙ୍କ ଘୋଷଣା: ସମସ୍ତ ବିଧାୟକ ପାଇବେ ନୂଆ କାର୍

    ତାମିଲନାଡୁର ପ୍ରତ୍ୟେକ ବିଧାୟକଙ୍କୁ ମିଳିବ କାର୍। ସେଥିରେ ସେମାନେ ନିଜ ନିର୍ବାଚନ ମଣ୍ଡଳୀ ଗସ୍ତ କରି ଲୋକଙ୍କ ସମସ୍ୟାର ସମାଧାନ କରିବାରେ ସହଯୋଗ କରିବେ। ମୁଖ୍ୟମନ୍ତ୍ରୀ ବିଜୟ ଏହି ଘୋଷଣା କରିଛନ୍ତି।ତାମିଲନାଡୁ ବିଧାନସଭାରେ କହିଛନ୍ତି ଯେ ଲୋକଙ୍କ ଆବଶ୍ୟକତାର ବୁଝାସୁଝା କରିବା…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ