ଆଉ ଫେରିବନି ଜଙ୍ଗଲରାଜ: ମୋଦୀ

ନୂଆଦିଲ୍ଲୀ: ବିହାରରେ ଏନଡିଏର ବିଜୟ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗାମୁଛା ଉଡ଼ାଇ ଉତ୍ସବ ମନାଇଛନ୍ତି। ଦିଲ୍ଲୀ ବିଜେପି କାର୍ୟ୍ୟାଳୟରେ ଶୁକ୍ରବାର ସନ୍ଧ୍ୟାରେ ଏହି ଦୃଶ୍ୟ ଦେଖିବାକୁ ମିଳିଥିଲା। କାର୍ୟ୍ୟାଳୟରେ ମୋଦୀ ପହଞ୍ଚିବା ପରେ ଏକ ଧଳା ଗାମୁଛାକୁ ବାମ ହାତରେ ଧରି ଉଡ଼ାଇଥିଲେ। ଏହା ପରେ ପ୍ରଧାନମନ୍ତ୍ରୀଙ୍କୁ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡା, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏବଂ ସ୍ଵରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଏକ ମାଖନା ମାଳ ପିନ୍ଧାଇ ଭବ୍ୟ ସମ୍ବର୍ଦ୍ଧନା ଦେଇଥିଲେ।

ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଥିଲେ, ବିହାରବାସୀ ବିକଶିତ ବିହାର ପାଇଁ ଭୋଟ ଦେଇଛନ୍ତି। ରାଜ୍ୟରେ ଆଉ କେବେ ଜଙ୍ଗଲରାଜ ଫେରିବନି। ବିହାରରେ ବିପୁଳ ବିଜୟ ରାଜ୍ୟବାସୀଙ୍କ ଅତୁଟ ବିଶ୍ଵାସର ପ୍ରତିଫଳନ। ମିଥ୍ୟାର ପରାଜୟ ହୁଏ। ଜାମିନରେ ଫେରିଥିବା ଲୋକଙ୍କ ସାଥ୍‌ ଦେଲେନି ରାଜ୍ୟବାସୀ। ଗଣତନ୍ତ୍ରକୁ ଆକ୍ରମଣ କରୁଥିବା ଲୋକଙ୍କୁ ରାଜ୍ୟବାସୀ ଉଚିତ ଜବାବ ଦେଇଛନ୍ତି।

ଉଦବୋଧନ ସମୟରେ ମୋଦୀ ନୂଆପଡ଼ା ଉପନିର୍ବାଚନ କଥା ଉଠାଇଥିଲେ। ନୂଆପଡ଼ାରେ ବିଜେପି ପ୍ରାର୍ଥ ଜୟ ଢୋଲକିଆ ବିଜୟୀ ହୋଇଥିବାରୁ ସେ ନୂଆପଡ଼ାବାସୀଙ୍କୁ କୃତଜ୍ଞତା ଜଣାଇଥିଲେ।

ନଡ୍ଡା କହିଥିଲେ, ବିହାର ନିର୍ବାଚନ ବିକାଶ ବନାମ ଜଙ୍ଗଲରାଜ ମଧ୍ୟରେ ଥିଲା। ବିହାରରେ ଏନଡିଏର ବିଜୟ ପାଇଁ ସେ ଦଳର କୋଟି କୋଟି କର୍ମୀଙ୍କ ତରଫରୁ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଉଛନ୍ତି ବୋଲି କହିଥିଲେ। ବିହାରରେ ଏନଡିଏର ବିଜୟ ସୁନାମୀ ପରି ଥିଲା ବୋଲି ସେ କହିଥିଲେ।

  • Related Posts

    ସରପଞ୍ଚରୁ ଭାଜପା ଜିଲ୍ଲା ମହିଳା ମୋର୍ଚ୍ଚା ସାଧାରଣ ସମ୍ପାଦିକା

    ଗୀତାଞ୍ଜଳିଙ୍କୁ ନୂଆ ଦାୟିତ୍ୱ, ମହିଳା ସଂଗଠନ ସୁଦୃଢ଼ କରିବାକୁ ନୂଆ ଆଶା” ରାଇକିଆ: କନ୍ଧମାଳ ଜିଲ୍ଲା ରାଇକିଆ ପଞ୍ଚାୟତ ସରପଞ୍ଚ ଶ୍ରୀମତୀ ଗୀତାଞ୍ଜଳି ନାୟକଙ୍କୁ ଭାରତୀୟ ଜନତା ପାର୍ଟି (ଭାଜପା) କନ୍ଧମାଳ ଜିଲ୍ଲା ମହିଳା ମୋର୍ଚ୍ଚାର ସାଧାରଣ ସମ୍ପାଦିକା ଭାବେ ଦାୟିତ୍ୱ…

    Continue reading
    ବିଜୟଙ୍କ ଘୋଷଣା: ସମସ୍ତ ବିଧାୟକ ପାଇବେ ନୂଆ କାର୍

    ତାମିଲନାଡୁର ପ୍ରତ୍ୟେକ ବିଧାୟକଙ୍କୁ ମିଳିବ କାର୍। ସେଥିରେ ସେମାନେ ନିଜ ନିର୍ବାଚନ ମଣ୍ଡଳୀ ଗସ୍ତ କରି ଲୋକଙ୍କ ସମସ୍ୟାର ସମାଧାନ କରିବାରେ ସହଯୋଗ କରିବେ। ମୁଖ୍ୟମନ୍ତ୍ରୀ ବିଜୟ ଏହି ଘୋଷଣା କରିଛନ୍ତି।ତାମିଲନାଡୁ ବିଧାନସଭାରେ କହିଛନ୍ତି ଯେ ଲୋକଙ୍କ ଆବଶ୍ୟକତାର ବୁଝାସୁଝା କରିବା…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ