ବିହାର ବିଜୟ ଧର୍ମେନ୍ଦ୍ରଙ୍କ ସ୍ଥିତିକୁ କେନ୍ଦ୍ରୀୟ ରାଜନୀତିରେ ଅଧିକ ସୁଦୃଢ଼ କରିଛି

ନୂଆଦିଲ୍ଲୀ: ବିହାର ବିଧାନସଭା ନିର୍ବାଚନରେ ଏନଡିଏର ଅଭୂତପୂର୍ବ ବିଜୟକୁ କେହି କେହି ଅପ୍ରତ୍ୟାଶିତ କହିପାରନ୍ତି। ସମସ୍ତ ଏକ୍‌ଜିଟ୍‌ ପୋଲର ଆକଳନକୁ ଭୁଲ୍‌ ପ୍ରମାଣିତ କରି ଏନ୍‌ଡିଏର ବିପୁଳ ବିଜୟ ହୋଇଛି। ଏନଡିଏ ୨୦୨ ଆସନ ଦଖଲ କରିଛି। ଏହି ବିଜୟ ଯେତିକି ଉତ୍ସାହପ୍ରଦ; ବିଜେପି ତା’ର ଦ୍ବିତୀୟ ଥର ପାଇଁ ଅଧିକ ଆସନ ପାଇ ରାଜ୍ୟର ବୃହତ୍ ଦଳ ହେବା ସଂଗଠନ ଶକ୍ତିକୁ ଅଧିକ ମଜବୁତ୍‌ କରିଛି। ବିଜେପି ନେତୃତ୍ବାଧୀନ ଏନଡିଏର ଏହି ସଫଳତା ପଛରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ତୋଫାନୀ ପ୍ରଚାର, ବିଜେପି ଚାଣକ୍ୟ ଅମିତ ଶାହାଙ୍କ କୁଶଳ ରଣନୀତି ଏବଂ ବିହାର ପ୍ରଭାରୀ ତଥା କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ କ୍ଷେତ୍ରୀୟ ସ୍ତରର ସଂଯୋଜନା କାର୍ୟ୍ୟକର୍ତ୍ତା ଓ ସହଯୋଗୀ ଦଳଙ୍କୁ ଏକାଠି କରି ଲଢାଇବା ଯୋଗୁଁ ସମ୍ଭବପର ହୋଇପାରିଛି। ଏହା ଯେ ବିଜେପିର କୁଶଳ ରଣନୀତି ଓ ସୁଦକ୍ଷ ନିର୍ବାଚନ ପରିଚାଳନାର ପ୍ରଭାବ ତାହାକୁ ବିରୋଧୀ ବି ସ୍ବୀକାର କରିବେ। ଏନଡିଏ ପାଇଁ ବିହାରର ଅଭୂତପୂର୍ବ ବିଜୟ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ରଙ୍କ ସ୍ଥିତିକୁ କେନ୍ଦ୍ରୀୟ ରାଜନୀତିରେ ଅଧିକ ସୁଦୃଢ଼ କରିଥିବା ରାଜନୀତିକ ପର୍ୟ୍ୟବେକ୍ଷକ ମତ ଦେଉଛନ୍ତି।
ଶ୍ରୀପ୍ରଧାନ ବିହାର ନିର୍ବାଚନ ପାଇଁ ବିଜେପିର ପ୍ରଭାରୀ ତଥା ରଣନୀତିଜ୍ଞ ଭାବେ ଆରମ୍ଭରୁ ଅସଜଡା ମେଣ୍ଟର ତୁ ତୁ ମେ ମେକୁ ସୁଧାରିବା କାର୍ୟ୍ୟ କରିଥିଲେ। ଆସନ ବୁଝାମଣା ନେଇ ବିଜେପି ଓ ସଂଯୁକ୍ତ ଜନତା ଦଳ(ଜେଡିୟୁ) ମଧ୍ୟରେ ବେଶ୍‌ ଭିଡ଼ା ଓଟରା ସ୍ଥିତି ଉପୁଜିଥିଲା। ଏପରିକି ଚିରାଗ ପାଶ୍ବାନଙ୍କ ଲୋକଜନଶକ୍ତି ପାର୍ଟ(ଏଲ୍‌ଜେପି), ଜିତନ ରାମ ମାଞ୍ଝୀଙ୍କ ହାମ୍‌ ତଥା ଉପେନ୍ଦ୍ର କୁଶୱାହାଙ୍କ ରାଷ୍ଟ୍ରୀୟ ଲୋକ ମୋର୍ଚ୍ଚା(ଆର୍‌ଏଲ୍‌ଏମ୍‌) ଅଧିକ ଆସନ ଦାବି କରିଥିଲେ। ମାତ୍ର ସମସ୍ତଙ୍କୁ ଏକାଠି ବସାଇ ଆସନ ବୁଝାମଣା ଚୂଡାନ୍ତ କରିବା ପଛରେ ଶ୍ରୀ ଶାହା ଓ ଧର୍ମେନ୍ଦ୍ରଙ୍କ ରଣନୀତି ବେଶ୍‌ ସଫଳ ହୋଇଥିଲା। ଅପରପକ୍ଷରେ ଆରଜେଡି ନେତା ତେଜସ୍ବୀ ଯାଦବ ଓ କଂଗ୍ରେସ ନେତା ରାହୁଳ ଗାନ୍ଧୀଙ୍କ ମଧ୍ୟରେ ମହାମେଣ୍ଟ ଏହା କ୍ଷେତ୍ରରେ ସଫଳ ହୋଇ ନଥିଲା। କେବଳ ସେତିକି ନୁହେଁ; ଏକାଠି ଲଢିବା ଓ ମେଣ୍ଟ ପ୍ରାର୍ଥୀଙ୍କ ଲାଗି ଭୋଟ ଯୋଗାଡ ଲାଗି ତାଙ୍କ ‘ବୁଥ୍ ସ୍ତରୀୟ ପରିଚାଳନା’ ଓ କୁଶଳ ରଣନୀତି ବିଜୟର ପ୍ରମୁଖ କାରଣ କୁହାଯାଉଛି।
ବିହାର ନିର୍ବାଚନ ସଫଳତା ପଛରେ ଧର୍ମେନ୍ଦ୍ରଙ୍କ ଭୂମିକା ନେଇ ରାଷ୍ଟ୍ରୀୟ ରାଜନୈତିକ ମଞ୍ଚରେ ଚର୍ଚ୍ଚା ବଢ଼଼ିଛି। ହରିଆଣା ବିଧାନସଭା ନିର୍ବାଚନ-୨୦୨୪ରେ ଦଳର ସଫଳତା ପରେ କ୍ରମାଗତ ଦ୍ୱିତୀୟ ଥର ବିଜେପିର ନିର୍ବାଚନ ପ୍ରଭାରୀ ଭାବେ ତାଙ୍କ ନେତୃତ୍ୱରେ ବିହାର ଭଳି ଦ୍ବିତୀୟ ବଡ଼ ରାଜ୍ୟରେ ଏନଡିଏର ଅଭୂତପୂର୍ବ ବିଜୟ ଘଟିଛି। ୨୦୧୭ରେ ଉତ୍ତରପ୍ରଦେଶର ପ୍ରଭାରୀ ଭାବେ ବିଜେପିକୁ ସଫଳତା ଦେଇସାରିଛନ୍ତି ଶ୍ରୀ ପ୍ରଧାନ। ୨୦୧୦ରେ ବିଜେପି ରାଷ୍ଟ୍ରୀୟ ସଭାପତି ନୀତିନ ଗଡ଼କରୀଙ୍କ ସମୟରେ ବିହାର ରାଜ୍ୟର ସଂଗଠନ ପ୍ରଭାରୀ ଭାବେ ସେ ନିଯୁକ୍ତି ପାଇଥିଲେ। ୨୦୧୪ ସାଧାରଣ ନିର୍ବାଚନରେ ତାଙ୍କର ପ୍ରମୁଖ ଭୂମିକା ରହିଥିଲା। ସେତେବେଳେ ବିହାରରୁ ଏନଡିଏର ୩୧ ଜଣ ସାଂସଦ ଜିତିଥିଲେ। ସେହିପରି ୨୦୧୫ରେ ରାଷ୍ଟ୍ରୀୟ ସଭାପତି ଅମିତ ଶାହାଙ୍କ ସମୟରେ ବିହାର ନିର୍ବାଚନ ପ୍ରଭାରୀ ଦାୟିତ୍ୱ ତୁଲାଇଥିଲେ। ୨୦୧୨-୧୮ ମଧ୍ୟରେ ବିହାରରୁ ରାଜ୍ୟସଭାକୁ ଶ୍ରୀ ପ୍ରଧାନ ପ୍ରତିନିଧିତ୍ୱ କରିଥିଲେ। ଏହି ସମୟ କାଳରେ ପ୍ରଥମ ଥର ପାଇଁ ତାଙ୍କୁ କେନ୍ଦ୍ର ମନ୍ତ୍ରିମଣ୍ଡଳରେ ସ୍ଥାନ ମିଳିଥିଲା। ପରବର୍ତ୍ତୀ ସମୟରେ ସେ ମଧ୍ୟପ୍ରଦେଶରୁ ରାଜ୍ୟସଭାକୁ ପ୍ରତିନିଧିତ୍ବ କରିଥିଲେ। ୨୦୨୧ ପଶ୍ଚିମବଙ୍ଗ ନିର୍ବାଚନରେ ସେ ବିରୋଧୀ ଦଳ ନେତା ଶୁଭେନ୍ଦୁ ଅଧିକାରୀଙ୍କ ପାଇଁ ରଣନୀତି କରି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ନନ୍ଦିଗ୍ରାମ ଆସନରୁ ହରାଇବାର ମୁଖ୍ୟ ସୂତ୍ରଧର ଥିଲେ। କେବଳ ସେତିକି ନୁହେଁ; ବିଜେପି ପଶ୍ଚିମବଙ୍ଗରେ ୭୭ ଆସନରେ ବିଜୟୀ ହୋଇଥିଲା। ମୋଦୀ ଓ ଶାହାଙ୍କ ରଣନୀତିକୁ ତୃଣମୂଳ ସ୍ତରରେ ଉତ୍ତମ ଭାବେ କାର୍ୟ୍ୟକାରୀ କରିବାରେ ଧର୍ମେନ୍ଦ୍ରଙ୍କ ଭୂମିକା ତାଙ୍କ ରାଜନୀତିକ ପତିଆରା ବଢାଇଛି। ଆଗକୁ ପୁଣି ଆସୁଛି ପଶ୍ଚିମବଙ୍ଗ ନିର୍ବାଚନ। ହୁଏତ ଧର୍ମେନ୍ଦ୍ରଙ୍କୁ ଏଠାରେ ପୁଣି ବଡ଼ ଦାୟିତ୍ବ ମିଳିପାରେ।ସମ୍ପ୍ରତି ଭାରତୀୟ ଜନତା ପାର୍ଟିର ପରବର୍ତ୍ତୀ ରାଷ୍ଟ୍ରୀୟ ସଭାପତି ପଦ ଦୌଡ଼ରେ ଶ୍ରୀ ପ୍ରଧାନଙ୍କ ନାଁକୁ ନେଇ ଚର୍ଚ୍ଚା ବଢିଛି। ବିହାର ନିର୍ବାଚନ ସଫଳତା ରାଷ୍ଟ୍ରୀୟ ରାଜନୀତିରେ ତାଙ୍କ ଗୁରୁତ୍ବ ଓ ପ୍ରଭାବକୁ ଅଧିକ ସଶକ୍ତ କରିଛି।

  • Related Posts

    ସରପଞ୍ଚରୁ ଭାଜପା ଜିଲ୍ଲା ମହିଳା ମୋର୍ଚ୍ଚା ସାଧାରଣ ସମ୍ପାଦିକା

    ଗୀତାଞ୍ଜଳିଙ୍କୁ ନୂଆ ଦାୟିତ୍ୱ, ମହିଳା ସଂଗଠନ ସୁଦୃଢ଼ କରିବାକୁ ନୂଆ ଆଶା” ରାଇକିଆ: କନ୍ଧମାଳ ଜିଲ୍ଲା ରାଇକିଆ ପଞ୍ଚାୟତ ସରପଞ୍ଚ ଶ୍ରୀମତୀ ଗୀତାଞ୍ଜଳି ନାୟକଙ୍କୁ ଭାରତୀୟ ଜନତା ପାର୍ଟି (ଭାଜପା) କନ୍ଧମାଳ ଜିଲ୍ଲା ମହିଳା ମୋର୍ଚ୍ଚାର ସାଧାରଣ ସମ୍ପାଦିକା ଭାବେ ଦାୟିତ୍ୱ…

    Continue reading
    ବିଜୟଙ୍କ ଘୋଷଣା: ସମସ୍ତ ବିଧାୟକ ପାଇବେ ନୂଆ କାର୍

    ତାମିଲନାଡୁର ପ୍ରତ୍ୟେକ ବିଧାୟକଙ୍କୁ ମିଳିବ କାର୍। ସେଥିରେ ସେମାନେ ନିଜ ନିର୍ବାଚନ ମଣ୍ଡଳୀ ଗସ୍ତ କରି ଲୋକଙ୍କ ସମସ୍ୟାର ସମାଧାନ କରିବାରେ ସହଯୋଗ କରିବେ। ମୁଖ୍ୟମନ୍ତ୍ରୀ ବିଜୟ ଏହି ଘୋଷଣା କରିଛନ୍ତି।ତାମିଲନାଡୁ ବିଧାନସଭାରେ କହିଛନ୍ତି ଯେ ଲୋକଙ୍କ ଆବଶ୍ୟକତାର ବୁଝାସୁଝା କରିବା…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ