ଅକ୍ଟୋବର ସୁଦ୍ଧା ପୁଲିସ ଏସଆଇ ପରୀକ୍ଷା

ଭୁବନେଶ୍ୱର: ଚଳିତ ବର୍ଷ ଅକ୍ଟୋବର ସୁଦ୍ଧା ପୁଲିସ ଏସଆଇ (ସବ୍‌-ଇନ୍ସପେକ୍ଟର)ପରୀକ୍ଷା ହେବ । ବୁଧବାର ଏହି ସୂଚନା ଦେଇଛନ୍ତି ଓଡିଶା ୟୁନିଫର୍ମଡ୍‌ ସର୍ଭିସ ଷ୍ଟାଫ୍‌ ସିଲେକ୍ସନ କମିଶନ (ଓୟୁଏସଏସଏସସି) ଅଧ୍ୟକ୍ଷ ରଶ୍ମିରଂଜନ ସ୍ୱାଇଁ । ସେ କହିଥିଲେ, ପ୍ରଶ୍ନପତ୍ର ଲିକ୍‌ ପାଇଁ ବଞ୍ଚିତ ହୋଇଥିବା ଛାତ୍ରଛାତ୍ରୀ ପରୀକ୍ଷା ଦେଇପାରିବେ । ଏପରିକି ବୟସ ଗଡ଼ି ଯାଇଥିଲେ ବି ଆଶାୟୀ ପରୀକ୍ଷା ଦେଇ ପାରିବେ । ପରୀକ୍ଷା ଢାଞ୍ଚା ଓ ସିଲାବସରେ କୌଣସି ପରିବର୍ତ୍ତନ ହେବନାହିଁ ।

ଅପରପକ୍ଷେ, ଏସଆଇ ପରୀକ୍ଷା ଆୟୋଜନ କରିବା ଦାବିରେ ଆଶାୟୀମାନେ ବୁଧବାର ଆନ୍ଦୋଳନକୁ ଓହ୍ଲାଇଥିଲେ । ଷ୍ଟୁଡେଣ୍ଟ୍‌ ଏଗ୍‌ନେଷ୍ଟ କରପସନ୍‌ ନେତୃତ୍ୱରେ ଶହଶହ ଆଶାୟୀ ଭୁବନେଶ୍ୱରସ୍ଥିତ ଓୟୁଏସ୍‌ଏସ୍‌ଏସ୍‌ସି ଅଫିସ ସମ୍ମୁଖରେ ଧାରଣା ଦେଇ ପରୀକ୍ଷା ଆୟୋଜନ ପାଇଁ ଦାବି କରିଥିଲେ । ଦୀର୍ଘ ୩ ମାସ ହେବ ଓୟୁଏସ୍‌ଏସ୍‌ଏସ୍‌ସି ଗଠନ ହାଇଥିଲେ ମଧ୍ୟ ତାହାର ୱେବସାଇଟ୍‌ ପ୍ରସ୍ତୁତ ହୋଇପାରିନାହିଁ । ଏପରିକି ଦୀର୍ଘ ୨ବର୍ଷ ଧରି ପ୍ରସ୍ତୁତି କରୁଥିବା ପିଲାଙ୍କ ପରୀକ୍ଷା କେବେ ହେବ, ସେନେଇ ମଧ୍ୟ କେହି ସନ୍ତୋଷଜନକ ଉତ୍ତର ଦେଇପାରୁ ନାହାନ୍ତି ।

ନୂତନ ଭାବେ କାର୍ଯ୍ୟାଳୟ ଖୋଲିଥିଲେ ମଧ୍ୟ ତାର ନାମକରଣ ମଧ୍ୟ ହୋଇପାରିନି । ଫଳରେ ସଂଗଠନ ଆବାହକ ବିଭୁତି ଭୂଷଣ ମହାପାତ୍ର ଆଜି ଅଫିସର ନାମକରଣ କରିବା ସହ କଳା ରିବନ୍‌ କାଟି ଅଫିସ୍‌ ଉଦ୍‌ଘାଟନ କରି ଅଭିନବ ଭାବେ ପ୍ରତିବାଦ କରିଥିଲେ । ଆଶାୟୀଙ୍କ ଆନ୍ଦୋଳନ ଖବର ପାଇ ଓୟୁଏସ୍‌ଏସ୍‌ଏସ୍‌ସି ଅଧ୍ୟକ୍ଷ ଶ୍ରୀ ସ୍ୱାଇଁ ଧାରଣାସ୍ଥଳକୁ ଆସି ଆଶାୟୀଙ୍କ ସହ ଆଲୋଚନା କରିଥିଲେ । ପରୀକ୍ଷା ପ୍ରତିଶ୍ରୁତି ମିଳିବା ପରେ ଆନ୍ଦୋଳନକୁ ସମସ୍ତେ ଓହରିଥିଲେ ।

  • Related Posts

    ratna bhander puri ୩୧ରେ ହେବ ରତ୍ନଭଣ୍ଡାରର ଗଣତି ମଣତି

    ପୁରୀ: ଆସନ୍ତା ଅଗଷ୍ଟ ୩୧ ତାରିଖ ଓ ସେପ୍ଟେମ୍ବର ୧ ତାରିଖ ଦୁଇଦିନ ରତ୍ନଭଣ୍ଡାର ଗଣତି ମଣତି କରାଯିବ। ଏ ନେଇ ଶ୍ରୀ ମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । ସରକାରଙ୍କ ମାର୍ଗଦର୍ଶିକା ଅନୁଯାୟୀ ଏହି ଗଣତି ମଣତି କରାଯିବ।…

    Continue reading
    low pressur rain ୨୪ ଘଣ୍ଟା ମଧ୍ୟରେ ସୃଷ୍ଟି ହେବ ଲଘୁଚାପ

    ଭୁବନେଶ୍ବର: ଆଗାମୀ ୨୪ ଘଣ୍ଟା ମଧ୍ୟରେ ସୃଷ୍ଟି ହେବ ଲଘୁଚାପ । ଗତକାଲି ମିଆଁମାର ଏବଂ ତାର ପାର୍ଶ୍ଵବର୍ତ୍ତୀ ଅଞ୍ଚଳରେ ଥିବା ଘୂର୍ଣ୍ଣିବଳୟ, ଆଜି ଉତ୍ତର ବଙ୍ଗୋପସାଗର ପାର୍ଶ୍ଵବର୍ତ୍ତୀ ପଶ୍ଚିମବଙ୍ଗ ତତ-ସଂଲଗ୍ନ ବାଂଲାଦେଶ ଉପକୂଳସ୍ଥ ସମୁଦ୍ର ଅଞ୍ଚଳ ଉପରେ ବାୟୁମଣ୍ଡଳର ୫.୮…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ