ଅଭିନେତ୍ରୀ ସଞ୍ଚିତାଙ୍କ ଆତ୍ମହତ୍ୟା

ମୁମ୍ବଇ : ଟେଲିଭିଜନ ଓ ଚଳଚ୍ଚିତ୍ର ଅଭିନେତ୍ରୀ ସଞ୍ଚିତା ଉଗଲେ ମୁମ୍ବଇର ନାଲାସୋପାରା ଅଞ୍ଚଳରେ ଥିବା ସାଇ ସନ୍ତୋଷୀ ଆପାର୍ଟମେଣ୍ଟସ୍ଥିତ ନିଜ ବାସଭବନରେ ରବିବାର ଆତ୍ମହତ୍ୟା କରିଥିବା ପୁଲିସ ତରଫରୁ ସୂଚନା ମିଳିଛି। ସଞ୍ଚିତା ‘କୁମ୍‌କୁମ୍‌ ଭାଗ୍ୟ’ ଓ ‘ୱାଗଲେ କି ଦୁନିଆ’ ପରି ଧାରାବାହିକରେ ଅଭିନୟ କରି ଲୋକପ୍ରିୟ ହୋଇଥିଲେ। ମୃତ୍ୟୁ ବେଳକୁ ତାଙ୍କୁ ମାତ୍ର ୨୨ ବର୍ଷ ବୟସ ହୋଇଥିଲା। ଜଣେ ପୁଲିସ ଅଧିକାରୀ କହିଛନ୍ତି ଯେ, ସଞ୍ଚିତା ରବିବାର ସନ୍ଧ୍ୟା ପ୍ରାୟ ୭ଟା ସମୟରେ ନାଲାସୋପାରା ଅଞ୍ଚଳରେ ତାଙ୍କ ଘରେ ଏକା ଥିବା ସମୟରେ ସିଲିଂ ଫ୍ୟାନରେ ଶାଢ଼ିରେ ଝୁଲି ଆତ୍ମହତ୍ୟା କରିଥିଲେ। ଘଟଣା ବିଷୟରେ ସୂଚନା ପାଇବା ପରେ ଏକ ପୁଲିସ ଦଳ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଯାଞ୍ଚ କରିଛି। ପୁଲିସ ଘଟଣାସ୍ଥଳରୁ କୌଣସି ସନ୍ଦେହଜନକ ଜିନିଷ କିମ୍ବା ସୁଇସାଇଡ ନୋଟ୍ ମଧ୍ୟ ପାଇ ନାହିଁ। ପୁଲିସ କହିଛି ଯେ, ଅଭିନେତ୍ରୀଙ୍କ ବାପା ଝିଅର ମୃତ୍ୟୁ ନେଇ କାହାକୁ ଦାୟୀ କରି ନାହାନ୍ତି। ପୁଲିସ ମୃତଦେହ ବ୍ୟବଚ୍ଛେଦ ପାଇଁ ସରକାରୀ ହସ୍ପିଟାଲକୁ ପଠାଇଛି। ପୁଲିସ ଦୁର୍ଘଟଣାଜନିତ ମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଚଳାଇଛି। ଟେଲିଭିଜନ ବ୍ୟତୀତ ଚଳଚ୍ଚିତ୍ର ‘ଛାବା’ରେ ତାରା ରାଣୀଙ୍କ ଛୋଟ ବେଳର ଚରିତ୍ରରେ ଅଭିନୟ କରିଥିଲେ। ଏହାସହିତ ଅଭିନେତା ମନୋଜ ବାଜପେୟୀଙ୍କ ସହିତ ଏକ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ। ସଞ୍ଚିତା ତାଙ୍କର ଶେଷ ଇନଷ୍ଟାଗ୍ରାମ୍ ପୋଷ୍ଟ ମୃତ୍ୟୁର କିଛି ଘଣ୍ଟା ପୂର୍ବରୁ ସେୟାର କରିଥିଲେ।

  • Related Posts

    ୫୨ ବର୍ଷରେ ପଦାର୍ପଣ କଲେ ବିଜୟ

    ଚେନ୍ନାଇ,: ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏବଂ ଟିଭିକେ ମୁଖ୍ୟ ଥାଲାପତି ବିଜୟ ତାଙ୍କର ୫୨ତମ ଜନ୍ମଦିନ ପାଳନ କରୁଛନ୍ତି। ଲୋକ ସଭାରେ ବିରୋଧୀ ଦଳ ନେତା ଏବଂ ବରିଷ୍ଠ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏକ ସ୍ବତନ୍ତ୍ର ଢଙ୍ଗରେ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।…

    Continue reading
    ଆଜି ଇସ୍ତଫା ଘୋଷଣା କରିପାରନ୍ତି କିର୍‌ ଷ୍ଟାର୍ମର

    ଲଣ୍ଡନ: ଆଜି ବ୍ରିଟେନ ପ୍ରଧାନମନ୍ତ୍ରୀ କିର୍‌ ଷ୍ଟାର୍ମର ନିଜର ଇସ୍ତଫା ଘୋଷଣା କରିପାରନ୍ତି । ବ୍ରିଟିଶ ଖବରକାଗଜ ‘ଦି ଅବ୍‌ଜର୍ଭର୍‌’ ପକ୍ଷରୁ ପ୍ରକାଶିତ ରିପୋର୍ଟରେ ଏଭଳି ଦାବି କରାଯାଇଛି । କ୍ୟାବିନେଟ ମନ୍ତ୍ରୀ, ପରାମର୍ଶଦାତା ଓ ଟ୍ରେଡ୍‌ ୟୁନିଅନ ନେତାଙ୍କ ସହ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ

    ବଢ଼ୁଛି ଉପଭୋକ୍ତାଙ୍କ ଭରସା, ବୃଦ୍ଧି ପାଉଛି ବିପିସିଏଲର ପିଏନ୍‌ଜି ସଂଯୋଗୀକରଣ

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ