ଆଜି ଇସ୍ତଫା ଘୋଷଣା କରିପାରନ୍ତି କିର୍‌ ଷ୍ଟାର୍ମର

ଲଣ୍ଡନ: ଆଜି ବ୍ରିଟେନ ପ୍ରଧାନମନ୍ତ୍ରୀ କିର୍‌ ଷ୍ଟାର୍ମର ନିଜର ଇସ୍ତଫା ଘୋଷଣା କରିପାରନ୍ତି । ବ୍ରିଟିଶ ଖବରକାଗଜ ‘ଦି ଅବ୍‌ଜର୍ଭର୍‌’ ପକ୍ଷରୁ ପ୍ରକାଶିତ ରିପୋର୍ଟରେ ଏଭଳି ଦାବି କରାଯାଇଛି । କ୍ୟାବିନେଟ ମନ୍ତ୍ରୀ, ପରାମର୍ଶଦାତା ଓ ଟ୍ରେଡ୍‌ ୟୁନିଅନ ନେତାଙ୍କ ସହ ଷ୍ଟାର୍ମର ଆଲୋଚନା କରିବା ପରେ ସେ ପଦରେ ଆଉ ରହିବା ଉଚିତ ନୁହେଁ ବୋଲି ମତପ୍ରକାଶ ପାଇଛି । ଷ୍ଟାର୍ମରଙ୍କ ଲେବର ପାର୍ଟିର ୧୦୦ରୁ ଅଧିକ ସାଂସଦ ତାଙ୍କୁ ଇସ୍ତଫା ଦେବାକୁ ପରାମର୍ଶ ଦେଇଛନ୍ତି ।

ଷ୍ଟାର୍ମର ଯଦି ଇସ୍ତଫା ଦିଅନ୍ତି ତେବେ ଗତ ୧୦ ବର୍ଷ ଭିତରେ ସମୟ ପୂର୍ବରୁ ପଦ ଛାଡିବାରେ ସେ ହେବେ ଷଷ୍ଠ ପ୍ରଧାନମନ୍ତ୍ରୀ । କାରଣ ଏହା ପୂର୍ବରୁ ଡେଭିଡ କ୍ୟାମେରନ, ଥେରେସା ମେ, ବୋରିସ୍‌ ଜନସନ, ଲିଜ ଟ୍ରସ୍‌ ଏବଂ ରୁଷି ସୁନକ ନିଜ କାର୍ଯ୍ୟକାଳ ଶେଷ ହେବା ପୂର୍ବରୁ ଇସ୍ତଫା ଦେଇଛନ୍ତି ।

ଗତ ଶୁକ୍ରବାର ଉପନିର୍ବାଚନରେ ଷ୍ଟାର୍ମରଙ୍କ ବିରୋଧୀ ତଥା ଲେବର ପାର୍ଟିର ଅନ୍ୟତମ ନେତା ଆଣ୍ଡି ବର୍ଣ୍ଣହାମ୍‌ ବିଜୟୀ ହୋଇଥିଲେ । ତାଙ୍କୁ ଅଧିକାଂଶ ସାଂସଦ ସମର୍ଥନ କରୁଥିବାରୁ ଷ୍ଟାର୍ମରଙ୍କ ଉପରେ ଇସ୍ତଫା ଚାପ ବଢ଼ିବାରେ ଲାଗିଛି ।

  • Related Posts

    ୫୨ ବର୍ଷରେ ପଦାର୍ପଣ କଲେ ବିଜୟ

    ଚେନ୍ନାଇ,: ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏବଂ ଟିଭିକେ ମୁଖ୍ୟ ଥାଲାପତି ବିଜୟ ତାଙ୍କର ୫୨ତମ ଜନ୍ମଦିନ ପାଳନ କରୁଛନ୍ତି। ଲୋକ ସଭାରେ ବିରୋଧୀ ଦଳ ନେତା ଏବଂ ବରିଷ୍ଠ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏକ ସ୍ବତନ୍ତ୍ର ଢଙ୍ଗରେ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।…

    Continue reading
    ଯିଏ ଝିଅମାନଙ୍କୁ ଦୁର୍ବ୍ୟବହାର କରିବ,ତାକୁ ସିଧା ଯମରାଜଙ୍କ ପାଖକୁ ପଠାଇ ଦିଆଯିବା : ଯୋଗୀ

    ହମିରପୁର (ୟୁପି) : ଉତ୍ତରପ୍ରଦେଶର ହମିରପୁରରୁ ଅପରାଧୀଙ୍କୁ ମୁଖ୍ୟମନ୍ତ୍ରୀ ଯୋଗୀଙ୍କ କଡ଼ା ଚେତାବନୀ। ସେ କହିଛନ୍ତି ,ଏବେ ଯିଏ ଝିଅମାନଙ୍କୁ ଦୁର୍ବ୍ୟବହାର କରିବ,ତାକୁ ସିଧା ଯମରାଜଙ୍କ ପାଖକୁ ପଠାଇ ଦିଆଯିବା ମୁଖ୍ୟମନ୍ତ୍ରୀ ଯୋଗୀ କହିଛନ୍ତି, ପୂର୍ବ ସରକାରମାନେ ଗୋଟିଏ ଜିଲ୍ଲା ଗୋଟିଏ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ

    ବଢ଼ୁଛି ଉପଭୋକ୍ତାଙ୍କ ଭରସା, ବୃଦ୍ଧି ପାଉଛି ବିପିସିଏଲର ପିଏନ୍‌ଜି ସଂଯୋଗୀକରଣ

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ