ଯିଏ ଝିଅମାନଙ୍କୁ ଦୁର୍ବ୍ୟବହାର କରିବ,ତାକୁ ସିଧା ଯମରାଜଙ୍କ ପାଖକୁ ପଠାଇ ଦିଆଯିବା : ଯୋଗୀ

ହମିରପୁର (ୟୁପି) : ଉତ୍ତରପ୍ରଦେଶର ହମିରପୁରରୁ ଅପରାଧୀଙ୍କୁ ମୁଖ୍ୟମନ୍ତ୍ରୀ ଯୋଗୀଙ୍କ କଡ଼ା ଚେତାବନୀ। ସେ କହିଛନ୍ତି ,ଏବେ ଯିଏ ଝିଅମାନଙ୍କୁ ଦୁର୍ବ୍ୟବହାର କରିବ,ତାକୁ ସିଧା ଯମରାଜଙ୍କ ପାଖକୁ ପଠାଇ ଦିଆଯିବା ମୁଖ୍ୟମନ୍ତ୍ରୀ ଯୋଗୀ କହିଛନ୍ତି, ପୂର୍ବ ସରକାରମାନେ ଗୋଟିଏ ଜିଲ୍ଲା ଗୋଟିଏ ମାଫିଆ ନୀତି ସୃଷ୍ଟି କରିଥିଲେ, କିନ୍ତୁ ଏବେ ମାଫିଆମାନଙ୍କ ପାଇଁ କୌଣସି ସ୍ଥାନ ନାହିଁ। ମାଫିଆମାନେ ଏବେ ଜେଲରେ ଅଛନ୍ତି କିମ୍ବା ସେମାନଙ୍କୁ ନିପାତ କରାଯାଇଛି। ବୁନ୍ଦେଲଖଣ୍ଡରେ ପାଣି, ପ୍ରବାସ ଏବଂ ମାଫିଆଙ୍କ ଯୁଗ ଶେଷ ହୋଇ ଯାଇଛି। ଏବେ ସାଧାରଣ ଲୋକଙ୍କ ଟଙ୍କା କବରସ୍ଥାନ ବାଉଣ୍ଡ୍ରିୱାଲରେ ନୁହେଁ, ବରଂ ବିକାଶ କାର୍ଯ୍ୟରେ ଖର୍ଚ୍ଚ ହେଉଛି।

ବୁନ୍ଦେଲଖଣ୍ଡ ଗସ୍ତର ଦ୍ଵିତୀୟ ଦିନରେ, ରବିବାର ମୁଖ୍ୟମନ୍ତ୍ରୀ ଝାନ୍ସୀରୁ ମହୋବା ଦେଇ ହମିରପୁରରେ ପହଞ୍ଚି ଥିଲେ। ରାଠ ସହରର BNV ଡିଗ୍ରୀ କଲେଜ ପଡ଼ିଆରେ, ସେ ଜିଲ୍ଲା ପାଇଁ ୬୩୬.୮୨ କୋଟି ଟଙ୍କାର ବିକାଶ ପ୍ରକଳ୍ପର ଉନ୍ମୋଚନ କରି ଥିଲେ। ଜନସଭାକୁ ସମ୍ବୋଧିତ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଆଜି ଉତ୍ତର ପ୍ରଦେଶର ପରିବର୍ତ୍ତନ ହୋଇଛି । ଭଲ ଜନପ୍ରତିନିଧଙ୍କୁ ନିର୍ବାଚିତ କରିବା ଫଳରେ ବିକାଶର ଗତି ବୃଦ୍ଧି ପାଇଛି। ଏବେ, ସାଧାରଣ ପାଣ୍ଠି କବରସ୍ଥାନ ବାଉଣ୍ଡ୍ରିୱାଲ ପାଇଁ ନୁହେଁ, ବରଂ ବିଶ୍ଵାସର କେନ୍ଦ୍ର ଏବଂ ବିକାଶ କାର୍ଯ୍ୟରେ ଖର୍ଚ୍ଚ ହେଉଛି।

ପ୍ରାୟ ୨୫ ମିନିଟର ଭାଷଣରେ ମୁଖ୍ୟମନ୍ତ୍ରୀ ପୂର୍ବ ସରକାରଗୁଡ଼ିକୁ ଟାର୍ଗେଟ୍ କରି ଥିଲେ। ସମାଜବାଦୀ ପାର୍ଟି (SP) ଏବଂ ବିଏସପିକୁ ଟାର୍ଗେଟ କରି ସେ କହିଥିଲେ ଯେ, ସମାଜବାଦୀ ପାର୍ଟି (SP) “ଗୋଟିଏ ଜିଲ୍ଲା, ଗୋଟିଏ ମାଫିଆ” ନୀତି ସୃଷ୍ଟି କରି ଥିଲା। ସେତେବେଳେ, ରାଜ୍ୟରେ ଶିଳ୍ପ ସ୍ଥାପନ କରିବାକୁ ଉଦ୍ୟୋଗୀମାନେ ଭୟ କରୁ ଥିଲେ, କିନ୍ତୁ ଏବେ ରାଜ୍ୟରେ ମାଫିଆମାନଙ୍କ ପାଇଁ କୌଣସି ସ୍ଥାନ ନାହିଁ। ଉତ୍ତର ପ୍ରଦେଶକୁ ଆଉ କୌଣସି ପରିଚୟର ଆବଶ୍ୟକତା ନାହିଁ। ଯେଉଁମାନେ ରାଜ୍ୟର ପରିଚୟକୁ ବିପଦରେ ପକାଇ ଥିଲେ ସେମାନେ ଏବେ ସଙ୍କଟର ସମ୍ମୁଖୀନ ହେଉଛନ୍ତି। ଆପଣଙ୍କ ଗୋଟିଏ ଭୋଟ ରାଜ୍ୟର ଭାଗ୍ୟ ବଦଳାଇ ଦେଇଛି। ସେ କହିଛନ୍ତି ଯେ ଯେଉଁମାନେ “ଜୟ ଶ୍ରୀରାମ ନାରା ଦେଇ ଗୁଳି ଏବଂ ଲାଠିଚାର୍ଜ କରିଥିଲେ ଏବଂ କନୱାର ଯାତ୍ରାକୁ ବନ୍ଦ କରି ଥିଲେ, ସେମାନେ ନିଜ ସରକାର ସମୟରେ ମୋହରମ୍ ଏବଂ ବକ୍ରିଦ୍ ସମୟରେ ହେଉଥିବା ଦଙ୍ଗା ପ୍ରତି ଆଖି ବୁଜି ଦେଇ ଥିଲେ। ବିଜେପି ସରକାରରେ ଏମିତି ହେଉ ନାହିଁ। ଯେଉଁମାନେ ଆଇନ ଶୃଙ୍ଖଳାକୁ କ୍ଷତି ପହଞ୍ଚାଇ ଥିଲେ ସେମାନଙ୍କ ସହିତ ଦୃଢ଼ ମୁକାବିଲା କରାଯାଇଛି। ମୁଖ୍ୟମନ୍ତ୍ରୀ ଲୋକମାନଙ୍କୁ ମାଫିଆ ପୃଷ୍ଠପୋଷକମାନଙ୍କୁ କ୍ଷମତାକୁ ଫେରିବାକୁ ନଦେବା ଏବଂ ଜାତି ଓ ଅଞ୍ଚଳ ଆଧାରରେ ବିଭାଜିତ ନ ହେବାକୁ ନିବେଦନ କରିଥିଲେ।

  • Related Posts

    ୫୨ ବର୍ଷରେ ପଦାର୍ପଣ କଲେ ବିଜୟ

    ଚେନ୍ନାଇ,: ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏବଂ ଟିଭିକେ ମୁଖ୍ୟ ଥାଲାପତି ବିଜୟ ତାଙ୍କର ୫୨ତମ ଜନ୍ମଦିନ ପାଳନ କରୁଛନ୍ତି। ଲୋକ ସଭାରେ ବିରୋଧୀ ଦଳ ନେତା ଏବଂ ବରିଷ୍ଠ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏକ ସ୍ବତନ୍ତ୍ର ଢଙ୍ଗରେ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।…

    Continue reading
    ଆଜି ଇସ୍ତଫା ଘୋଷଣା କରିପାରନ୍ତି କିର୍‌ ଷ୍ଟାର୍ମର

    ଲଣ୍ଡନ: ଆଜି ବ୍ରିଟେନ ପ୍ରଧାନମନ୍ତ୍ରୀ କିର୍‌ ଷ୍ଟାର୍ମର ନିଜର ଇସ୍ତଫା ଘୋଷଣା କରିପାରନ୍ତି । ବ୍ରିଟିଶ ଖବରକାଗଜ ‘ଦି ଅବ୍‌ଜର୍ଭର୍‌’ ପକ୍ଷରୁ ପ୍ରକାଶିତ ରିପୋର୍ଟରେ ଏଭଳି ଦାବି କରାଯାଇଛି । କ୍ୟାବିନେଟ ମନ୍ତ୍ରୀ, ପରାମର୍ଶଦାତା ଓ ଟ୍ରେଡ୍‌ ୟୁନିଅନ ନେତାଙ୍କ ସହ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ

    ବଢ଼ୁଛି ଉପଭୋକ୍ତାଙ୍କ ଭରସା, ବୃଦ୍ଧି ପାଉଛି ବିପିସିଏଲର ପିଏନ୍‌ଜି ସଂଯୋଗୀକରଣ

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ