‘ଅର୍ଣ୍ଣବ’ ପ୍ରଭାବିତ ୩ ଜିଲ୍ଲାରେ ଘରକୁ ଘର ସର୍ଭେ ଅବଧି ବୃଦ୍ଧି

ଭୁବନେଶ୍ୱର: ସାମ୍ପ୍ରତିକ ବାତ୍ୟା ‘ଅର୍ଣ୍ଣବ’ର ପ୍ରଭାବରେ ଗଞ୍ଜାମ, ଗଜପତି ଓ କନ୍ଧମାଳ ଜିଲ୍ଲାରେ ସାଧାରଣ ଜନଜୀବନ ବ୍ୟାହତ ହେବା ସହ ପ୍ରବଳ ବର୍ଷା ଓ ପ୍ରତିକୂଳ ପାଣିପାଗ ପରିସ୍ଥିତି ଯୋଗୁଁ ଚାଲୁ ରହିଥିବା ଘରକୁ ଘର (Door-to-Door) ସର୍ଭେ କାର୍ଯ୍ୟ ପ୍ରଭାବିତ ହୋଇଛି। ଏହାଦ୍ୱାରା ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ସର୍ଭେ ସମ୍ପୂର୍ଣ୍ଣ କରିବାରେ କ୍ଷେତ୍ରସ୍ତରୀୟ କର୍ମଚାରୀମାନେ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେଉଥିବା ସମ୍ପର୍କରେ କମିଶନଙ୍କ ଦୃଷ୍ଟିକୁ ଆସିଛି।

ଏହି ପରିସ୍ଥିତିକୁ ବିଚାରକୁ ନେବା ସହ ସମସ୍ତ ଯୋଗ୍ୟ ପରିବାରଙ୍କୁ ସର୍ଭେ ପରିସରଭୁକ୍ତ କରିବା ଏବଂ ସର୍ଭେ କାର୍ଯ୍ୟରେ ସଠିକତା ଓ ସମ୍ପୂର୍ଣ୍ଣତା ସୁନିଶ୍ଚିତ କରିବା ଉଦ୍ଦେଶ୍ୟରେ ରାଜ୍ୟ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ଉକ୍ତ ତିନୋଟି ଜିଲ୍ଲାରେ ଘରକୁ ଘର ସର୍ଭେ କାର୍ଯ୍ୟ ସମାପ୍ତିର ସମୟସୀମା ବୃଦ୍ଧି କରାଯାଇଛି।

ସଂଶୋଧିତ ସମୟସୀମା ଅନୁଯାୟୀ, ଗଞ୍ଜାମ ଜିଲ୍ଲାରେ ନଭେମ୍ବର ୨୧, ୨୦୨୬ ଏବଂ ଗଜପତି ଓ କନ୍ଧମାଳ ଜିଲ୍ଲାରେ ନଭେମ୍ବର ୧୪, ୨୦୨୬ ପର୍ଯ୍ୟନ୍ତ ସର୍ଭେ କାର୍ଯ୍ୟ ଜାରି ରହିବ। ପୂର୍ବରୁ ଏହି ସର୍ଭେ କାର୍ଯ୍ୟ ସମାପ୍ତିର ଶେଷ ତାରିଖ ୦୭.୧୦.୨୦୨୬ ରହିଥିଲା।

ଏହି ପରିପ୍ରେକ୍ଷୀରେ ସମ୍ପୃକ୍ତ ତିନୋଟି ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ସର୍ଭେ କାର୍ଯ୍ୟରେ ନିୟୋଜିତ ସମସ୍ତ କ୍ଷେତ୍ରସ୍ତରୀୟ କର୍ମଚାରୀଙ୍କୁ ଆବଶ୍ୟକ ନିର୍ଦ୍ଦେଶ ଦେବା ସହ ସର୍ଭେ କାର୍ଯ୍ୟକୁ ଅଧିକ ତ୍ୱରାନ୍ୱିତ କରିବାକୁ କୁହାଯାଇଛି। ଧାର୍ଯ୍ୟ ବର୍ଦ୍ଧିତ ସମୟସୀମା ମଧ୍ୟରେ ସମସ୍ତ ଯୋଗ୍ୟ ପରିବାରଙ୍କୁ ସର୍ଭେ ପରିସରଭୁକ୍ତ କରିବା ସହ କାର୍ଯ୍ୟ ସମାପ୍ତ କରିବା ଉପରେ ଗୁରୁତ୍ୱ ଦିଆଯାଇଛି।

ଏହି ସମୟସୀମା ବୃଦ୍ଧି କେବଳ ଗଞ୍ଜାମ, ଗଜପତି ଓ କନ୍ଧମାଳ ଜିଲ୍ଲା ପାଇଁ ପ୍ରଯୁଜ୍ୟ ହେବ। ଘରକୁ ଘର ସର୍ଭେ ସମ୍ପର୍କରେ କମିଶନଙ୍କ ପକ୍ଷରୁ ପୂର୍ବରୁ ଜାରି ଅନ୍ୟ ସମସ୍ତ ନିର୍ଦ୍ଦେଶାବଳୀ ଅପରିବର୍ତ୍ତିତ ରହିବ।

  • Related Posts

    ଏପ୍ରିଲରେ ପଞ୍ଚାୟତ, ମେ’ରେ ପୌର ନିର୍ବାଚନ

    ଭୁବନେଶ୍ୱର: ଆସନ୍ତା ବର୍ଷ ଏପ୍ରିଲ ମାସରେ ପଞ୍ଚାୟତ ନିର୍ବାଚନ ହେବ । ମେ ମାସରେ ପୌର ନିର୍ବାଚନ ପାଇଁ ଲକ୍ଷ୍ୟ ଅଛି । ଆସନ୍ତା ଜାନୁୟାରୀ ୧ ତାରିଖରେ ଚିଠା ଭୋଟର ତାଲିକା ବାହାରିବ । ଫେବ୍ରୁଆରୀ ୧୫ ତାରିଖ ସୁଦ୍ଧା…

    Continue reading
    ଦେଶ ଓ ଗଣତନ୍ତ୍ର ପାଇଁ ସବୁଠୁ ବଡ଼ ବିପଦ ରାହୁଲ ଗାନ୍ଧୀ : ଡ.ସୁଧାଂଶୁ ତ୍ରିବେଦୀ

    ଭୁବନେଶ୍ୱର: ବିଶ୍ୱର ପ୍ରମୁଖ ବିକଶିତ ରାଷ୍ଟ୍ରଗୁଡିକ ଆଜି ଘୋର ଆର୍ଥିକ ଦୁର୍ଗତି, ସାମାଜିକ ବିଶୃଙ୍ଖଳା ଓ ରାଜନୈତିକ ଅସ୍ଥିରତା ଭଳି ସମସ୍ୟା ଘେରରେ ଛନ୍ଦି ହୋଇପଡିଥିବାବେଳେ ଯଶସ୍ୱୀ ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ୱରେ ଭାରତର ଆର୍ôଥକ, ସାମାଜିକ ପ୍ରଗତି ଓ ଗରିବକଲ୍ୟାଣ କାର୍ଯ୍ୟକ୍ରମଗୁଡିକ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଜନତା ମଇଦାନରେ ଅନ୍ତର୍ଜାତୀୟ ବାଣିଜ୍ୟ ମେଳା-୨୦୨୬

    ଆପଣ ବି ଡେରି ରାତିରେ ଖାଉଛନ୍ତି କି… ସାବଧାନ! ଆପଣ ହେବେ ଷ୍ଟ୍ରୋକର ଶିକାର!

    ଆପଣ ବି ଡେରି ରାତିରେ ଖାଉଛନ୍ତି କି… ସାବଧାନ! ଆପଣ ହେବେ ଷ୍ଟ୍ରୋକର ଶିକାର!

    କମଳା ଚୋପାରୁ ଡ୍ରେସ୍‌ !

    ବିନା ପେଟ୍ରୋଲ, ଡିଜେଲ, ସିଏନ୍‌ଜି ଓ ବ୍ୟାଟେରିରେ ବି ଚାଲିବ ଗାଡ଼ି

    ମୁଁ ବି ଖୁବ୍‌ଶୀଘ୍ର ପିତା ହେବି କହିଲେ ସଲମାନ୍‌ ଖାନ୍‌

    ବାପା ହେବେ ଅନୁଭବ, ଖୁସି ଖବର ଦେଲେ ଜାଗୃତି

    ବାପା ହେବେ ଅନୁଭବ, ଖୁସି ଖବର ଦେଲେ ଜାଗୃତି