ଆଇ.ଡବ୍ଲ୍ୟୁ.ଡବ୍ଲ୍ୟୁ.ଏ ଓଡ଼ିଶା କେନ୍ଦ୍ର ପକ୍ଷରୁ ବିଶ୍ୱ ପରିବେଶ ଦିବସ ପାଳିତ

ଭୁବନେଶ୍ୱର:ଇଣ୍ଡିଆନ୍ ୱାଟର ୱାର୍କସ ଆସୋସିଏସନ , ଓଡ଼ିଶା କେନ୍ଦ୍ର ପକ୍ଷରୁ ପି.ଏଚ୍.ଇ.ଓ , ୱାଟକୋ ଏବଂ ଓ.ଡବ୍ଲ୍ୟୁ.ଏସ.ଏସ.ବିର ଯନ୍ତ୍ରୀମାନଙ୍କ ସହଯୋଗରେ ଭୁବନେଶ୍ୱରସ୍ଥିତ ଓଡ଼ିଶା ଅର୍ବାନ ଏକାଡେମୀ ପରିସରରେ ଏକ ବୃକ୍ଷରୋପଣ କାର୍ଯ୍ୟକ୍ରମ ଆୟୋଜନ କରାଯାଇ ବିଶ୍ୱ ପରିବେଶ ଦିବସ ୨୦୨୬ ପାଳନ କରାଯାଇଛି।ଚଳିତ ବର୍ଷର ବିଶ୍ୱସ୍ତରୀୟ ବିଷୟବସ୍ତୁ “ପ୍ରକୃତି ଦ୍ୱାରା ଅନୁପ୍ରାଣିତ , ଜଳବାୟୁ ପାଇଁ, ଆମ ଭବିଷ୍ୟତ ପାଇଁ ” ଅଧୀନରେ ଆୟୋଜିତ ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ଥିଲା ପରିବେଶ ସଂରକ୍ଷଣକୁ ପ୍ରୋତ୍ସାହନ ଦେବା, ସବୁଜିମା ବୃଦ୍ଧି କରିବା ଏବଂ ଜଳ ସୁରକ୍ଷା ଓ ସ୍ଥାୟୀ ବିକାଶ ଉପରେ ସଚେତନତା ସୃଷ୍ଟି କରିବା।

ଏହି ବୃକ୍ଷରୋପଣ କାର୍ଯ୍ୟକ୍ରମର ନେତୃତ୍ୱ ଆଇ.ଡବ୍ଲ୍ୟୁ.ଡବ୍ଲ୍ୟୁ.ଏ ଓଡ଼ିଶା କେନ୍ଦ୍ରର ସଭାପତି ଯନ୍ତ୍ରୀ ହାଡ଼ିବନ୍ଧୁ ବେହେରା ଏବଂ ସମ୍ପାଦକ ଯନ୍ତ୍ରୀ ବିଳାସ କୁମାର ବେହେରା ନେଇଥିଲେ। ଆଇ.ଡବ୍ଲ୍ୟୁ.ଡବ୍ଲ୍ୟୁ.ଏର ସାଧାରଣ ସମ୍ପାଦକ ଯନ୍ତ୍ରୀ ବସନ୍ତ କୁମାର ପରିଡ଼ା ଏହି କାର୍ଯ୍ୟକ୍ରମରେ ଯୋଗଦେଇ ପରିବେଶ ସୁରକ୍ଷା ଓ ଜଳ ସଂରକ୍ଷଣ ପାଇଁ ମିଳିତ ପ୍ରୟାସର ଆବଶ୍ୟକତା ଉପରେ ଆଲୋକପାତ କରିଥିଲେ।

ଏହି ଅବସରରେ ଅବସରପ୍ରାପ୍ତ ପ୍ରବିଣ ଯନ୍ତ୍ରୀ ସତ୍ୟେନ୍ଦ୍ର ମୋହନ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରାକୃତିକ ସମ୍ପଦର ସୁରକ୍ଷା ଏବଂ ସ୍ଥାୟୀ ବିକାଶକୁ ଆଗେଇ ନେବାରେ ଯନ୍ତ୍ରୀମାନଙ୍କ ଭୂମିକା ଉପରେ ଗୁରୁତ୍ୱାରୋପ କରିଥିଲେ। ଆଧୁନିକ ଯୁଗର ପରିବେଶ ସଙ୍କଟ ଓ ପ୍ରଦୂଷଣ କୌଣସି ଗୋଟିଏ ଦିନର ସମସ୍ୟା ନୁହଁ, । ତେଣୁ ଏହାର ସମାଧାନ କେବଳ ଭାଷଣ କିମ୍ବା ବର୍ଷକୁ ଥରେ ପରିବେଶ ଦିବସ ପାଳନ କରିବାର ନାହିଁ। ଏଥିପାଇଁ ବ୍ୟକ୍ତିଗତ ଓ ସାମାଜିକ ସ୍ତରରେ କିଛି ଦୀର୍ଘ କାଳୀନ ସ୍ଥାୟୀ ପଦକ୍ଷେପ ଆପଣାଇବାକୁ ପଡ଼ିବ ବୋଲି ଶ୍ରୀ ପଟ୍ଟନାୟକ ପରାମର୍ଶଦେଇଥିଲେ ।

କାର୍ଯ୍ୟକ୍ରମରେ ୱାଟକୋ ଏମ୍ ଡି ଯନ୍ତ୍ରୀ ଦେବବ୍ରତ ମହାନ୍ତିଙ୍କ ସମେତ ବହୁ ବରିଷ୍ଠ ଯନ୍ତ୍ରୀ ଏବଂ ଜଳ-କ୍ଷେତ୍ରର ବିଶେଷଜ୍ଞମାନେ ଅଂଶଗ୍ରହଣ କରି ଯୁବ ଯନ୍ତ୍ରୀମାନଙ୍କୁ ପରିବେଶ ଅନୁକୂଳ ତଥା ଦାୟିତ୍ୱବାନ କାର୍ଯ୍ୟଶୈଳୀ ଆପଣେଇବାକୁ ଉତ୍ସାହିତ କରିଥିଲେ।

ଏହି ଉତ୍ସବର ଏକ ଅଂଶ ସ୍ୱରୂପ, ଆଇ.ଡବ୍ଲ୍ୟୁ.ଡବ୍ଲ୍ୟୁ.ଏ ଓଡ଼ିଶା କେନ୍ଦ୍ର ପକ୍ଷରୁ ଆଗାମୀ ବର୍ଷଗୁଡ଼ିକରେ ବିଭିନ୍ନ ଶିକ୍ଷାନୁଷ୍ଠାନ ଓ ସରକାରୀ ପରିସରରେ ବ୍ୟାପକ ଚାରା ରୋପଣ କରିବା ପାଇଁ ଏକ ମହତ୍ତ୍ୱାକାଂକ୍ଷୀ ଅଭିଯାନର ଶୁଭାରମ୍ଭ କରାଯାଇଛି। ଏହି ଅଭିଯାନର ପ୍ରଥମ ପର୍ଯ୍ୟାୟ ସ୍ୱରୂପ ଓଡ଼ିଶା ଅର୍ବାନ ଏକାଡେମୀ ପରିସରରେ ଚାରା ରୋପଣ କରାଯାଇଥିଲା।

ଆଗାମୀ ପିଢ଼ି ପାଇଁ ଏକ ସବୁଜ, ସ୍ୱଚ୍ଛ ଏବଂ ଅଧିକ ସ୍ଥାୟୀ ଭବିଷ୍ୟତ ଗଠନ ଦିଗରେ ଯୋଗଦାନ କରିବା ସହ ରାଜ୍ୟସାରା ଏଭଳି ପରିବେଶ ଅନୁକୂଳ କାର୍ଯ୍ୟକ୍ରମ ଜାରି ରଖିବା ପାଇଁ ଏକ ମିଳିତ ସଂକଳ୍ପ ସହିତ କାର୍ଯ୍ୟକ୍ରମଟି ସଫଳତାର ସହ ସମାପ୍ତ ହୋଇଥିଲା।

  • Related Posts

    କାଳବୈଶାଖୀର ତାଣ୍ଡବ : ବ୍ୟାପକ କ୍ଷୟକ୍ଷତି

    କ୍ଷତିପୂରଣ ଦାବିରେ ଦେବଗଡ଼ – ଅନୁଗୁଳ ଜାତୀୟ ରାଜପଥ ରାସ୍ତାରୋକ ଦେବଗଡ଼: ଦେବଗଡ଼ ଜିଲ୍ଲା ରିଆମାଳ ବ୍ଲକ ଅଞ୍ଚଳରେ କାଳବୈଶାଖୀର ତାଣ୍ଡବ ପ୍ରଭାବରେ ବ୍ୟାପକ କ୍ଷତିଗ୍ରସ୍ତ ହୋଇଛି। କ୍ଷତିପୂରଣ ଦାବିରେ ଦେବଗଡ଼ – ଅନୁଗୁଳ ଜାତୀୟ ରାଜପଥରେ ବହୁ କ୍ଷତିଗ୍ରସ୍ତ ପରିବାର…

    Continue reading
    ରାଇକିଆ ମଣ୍ଡଳର ସାଂଗଠନିକ ବୈଠକ ଅନୁଷ୍ଠିତ

    ରାଇକିଆ: କନ୍ଧମାଳ ଜିଲ୍ଲା ରାଇକିଆ ଭାଜପା ମଣ୍ଡଳ ପକ୍ଷରୁ ଦଡିଙ୍ଗିଆ ପଂଚାୟତ ପିସେରାମା ଠାରେ ଏକ ସାଂଗଠନିକ ବୈଠକ ଅନୁଷ୍ଠିତ ହୋଇଯାଇଛି। ରାଇକିଆ ମଣ୍ଡଳ ସଭାପତି ସନ୍ତୋଷ ପାତ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବୈଠକରେ ସଂଗଠନର ସୁଦୃଢୀକରଣ, ଆଗାମୀ କାର୍ଯ୍ୟକ୍ରମର ରୂପରେଖା…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ

    ବଢ଼ୁଛି ଉପଭୋକ୍ତାଙ୍କ ଭରସା, ବୃଦ୍ଧି ପାଉଛି ବିପିସିଏଲର ପିଏନ୍‌ଜି ସଂଯୋଗୀକରଣ

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ