ଆଜିଠାରୁ ବିଜେଡିର ଦ୍ବିତୀୟ ପର୍ୟ୍ୟାୟ ଜନସଂପର୍କ ପଦଯାତ୍ରା

ଭୁବନେଶ୍ବର: ଆଜିଠାରୁ ଆସନ୍ତା ୭ ତାରିଖ ଯାଏଁ ବିଜେଡିର ଦ୍ବିତୀୟ ପର୍ୟ୍ୟାୟ ଜନସଂପର୍କ ପଦଯାତ୍ରା । ବିଭିନ୍ନ ବ୍ଲକ ଓ ସାଂଗଠନିକ ଜିଲ୍ଲାରେ ଆରମ୍ଭ ହେବ ଅଭିଯାନ। ପୂର୍ବରୁ ଅକ୍ଟୋବର ୨୧ରୁ ୩୦ ଯାଏ ଦ୍ବିତୀୟ ପର୍ୟ୍ୟାୟ ପଦଯାତ୍ରା ସ୍ଥିରୀକୃତ ହୋଇଥିଲା। ହେଲେ ବାତ୍ୟା  ଦାନା ନେଇ ତାରିଖ ପରିବର୍ତ୍ତନ କରିଥିଲା ଦଳ । ଯେଉଁ ସବୁ ସ୍ଥାନରେ ବାତ୍ୟାର ପ୍ରଭାବ ନଥିଲା, ସେଠାରେ ପୂର୍ବ ସୂଚୀ ଅନୁସାରେ ପଦଯାତ୍ରା ଜାରି ରହିଛି। ଗାନ୍ଧୀ ଜୟନ୍ତୀ ଅବସରେ ମହାତ୍ମା ଗାନ୍ଧିଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ ପଦଯାତ୍ରାର ଶୁଭାରମ୍ଭ କରିଥିଲେ ଦଳୀୟ ସଭାପତି ନବୀନ ପଟ୍ଟନାୟକ।
ପଦଯାତ୍ର ଉଦଘାଟନ ଦିନ ହିଁ ଏକାମ୍ର ଭୁବନେଶ୍ବରରେ ଦେଖିବାକୁ ମିଳିଥିଲା ନବୀନ କ୍ରେଜ। କ୍ଷମତାରେ ନଥିଲେ ବି ଜନସେବା ଜାରି ରଖିବାକୁ ଉଦବୋଧନ ଦେଇ ସମସ୍ତଙ୍କ ହୃଦୟ ଜିତିଥିଲେ ନବୀନ। ପଦଯାତ୍ରା ଜରିଆରେ ବି ଚାଲିଛି ବିଜେଡିର ସଭ୍ୟ ସଂଗ୍ରହ ଅଭିଯାନ । ତ୍ୟାଗ ଓ ସେବାର ପ୍ରତୀକ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଜୟନ୍ତୀରେ ବିଜୁ ଜନତା ଦଳ ସଭ୍ୟ ସଂଗ୍ରହ ଅଭିଯାନ ଆରମ୍ଭ କରିଥିଲା। ଏହା ଦୁଇ ମାସ ଧରି ଚାଲିବ । ଏଥର ଏକ କୋଟିରୁ ଅଧିକ ସଭ୍ୟ ସଂଗ୍ରହ ଲକ୍ଷ୍ୟ ରଖିଛି ବିଜେଡି।

  • Related Posts

    ବାରଙ୍ଗ ପୋଲିସ ହାଜତ ହିଂସା ସରକାର ବିଚାର ବିଭାଗୀୟ ତଦନ୍ତ କଲେ ନାହିଁ କାହିଁକି ?

    ଭୁବନେଶ୍ୱର: ବାରଙ୍ଗ ହାଜତ ନିର୍ଯ୍ୟାତନା ଓ଼ ରାଜ୍ୟରେ ଉଦବେଗଜନକ ଭାବେ ବୃଦ୍ଧି ପାଉଥିବା ହାଜତ ମୃତ୍ୟୁ ମାମଲାକୁ ନେଇ ପିସିସି ଗଣମାଧ୍ୟମ ତରଫରୁ କଂଗ୍ରେସ ଭବନ ଠାରେ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜିତ ହୋଇଥିଲା ଏହି ସାମ୍ବାଦିକ ସମ୍ମିଳନୀରେ ପୂର୍ବତନ ବିଧାୟକ…

    Continue reading
    ବିଚାରଧାରାକୁ ନେଇ ରାଜସ୍ୱ ମନ୍ତ୍ରୀଙ୍କ ମନ୍ତବ୍ୟ ପିଲାଳିଆମି: ବିଜେଡି

    ଭୁବନେଶ୍ୱର: ରାଜନୈତିକ ଦଳର ବିଚାରାଧାରାକୁ ନେଇ ବିଜେପି ନେତା ତଥା ରାଜସ୍ୱ ମନ୍ତ୍ରୀ ଶ୍ରୀ ସୁରେଶ ପୂଜାରୀ ଦେଇଥିବା ମନ୍ତବ୍ୟ ଅତ୍ୟନ୍ତ ଅଶୋଭନୀୟ ଓ ପିଲାଳିଆମି ବୋଲି ବିଜେଡି କହିଛି । ବିଜେପି ଦଳରେ ରହିଥିବା ଦୁର୍ବଳତା ତଥା ଅର୍ନ୍ତଦ୍ୱନ୍ଦ୍ୱକୁ ଦୂର…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ

    ବଢ଼ୁଛି ଉପଭୋକ୍ତାଙ୍କ ଭରସା, ବୃଦ୍ଧି ପାଉଛି ବିପିସିଏଲର ପିଏନ୍‌ଜି ସଂଯୋଗୀକରଣ

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ