
ଭୁବନେଶ୍ୱର: ଆଜି ରାକ୍ଷୀ ପୂର୍ଣ୍ଣିମା ଅବସରରେ ମହିଳାଙ୍କ ପାଇଁ ବଡ଼ ଘୋଷଣା କରିଛନ୍ତି CRUT (Comprehensive Region Urban Transport) କର୍ତ୍ତୃପକ୍ଷ। ଆଜି ମହିଳାମାନେ ମାଗଣାରେ ‘ଆମ ବସ୍’ରେ ଯିବାଆସିବା କରିପାରିବେ।
ଭୁବନେଶ୍ୱର, କଟକ, ପୁରୀ, ରାଉରକେଲା, ସମ୍ବଲପୁର, ବ୍ରହ୍ମପୁର ଓ କେନ୍ଦୁଝର ସହରରେ ମହିଳାମାନେ ‘ଆମ ବସ୍’ ସେବା ମାଗଣାରେ ପାଇପାରିବେ। ଏଥିଯୋଗୁ ଆଜି ପ୍ରାୟ ୧ ଲକ୍ଷରୁ ଅଧିକ ମହିଳା ଯାତ୍ରୀ ଉପକୃତ ହେବେ ବୋଲି CRUT ପକ୍ଷରୁ କୁହାଯାଇଛି।
CRUT ପକ୍ଷରୁ ମହିଳା ଯାତ୍ରୀମାନଙ୍କ ଉଦ୍ଦେଶ୍ୟରେ କୁହାଯାଇଛି ଯେ ଦୟାକରି ସେମାନେ ବସ୍ ଗାଇଡ୍ଙ୍କଠାରୁ ଶୂନ୍ୟ ଭଡ଼ା ଉଲ୍ଲେଖ ଥିବା ଟିକେଟ୍ ନିହାତି ସଂଗ୍ରହ କରନ୍ତୁ।




