ଆଜି ଇସ୍ତଫା ଘୋଷଣା କରିପାରନ୍ତି କିର୍‌ ଷ୍ଟାର୍ମର

ଲଣ୍ଡନ: ଆଜି ବ୍ରିଟେନ ପ୍ରଧାନମନ୍ତ୍ରୀ କିର୍‌ ଷ୍ଟାର୍ମର ନିଜର ଇସ୍ତଫା ଘୋଷଣା କରିପାରନ୍ତି । ବ୍ରିଟିଶ ଖବରକାଗଜ ‘ଦି ଅବ୍‌ଜର୍ଭର୍‌’ ପକ୍ଷରୁ ପ୍ରକାଶିତ ରିପୋର୍ଟରେ ଏଭଳି ଦାବି କରାଯାଇଛି । କ୍ୟାବିନେଟ ମନ୍ତ୍ରୀ, ପରାମର୍ଶଦାତା ଓ ଟ୍ରେଡ୍‌ ୟୁନିଅନ ନେତାଙ୍କ ସହ ଷ୍ଟାର୍ମର ଆଲୋଚନା କରିବା ପରେ ସେ ପଦରେ ଆଉ ରହିବା ଉଚିତ ନୁହେଁ ବୋଲି ମତପ୍ରକାଶ ପାଇଛି । ଷ୍ଟାର୍ମରଙ୍କ ଲେବର ପାର୍ଟିର ୧୦୦ରୁ ଅଧିକ ସାଂସଦ ତାଙ୍କୁ ଇସ୍ତଫା ଦେବାକୁ ପରାମର୍ଶ ଦେଇଛନ୍ତି ।

ଷ୍ଟାର୍ମର ଯଦି ଇସ୍ତଫା ଦିଅନ୍ତି ତେବେ ଗତ ୧୦ ବର୍ଷ ଭିତରେ ସମୟ ପୂର୍ବରୁ ପଦ ଛାଡିବାରେ ସେ ହେବେ ଷଷ୍ଠ ପ୍ରଧାନମନ୍ତ୍ରୀ । କାରଣ ଏହା ପୂର୍ବରୁ ଡେଭିଡ କ୍ୟାମେରନ, ଥେରେସା ମେ, ବୋରିସ୍‌ ଜନସନ, ଲିଜ ଟ୍ରସ୍‌ ଏବଂ ରୁଷି ସୁନକ ନିଜ କାର୍ଯ୍ୟକାଳ ଶେଷ ହେବା ପୂର୍ବରୁ ଇସ୍ତଫା ଦେଇଛନ୍ତି ।

ଗତ ଶୁକ୍ରବାର ଉପନିର୍ବାଚନରେ ଷ୍ଟାର୍ମରଙ୍କ ବିରୋଧୀ ତଥା ଲେବର ପାର୍ଟିର ଅନ୍ୟତମ ନେତା ଆଣ୍ଡି ବର୍ଣ୍ଣହାମ୍‌ ବିଜୟୀ ହୋଇଥିଲେ । ତାଙ୍କୁ ଅଧିକାଂଶ ସାଂସଦ ସମର୍ଥନ କରୁଥିବାରୁ ଷ୍ଟାର୍ମରଙ୍କ ଉପରେ ଇସ୍ତଫା ଚାପ ବଢ଼ିବାରେ ଲାଗିଛି ।

  • Related Posts

    ଟିଏମସିରେ ବିଦ୍ରୋହ:ମମତାଙ୍କ ସ୍ଥାନରେ ଅରୂପ ରାୟ ସଭାପତି

    କଲକାତା : ପଶ୍ଚିମବଙ୍ଗର ତୃଣମୂଳ କଂଗ୍ରେସ (ଟିଏମସି)ରେ ଲାଗି ରହିଥିବା ବିଦ୍ରୋହ କ୍ରମରେ ଦଳର ନୂଆ ସଭାପତି ନିର୍ବାଚନ କରାଯାଇଛି। ଟିଏମସିର ବରିଷ୍ଠ ବିଧାୟକ ଅରୂପ ରାୟଙ୍କୁ ଦଳର ସଭାପତି ନିର୍ବାଚନ କରାଯାଇଛି। ରାଜ୍ୟ ବିଧାନସଭା ବିରୋଧୀ ଦଳ ନେତା ଋତବ୍ରତ…

    Continue reading
    ଟ୍ରମ୍ପଙ୍କ ସହ ସବୁକଥାରେ ଏକମତ ନୁହେଁ : ନେତାନ୍ୟାହୁ

    ଜେରୁଜେଲମ୍‌ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ସେ ସର୍ବଦା ଏକମତ ନୁହନ୍ତ ବୋଲି ସ୍ପଷ୍ଟ କରି ଦେଇଛନ୍ତି ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ। ନେତାନ୍ୟାହୁ କହିଛନ୍ତି, ଦୁଇ ଦେଶର ନେତା ସବୁବେଳେ ପରସ୍ପରର କଥା ସମ୍ପୂର୍ଣ୍ଣ ସ୍ବୀକାର କରି…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ

    ବଢ଼ୁଛି ଉପଭୋକ୍ତାଙ୍କ ଭରସା, ବୃଦ୍ଧି ପାଉଛି ବିପିସିଏଲର ପିଏନ୍‌ଜି ସଂଯୋଗୀକରଣ

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ