
ଆଜି ଗୋଟିଏ ମଞ୍ଚରେ ଏକାଠି ହେବେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଫିଲିପାଇନ୍ସର ରାଜଧାନୀ ମନିଲାରେ ଆଜି ଆୟୋଜିତ ହେବ କ୍ୱାଡ୍ ନେତାଙ୍କ ଶିଖର ସମ୍ମିଳନୀ । ଏହି ବୈଠକରେ ମୋଦୀ ଓ ଟ୍ରମ୍ପଙ୍କ ସମେତ ଜାପାନ ଓ ଅଷ୍ଟ୍ରେଲିଆର ପ୍ରଧାନମନ୍ତ୍ରୀ ମଧ୍ୟ ସାମିଲ ହେବେ ।ସୂଚନା ଅନୁସାରେ, ମୋଦୀ ଫିଲିପାଇନ୍ସରେ ପହଞ୍ଚି ସାରିଥିବା ବେଳେ ଆଜି ଟ୍ରମ୍ପ ସେଠାରେ ପହଞ୍ଚିବେ । ମନିଲାର ସ୍ଥାନୀୟ ସମୟ ସନ୍ଧ୍ୟା ୬ଟା ୧୫ ମିନିଟ୍ରେ କ୍ୱାଡ୍ ନେତାଙ୍କ ବୈଠକ ଆରମ୍ଭ ହେବାର କାର୍ଯ୍ୟକ୍ରମ ରହିଛି ।
ଦୁଇ ବର୍ଷର ବ୍ୟବଧାନ ପରେ ହେଉଥିବା ଏହି ବୈଠକରେ ଚାରି ଦେଶର ନେତାମାନେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଆଞ୍ଚଳିକ ଓ ବିଶ୍ୱସ୍ତରୀୟ ପ୍ରସଙ୍ଗରେ ଆଲୋଚନା କରିବେ । ଭାରତ, ଆମେରିକା, ଜାପାନ ଓ ଅଷ୍ଟ୍ରେଲିଆର ନେତାଙ୍କ ଏହି ମିଳିତ ବୈଠକ ଉପରେ ରହିଛି ସମସ୍ତଙ୍କ ନଜର ।
ବିଶେଷ କଥା ହେଉଛି, ଟ୍ରମ୍ପଙ୍କ ପ୍ରସ୍ତାବିତ ଚୀନ୍ ଗସ୍ତ ଏବଂ ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ଙ୍କ ସହ ହେବାକୁ ଥିବା ଦ୍ୱିପାକ୍ଷିକ ବୈଠକ ପୂର୍ବରୁ ଏହି କ୍ୱାଡ୍ ସମ୍ମିଳନୀ ଆୟୋଜିତ ହେଉଛି । ତେଣୁ ଏହି ବୈଠକର ଆଲୋଚନା ଓ ନିଷ୍ପତ୍ତି ଉପରେ ଅନ୍ତର୍ଜାତୀୟ ମହଲର ନଜର ରହିଛି ।






