ଆଜି ଚନ୍ଦ୍ରଗ୍ରହଣ : ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦେବ ନୀତି

ପୁରୀ : ଅନ୍ୟ ଦେବାଳୟଠାରୁ ଶ୍ରୀମନ୍ଦିର ରୀତିନୀତିରେ ଅନେକ ସ୍ବାତନ୍ତ୍ର୍ୟ ରହିଛି। ଚନ୍ଦ୍ର ଗ୍ରହଣ ଓ ସୂ‌େ‌ର୍ୟ୍ୟାପରାଗରେ ସବୁଆଡ଼େ ଦେବ ନୀତି ବନ୍ଦ ରହିଥାଏ, କିନ୍ତୁ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ସ୍ବତନ୍ତ୍ର ଦେବ ନୀତି ଅନୁଷ୍ଠିତ ହୋଇଥାଏ। ଶ୍ରୀମନ୍ଦିରର ବରିଷ୍ଠ ସେବାୟତ ବିନାୟକ ଦାସ ମହାପାତ୍ର କହିଛନ୍ତି, ମହାପ୍ରଭୁ ହେଉଛନ୍ତି ଗ୍ରହରୂପୀ ଜନାର୍ଦନ। ଗ୍ରହଣ ଲାଗିଲେ ଜଗନ୍ନାଥ ମହାପ୍ରଭୁଙ୍କ ନୀତି ଆରମ୍ଭ ହୋଇଥାଏ। ଗ୍ରହଣ ପାଇଁ ଆଜି ୧୨ଟା ୫୭ ମିନିଟ୍‌ ପୂର୍ବରୁ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ସମସ୍ତ ଦେବ ନୀତି ସମ୍ପନ୍ନ ହେବ। ଯେତେବେଳେ ଗ୍ରହଣ ଆରମ୍ଭ ହେବ ସେତେବେଳେ ମହାପ୍ରଭୁଙ୍କ ସ୍ବତନ୍ତ୍ର ଗ୍ରହଣ ନୀତି ଆରମ୍ଭ ହେବ। ଗ୍ରହଣ ଲାଗିବା ମାତ୍ରକେ ପ୍ରଥମେ ମହାପ୍ରଭୁଙ୍କ ମାଘ ସ୍ନାନ ଅନୁଷ୍ଠିତ ହେବ। ମହାସ୍ନାନ ନୀତି ପରେ ଖଇ କୋରା ଭୋଗ ହେବ। ଏହି ଭୋଗ ନୀତି ପରେ ଅନ୍ୟାନ୍ୟ ନୀତି ଚାଲିବ। ଚନ୍ଦ୍ରଗ୍ରହଣରେ କିଭଳି ଶ୍ରୀମନ୍ଦିରରେ ନୀତିକାନ୍ତି ଶୃଙ୍ଖଳିତ ରହିବ ସେ ନେଇ ସମସ୍ତ ପ୍ରସ୍ତୁତି ସରିଛି। ସ୍ବତନ୍ତ୍ର ନୀତି ନିର୍ଘଣ୍ଟ ସ୍ଥିର ହୋଇଛି। ରବିବାର ଚନ୍ଦ୍ରଗ୍ରହଣ ଥିବାରୁ ଶନିବାର ରାତ୍ର ୨ଟାରେ ଶ୍ରୀମନ୍ଦିରରେ ଦ୍ୱାରଫିଟା ନୀତି, ୨ଟା ୩୦ରେ ଭିତରଶୋଧ, ୨ଟା ୪୦ରେ ମଙ୍ଗଳ ଆଳତି ସହିତ ଅନ୍ୟାନ୍ୟ ନୀତିକାନ୍ତି ବଢ଼ିବା ପରେ ସକାଳ ୫ଟାରୁ ୬ଟା ମଧ୍ୟରେ ସକାଳ ଧୂପ (କେବଳ କୋଠଭୋଗ) ନୀତି ଅନୁଷ୍ଠିତ ହେବ। ପରେ ଅନ୍ୟାନ୍ୟ ନୀତି ବଢ଼ି ଅପରାହ୍ଣ ୧୨ଟା ୩୦ରେ ଇନ୍ଦ୍ର ଗୋବିନ୍ଦ ବନ୍ଦାପନା ନୀତି ଅନୁଷ୍ଠିତ ହେବ। ଏହାପରେ ମଇଲମ, ତଡ଼ପ ଲାଗି ହୋଇ ଭିତର କାଠ ଦର୍ଶନ ହେବ। ଭକ୍ତମାନେ ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କୁ ଦର୍ଶନ କରିବେ। ଗ୍ରହଣ ସ୍ପର୍ଶ ରାତ୍ର ୯ଟା ୫୭ ମିନିଟ ୨୨ ସେକେଣ୍ଡ ପରେ ମହାପ୍ରଭୁଙ୍କ ଗ୍ରହଣ ମହାସ୍ନାନ ଗ୍ରହଣ ଭୋଗ ଆଦି ନୀତି ସରିବା ପରେ ଅନ୍ୟାନ୍ୟ ନୀତି ମାନ ଅନୁଷ୍ଠିତ ହେବ।

  • Related Posts

    ଜେଲ ଗଲେ ମହାକାଳପଡ଼ା ସରପଞ୍ଚ

    ମହାକାଳପଡ଼ା : ଜେଲ ଗଲେ ମହାକାଳପଡ଼ା ତିଖିରି ସରପଞ୍ଚ ଚାମେଲି ଓଝା। ଜାମିନ୍ ଆବେଦନ ଖାରଜ ପରେ ଚାମେଲିଙ୍କୁ ନ୍ୟାୟିକ ହେପାଜତକୁ ପଠାଯାଇଛି। ମହାକାଳପଡ଼ା ବ୍ଲକ ପରିସରରେ ହାଇଡ୍ରାମାକୁ ନେଇ ଗତ ୨ ଦିନ ହେଲା ଚର୍ଚ୍ଚା ଲାଗି ରହିଛି। ବିଡିଓଙ୍କୁ…

    Continue reading
    ୮ ପିତୃମାତୃହୀନ ପିଲାଙ୍କୁ “ଗ୍ରୀନ ପ୍ୟାସଜ” ମାଧ୍ୟମରେ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଉଚ୍ଚ ଶିକ୍ଷା

    କୋଭିଡ ମହାମାରୀ ସମୟରେ ପିତା କିମ୍ବା ଉଭୟ ପିତାମାତାଙ୍କୁ ହରାଇଥିବା ଶିଶୁମାନଙ୍କୁ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ପକ୍ଷରୁ ଆଶୀର୍ବାଦ ଯୋଜନାରୁ ଆର୍ଥିକ ସହାୟତା ପ୍ରଦାନ କରି ସେମାନଙ୍କ ଶିକ୍ଷାକୁ ସୁନିଶ୍ଚିତ ଓ ଶୈଶବକୁ ସ୍ଵଭାବିକ କରIଯାଇଥିଲା I ଚଳିତ ବର୍ଷ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ

    ବଢ଼ୁଛି ଉପଭୋକ୍ତାଙ୍କ ଭରସା, ବୃଦ୍ଧି ପାଉଛି ବିପିସିଏଲର ପିଏନ୍‌ଜି ସଂଯୋଗୀକରଣ

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ