ଆଜି ସରିବ ବାହାର ରତ୍ନଭଣ୍ଡାର ଗଣତିମଣତି

ପୁରୀ: ଆଜି ଶେଷ ହୋଇପାରେ ବାହାର ରତ୍ନଭଣ୍ଡାର ଗଣତିମଣତି ପ୍ରକ୍ରିୟା । ଆସନ୍ତା ୧୩ ତାରିଖ ଅର୍ଥାତ୍ ସୋମବାରଠାରୁ ଆରମ୍ଭ ହୋଇପାରେ ଭିତର ରତ୍ନଭଣ୍ଡାର ଗଣତିମଣତି । ଏନେଇ ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ ପାଢ଼ୀ । ଲଗାତାର ତୃତୀୟ ଦିନରେ ଶୁକ୍ରବାର ୭ ଘଣ୍ଟା ୧୦ ମିନିଟ୍ ଧରି ବାହାର ଭଣ୍ଡାରରେ ଥିବା ରତ୍ନ ଅଳଙ୍କାର ଗଣତିମଣତି ହୋଇଥିଲା । ଗଣତିମଣତି ସାରି ଶ୍ରୀମନ୍ଦିରରୁ ଫେରିବା ପରେ ଡ. ପାଢ଼ୀ ଏହି ସୂଚନା ଦେଇଥିଲେ ।
ଶୁକ୍ରବାର ଦିନ ୧୧ଟା ୨୫ରୁ ଆରମ୍ଭ ହୋଇ ସନ୍ଧ୍ୟା ୬ଟା ୩୫ରେ ଶେଷ ହୋଇଥିଲା ବାହାର ଭଣ୍ଡାର ରତ୍ନ ଅଳଙ୍କାର ଗଣତିମଣତି ପ୍ରକ୍ରିୟା । ଅଧିକାଂଶ ଅଳଙ୍କାରର ଗଣତିମଣତି କାର୍ଯ୍ୟ ଶେଷ ହୋଇଛି । ସମସ୍ତ ଅଳଙ୍କାରର ଫଟୋ, ଭିଡିଓ, ୩ଡି ମ୍ୟାପିଂ, ଇ-କାଟାଲଗ କରାଯାଇଛି । ବୈଜ୍ଞାନିକ ପଦ୍ଧତିରେ ଅଳଙ୍କାରରେ ବ୍ୟବହୃତ ମୋତି, ମାଣିକ୍ୟକୁ ଜେମୋଲୋଜିଷ୍ଟ ଯାଞ୍ଚ କରି ତାଲିକାଭୁକ୍ତ କରୁଛନ୍ତି । ଚଳନ୍ତି ଭଣ୍ଡାରରେ ଗଣତିମଣତି ହୋଇନଥିବା କିଛି ରତ୍ନ ଅଳଙ୍କାର ଆଦିକୁ ମଧ୍ୟ ଗଣତିମଣତି ପ୍ରକ୍ରିୟାଭୁକ୍ତ କରାଯାଇଥିଲା । ଦିନତମାମ ଭିତର କାଠ ଠାରୁ ମହାପ୍ରଭୁଙ୍କ ଦର୍ଶନ ପାଇଥିଲେ ଶ୍ରଦ୍ଧାଳୁ । କେବଳ ପାଳିଥିବା ସେବାୟତମାନେ ଜଗମୋହନ ଦେଇ ଗର୍ଭଗୃହକୁ ମହାପ୍ରଭୁଙ୍କ ସେବାପୂଜା ନିମନ୍ତେ ଯାଇଥିଲେ । ଗଣତିମଣତି ପ୍ରକ୍ରିୟା ସମୟ ସାପେକ୍ଷ ଓ କଷ୍ଟସାଧ୍ୟ । ନିର୍ଭୁଲ ଗଣତିମଣତି କରିବାକୁ ପ୍ରୟାସ ହେଉଛି ବୋଲି ମୁଖ୍ୟ ପ୍ରଶାସକ କହିଥିଲେ ।
ହାଇଲେଭର କମିଟି ଅଧ୍ୟକ୍ଷ ଜଷ୍ଟିସ୍ ବିଶ୍ୱନାଥ ରଥଙ୍କ ସମେତ ଜିଲ୍ଲାପାଳ, ଏସ୍ପି, ଅଧିକୃତ ସେବାୟତ, ଅଧିକାରୀ ଓ ବ୍ୟକ୍ତି ବିଶେଷ ଏହି ପ୍ରକ୍ରିୟାରେ ଏସ୍ଓପି ଅନୁଯାୟୀ ସାମିଲ ହୋଇଥିଲେ । ମାର୍ଗଦର୍ଶିକା ମୁତାବକ ମଧ୍ୟ ଗଣତିମଣତି ଚାଲିଛି । ଯଦି ଶନିବାର ବାହାର ଭଣ୍ଡାର ଗଣତି ପ୍ରକ୍ରିୟା ଶେଷ ହୁଏ, ଆସନ୍ତା ୧୩ ତାରିଖରୁ ଭିତର ଭଣ୍ଡାରରେ ଥିବା ରତ୍ନ ଅଳଙ୍କାର ଆଦିର ଗଣତିମଣତି କାର୍ଯ୍ୟ ଆରମ୍ଭ ହେବ । ରବିବାର ଭିଡ଼କୁ ଦୃଷ୍ଟିରେ ରଖି ବନ୍ଦ ରହିବ ଗଣତିମଣତି କାର୍ଯ୍ୟ । ନୀତି ବହୁଳତା ଦିନ ପରେ ଚଳିତ ମାସ ୧୬ରୁ ୧୮ ତାରିଖ ପର୍ଯ୍ୟନ୍ତ ଗଣତିମଣତି କାର୍ଯ୍ୟ ପୁଣି ହେବ । ସେପଟେ ବାହାର ଭଣ୍ଡାରରେ ଥିବା ରତ୍ନ ଅଳଙ୍କାର ଆଦିର ପ୍ରାୟ ୮୦ରୁ ୯୦ ଭାଗ ଗଣତିମଣତି କାର୍ଯ୍ୟ ଶେଷ ହୋଇଛି ବୋଲି କହିଛନ୍ତି ଛତିଶା ନିଯୋଗ ମହାନାୟକ ଜନାର୍ଦ୍ଦନ ପାଟଯୋଶୀ ମହାପାତ୍ର ।

  • Related Posts

    ପ୍ରଶ୍ନପତ୍ର ଲିକ୍ ଘଟଣା: ଏମ୍‌କେସିଜିରେ ପହଞ୍ଚିଲା ସ୍ୱାସ୍ଥ୍ୟ ବିଭାଗର ଉଚ୍ଚସ୍ତରୀୟ ଟିମ୍

    ଏମ୍‌କେସିଜି ମେଡିକାଲ କଲେଜରେ ମେଡିକାଲ ପିଜି ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ମାମଲା । ଘଟଣାର ତଦନ୍ତ କରିବା ପାଇଁ ଆଜି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଏକ ୩ ଜଣିଆ ସ୍ୱତନ୍ତ୍ର ଟିମ୍ ଏମ୍‌କେସିଜି ମେଡିକାଲ କଲେଜରେ ପହଞ୍ଚିଛନ୍ତି…

    Continue reading
    ପ୍ରଥମ ଶ୍ରେଣୀ ସାହିତ୍ୟ ବହିରେ ଗୁରୁତର ତ୍ରୁଟି

    ଭୁବନେଶ୍ବର,: ପ୍ରଥମ ଶ୍ରେଣୀ ସାହିତ୍ୟ ବହିରେ ଗୁରୁତର ତ୍ରୁଟି । ଝୁଲଣା-୧ବହିରେ ‘ଅ’ ବଦଳରେ ‘ଚ’ରୁ ଆରମ୍ଭ ହୋଇଛି ବର୍ଣ୍ଣମାଳା । ସେହିପରି ‘ବନ୍ଦେ ଉତ୍କଳ ଜନନୀ’ରେ ବି ଭୁଲ୍ । ଜାତୀୟ ସଙ୍ଗୀତରେ ବି ଗୁରୁତର ତ୍ରୁଟି ଦେଖାଦେଇଛି ।…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ