ଆପଣ ଘରେ ପିନ୍ଧୁଛନ୍ତି କି ଚପଲ ? ଭୋଗିବେ ସାଙ୍ଘାତିକ ପରିଣାମ

ଆମେ ଅଧିକାଂଶ ସମୟରେ ଜୋତା ଚପଲ ଉପରେ ଧ୍ୟାନ ଦେଇ ନଥାଉ । ହେଲେ ଜୋତା ଚପଲ ମଧ୍ୟ ଆପଣଙ୍କୁ କାଙ୍ଗାଳ କରିଦେଇପାରେ । ଏଥିପ୍ରତି ଧ୍ୟାନ ରଖିବା ଜରୁରୀ । ଜାଣନ୍ତୁ ଜୋତା ଚପଲ ସମ୍ପର୍କରେ କିଛି ବାସ୍ତୁ ଟିପ୍ସ ।

ମା’ ଲକ୍ଷ୍ମୀ କ’ଣ ପାଇଁ ହୋଇଯାଆନ୍ତି ନାରାଜ

ହିନ୍ଦୁ ଶାସ୍ତ୍ର ଅନୁସାରେ ବାସ୍ତୁ ଶାସ୍ତ୍ରର ପ୍ରଭାବ ସିଧା ଆମର ଜୀବନ ଉପରେ ପଡ଼ିଥାଏ । ଘରର ଉତ୍ତର ପୂର୍ବ ଦିଗରେ ଜୋତା ଚପଲ ରଖିବା ବହୁତ ଅଶୁଭ ହୋଇଥାଏ । ଏହି ଦିଗ ସକରାତ୍ମକତା ଆଣିଥାଏ । ତେଣୁ ଏଠାରେ ଜୋତା ଚପଲ ରଖିଲେ ମା’ ଲକ୍ଷ୍ମୀ ନାରାଜ ହୋଇଥାନ୍ତି ।

ବେଡରୁମକୁ ଚପଲ ନେବା ଅଶୁଭ

ଆଜିକାଲି ଲୋକେ ବେଡରୁମକୁ ଜୋତା ଚପଲ ପିନ୍ଧିକରି ଯାଇଥାନ୍ତି । ଏମିତି କି ବେଡରୁମରେ ଚପଲ ମଧ୍ୟ ରଖିଥାନ୍ତି । ଫଳରେ ଘରେ ନକରାତ୍ମକତା ସୃଷ୍ଟି ହୋଇଥାଏ ।

ନୀଳ ରଂଗର ଜୋତା କରନ୍ତୁ ବ୍ୟବହାର

ଯେଉଁ ଲୋକଙ୍କ ଜୀବନରେ ଉନ୍ନତି ହେଉନାହିଁ, ଏମାନେ ଖାସ କରି ନୀଳ ରଂଗର ଜୋତା ବ୍ୟବହାର କରନ୍ତୁ । ସର୍ବଦା ସଫା ଓ ସୁନ୍ଦର ଜୋତା ପିନ୍ଧିବା ଦ୍ୱାରା କାର୍ଯ୍ୟ ଠିକ ଭାବେ ଚାଲିଥାଏ ଓ ସଫଳତା ମିଳିଥାଏ ।

ଅପରିସ୍କାର ଜୋତା ଚପଲ ପିନ୍ଧନ୍ତୁ ନାହିଁ

ଲୋକ ତରବରରେ ଅପରିସ୍କାର ଜୋତା ପିନ୍ଧି ଚାଲିଯାଇଥାନ୍ତି । ଯାହାକି ଆପଣଙ୍କ ପର୍ସନାଲଟି ଉପରେ ଖରାପ ପ୍ରଭାବ ପକାଇଥାଏ । ଏହା ମଧ୍ୟ ଧନହାନୀର କାରଣ ହୋଇଥାଏ । ତେଣୁ ସର୍ବଦା ଜୋତା ସଫା କରି ପିନ୍ଧି ଯିବା ଉଚିତ୍‌ ।

ହଳଦିଆ ରଂଗର ଜୋତା ପିନ୍ଧନ୍ତୁ ନାହିଁ

ଫେସନ ଯୁଗରେ ଲୋକେ ବିଭିନ୍ନ ରଂଗର ଜୋତା ପିନ୍ଧୁଛନ୍ତି । ଲୋକେ ବାସ୍ତୁ ପ୍ରତି ନଜର ଦିଅନ୍ତି ନାହିଁ । ଲୋକଙ୍କୁ ଏହା ମନେ ରଖିବା ଉଚିତ ଯେ ହଳଦିଆ ରଂଗର ଜୋତା ପିନ୍ଧିବା ଦ୍ୱାରା ଆପଣଙ୍କ ସୌଭାଗ୍ୟ ଦୁର୍ଭାଗ୍ୟରେ ପରିଣତ ହୋଇଯାଏ ।

  • Related Posts

    ଘରକୁ ଥଣ୍ଡା ରଖିବାର ଉପାୟ

    ଶୀତତାପ ନିୟନ୍ତ୍ରିତ କକ୍ଷରେ ଝରକା, କବାଟ ସବୁବେଳେ ବନ୍ଦ ରହୁଥିବାରୁ ସଂକ୍ରମଣଜନିତ ରୋଗ ଶୀଘ୍ର ବ୍ୟାପିଥାଏ । ବିଶେଷଜ୍ଞ ଦଳ ମଧ୍ୟ ବାରମ୍ବାର ସତର୍କ କରାଇଛନ୍ତି, କରୋନା ମହାମାରୀ ନିୟନ୍ତ୍ରଣ ନ ହେବା ପର୍ଯ୍ୟନ୍ତ ଏସି (ଶୀତତାପ ନିୟନ୍ତ୍ରିତ ଯନ୍ତ୍ର)ର ବ୍ୟବହାର…

    Continue reading
    ଘରୁ ବାହାରିଲେ ବାର ଅନୁଯାୟୀ କରନ୍ତୁ ଏହି ଉପାୟ, ମିଳିବ ସଫଳତା

    ଘରୁ ବାହାରକୁ ଯିବା ସମୟରେ କିଛି ବିଶେଷ ଦିଗ ପ୍ରତି ଧ୍ୟାନ ଦେବା ନିତ୍ୟାନ୍ତ ଆବଶ୍ୟକ। ଯେକୌଣସି ମହତ୍ତ୍ୱପୂର୍ଣ୍ଣ କାର୍ୟ୍ୟ ପାଇଁ ଘରୁ ବାହାରିବା ପରେ କାର୍ୟ୍ୟରେ ସମ୍ପୂର୍ଣ୍ଣ ସଫଳତା ପ୍ରାପ୍ତି ପାଇଁ କିଛି ସରଳ ଉପାୟ ରହିଛି, ଯାହାକୁ ବାର…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ

    ବଢ଼ୁଛି ଉପଭୋକ୍ତାଙ୍କ ଭରସା, ବୃଦ୍ଧି ପାଉଛି ବିପିସିଏଲର ପିଏନ୍‌ଜି ସଂଯୋଗୀକରଣ

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ