ଆଫଗାନିସ୍ତାନ ବିପକ୍ଷ ପାଇଁ ଭାରତୀୟ ଟିମ୍ ଘୋଷଣା

ନୂଆଦିଲ୍ଲୀ : ଆଇପିଏଲ ୨୦୨୬ ପରେ ତୁରନ୍ତ ଆଫଗାନିସ୍ତାନ ଦଳ ଏକ ଟେଷ୍ଟ ଏବଂ ତିନୋଟି ଦିନିକିଆ ସିରିଜ ପାଇଁ ଭାରତ ଗସ୍ତ କରିବ। ବିସିସିଆଇ ଟିମ୍ ଇଣ୍ଡିଆ ପାଇଁ ପୂର୍ଣ୍ଣାଙ୍ଗ ଦଳ ମଙ୍ଗଳବାର ଘୋଷଣା କରିଛି।
ଭାରତ ଏବଂ ଆଫଗାନିସ୍ତାନ ମଧ୍ୟରେ ହେବାକୁ ଥିବା ଟେଷ୍ଟ ଏବଂ ଏକଦିବସୀୟ ସିରିଜ ପାଇଁ ଟିମ୍ ଇଣ୍ଡିଆ ଘୋଷଣା କରାଯାଇଛି। ଗୌହାଟୀରେ ବିସିସିଆଇ ବୈଠକ ପରେ ପୂର୍ଣ୍ଣ ଭାରତୀୟ ଦଳ ତାଲିକା ପ୍ରକାଶ କରାଯାଇଛି। ବୈଠକରେ ବୋର୍ଡ ସଚିବ ଦେବଜିତ ସାଇକିଆ, ମୁଖ୍ୟ ଚୟନକର୍ତ୍ତା ଅଜିତ ଅଗରକର, ଆରପି ସିଂହ ଏବଂ ପ୍ରଜ୍ଞାନ ଓଝା ଉପସ୍ଥିତ ଥିଲେ।

ଏକମାତ୍ର ଟେଷ୍ଟ ପାଇଁ ଭାରତୀୟ ଦଳ: ଶୁଭମାନ ଗିଲ (ଅଧିନାୟକ), ଯଶସ୍ୱୀ ଜୟସୱାଲ, କେ.ଏଲ୍ ରାହୁଲ (ଉପ-ଅଧିନାୟକ), ସାଇ ସୁଦର୍ଶନ, ଋଷଭ ପନ୍ତ (ୱିକେଟ୍ କିପର), ଦେବଦତ୍ତ ପାଦିକଲ, ନୀତୀଶ କୁମାର ରେଡ୍ଡୀ, ୱାଶିଂଟନ୍ ସୁନ୍ଦର, କୁଲଦୀପ ଯାଦବ, ମହମ୍ମଦ ସିରାଜ, ପି କୃଷ୍ଣ, ମନଭ ସୂତାର, ଗୁରୁନୁର, ହର୍ଷ ଦୁବେ, ଧ୍ରୁଭ ଜୁରେଲ (ୱିକେଟ୍ କିପର)।

ଏକଦିବସୀୟ ସିରିଜ ପାଇଁ ଭାରତୀୟ ଦଳ: ଶୁଭମାନ ଗିଲ (ଅଧିନାୟକ), ରୋହିତ ଶର୍ମା, ବିରାଟ କୋହଲି, ଶ୍ରେୟସ ଆୟର (ଉପ-ଅଧିନାୟକ), କେ.ଏଲ୍ ରାହୁଲ (ୱିକେଟ୍ କିପର), ଇଶାନ କିଶାନ (ୱିକେଟ୍ କିପର), ହାର୍ଦ୍ଦିକ ପାଣ୍ଡ୍ୟା, ନୀତୀଶ କୁମାର ରେଡ୍ଡୀ, ୱାଶିଂଟନ୍ ସୁନ୍ଦର, କୁଲଦୀପ ଯାଦବ, ଅର୍ଶଦୀପ ସିଂ, ପ୍ରସାଦ କୃଷ୍ଣ, ପ୍ରିନ୍ସ ଯାଦବ, ଗୁରୁନୁର, ହର୍ଷ ଦୁବେ।

ବିରାଟ କୋହଲି ଏବଂ ରୋହିତ ଶର୍ମାଙ୍କ ପ୍ରଶଂସକଙ୍କ ପାଇଁ ଖୁସି ଖବର। ଉଭୟ ଷ୍ଟାର ଖେଳାଳିଙ୍କୁ ଓଡିଆଇ ଦଳରେ ସାମିଲ କରାଯାଇଛି। ଏହି ନିଷ୍ପତ୍ତି ସ୍ପଷ୍ଟ ଭାବରେ ୨୦୨୭ ବିଶ୍ୱକପକୁ ମନରେ ରଖି ନିଆଯାଇଥିବା ଜଣାପଡ଼ିଛି।

  • Related Posts

    HRPC କରିବ ପୁଲିସ ହେପାଜତରେ ମୃତ୍ୟୁ ଓ ଥାର୍ଡ ଡିଗ୍ରୀର ୪ଟି ମାମଲାର ତଦନ୍ତ

    ରାଜ୍ୟରେ ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ପରିସ୍ଥିତିକୁ ନେଇ ବିବାଦରେ ଥିବା ପୁଲିସ ଏବେ ହାଜତରେ ଥାର୍ଡ ଡିଗ୍ରୀ ଓ ମୃତ୍ୟୁ ମାମଲାକୁ ନେଇ ପୁଣିଥରେ ବିବାଦୀୟ ହୋଇପଡ଼ିଛି। ରାଜ୍ୟ ସରକାରଙ୍କ କଡ଼ା ଆଭିମୁଖ୍ୟ ପରେ ପୁଲିସ ଡିଜି ୱାଇବି ଖୁରାନିଆ ଆଜି ହାଜତ…

    Continue reading
    ହେବନାହିଁ ଆର୍‌ସିବିର ବିଜୟ ଶୋଭାଯାତ୍ରା

    ନୂଆଦିଲ୍ଲୀ : ଆଇପିଏଲ-୨୦୨୬ରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଚମ୍ପିଆନ ଆଖ୍ୟା ଅର୍ଜନ କରିଛି। ଦଳ କ୍ରମାଗତ ଦୁଇଥର ଆଇପିଏଲ ଚମ୍ପିଆନ ହେବା ପରେ ​‌େବଙ୍ଗାଲୁରୁ ସମେତ ସମଗ୍ର କର୍ଣ୍ଣାଟକରେ ଖୁସିର ଲହରି ଖେଳିଯାଇଛି। ରବିବାର ରାତିରେ ଫାଇନାଲରେ ଆରସିବି ଗୁଜରାଟକୁ ପରାସ୍ତ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ

    ବଢ଼ୁଛି ଉପଭୋକ୍ତାଙ୍କ ଭରସା, ବୃଦ୍ଧି ପାଉଛି ବିପିସିଏଲର ପିଏନ୍‌ଜି ସଂଯୋଗୀକରଣ

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ