
ରାଉରକେଲା: ରାଉରକେଲା ଆରପିଏଫ୍ ଇନ୍ସପେକ୍ଟର କମଲେସ୍ ସମାଦାରଙ୍କ ସରକାରୀ ବାସଭବନ ଓ କାର୍ଯ୍ୟାଳୟରେ ସେଣ୍ଟ୍ରାଲ ବ୍ୟୁରୋ ଅଫ୍ ଇନ୍ଭେଷ୍ଟିକେସନ୍ (ସିବିଆଇ)ର ତିନି ଜଣିଆ ଟିମ୍ ପକ୍ଷରୁ ଶୁକ୍ରବାର ରାତି ପ୍ରାୟ ୯ଟାରେ ବଡ଼ଧରଣର ଚଢଉ କରାଯାଇଥିଲା। ପରେ ଆରପିଏଫ ଇନ୍ସପେକ୍ଟର କମଲେଶ ସାରଦାରଙ୍କୁ ସିବିଆଇ ଗିରଫ କରିଥିବା ସୂଚନା ମିଳିଛି।
ସୂଚନାନୁସାରେ, ଶୁକ୍ରବାର ରାତି ପ୍ରାୟ ୯ ଟାରେ ସିବିଆଇର ଏକ ଚାରି ଜଣିଆ ଦଳ ରେଲୱେ କଲୋନିର ଛୋଟା ପାର୍କ ନିକଟରେ ରହିଥିବା ଆରପିଏଫ୍ ଇନ୍ସପେକ୍ଟରଙ୍କ ସରକାରୀ ବାସଭବନଓ ରେଲୱେ ଷ୍ଟେସନ ନିକଟରେ ରହିଥିବା କାର୍ଯ୍ୟାଳୟରେ ଏକକାଳୀନ ଚଢଉ କରିଥିଲା । ଘର ଓ କାର୍ଯ୍ୟାଳୟରେ ସିବିଆଇ ଅଧିକାରୀମାନେ ବିଭିନ୍ନ କଗଜପତ ଯାଞ୍ଚ କରୁଛନ୍ତି । ଏହା ସହିତ ଇନ୍ସପେକ୍ଟର ଶ୍ରୀ ସମାଦାରଙ୍କ ପରିଚିତ ତଥା ଜଣେ ସପ୍ଲାୟରଙ୍କ ବାସଭବନରେ ମଧ୍ୟ ସିବିଆଇ ଚଢାଉ କରିଛି । ରାଉରକେଲା ରେଲୱେ ଷ୍ଟେସନ ପରିସରରେ ଅବୈଧ ବିକ୍ରୟ ଏବଂ ଅନ୍ୟାନ୍ୟ ଅଭିଯୋଗକୁ ରଫାଦଫା କରିବା ପାଇଁ ଟଙ୍କା ନେଣଦେଣ କରୁଥିବା ନେଇ ଅଭିଯୋଗ ହେବା ପରେ ସିବିଆଇ ପକ୍ଷରୁ ଏହି ଚଢଉ କରାଯାଉଥିବା ସୂଚନା ମିଳିଛି ।


